17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଟ୍ରେନ୍‌ରେ ଯାତ୍ରା ବେଳେ ଏବେ ପୋଷା ପଶୁଙ୍କୁ ସାଙ୍ଗରେ ନେଇ ପାରିବେ , ରେଲଓ୍ବେ ତିଆରି...

ଟ୍ରେନ୍‌ରେ ଯାତ୍ରା ବେଳେ ଏବେ ପୋଷା ପଶୁଙ୍କୁ ସାଙ୍ଗରେ ନେଇ ପାରିବେ , ରେଲଓ୍ବେ ତିଆରି କଲା ନୂଆ ଯୋଜନା

ନୂଆଦିଲ୍ଲୀ: ଯଦି ଆପଣଙ୍କର କୁକୁର ଅଛି ଏବଂ ଯଦି ଆପଣ ତା  ସହିତ ଟ୍ରେନରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ୍ ଦରକାର। ବହୁବାର ଆପଣ ନିଜର ପ୍ରିୟ ପୋଷପଶୁଙ୍କ ସହିତ ଟ୍ରେନ୍‌ ଯାତ୍ରା କରିବା ବେଳେ ସହ-ଯାତ୍ରୀମାନେ ଏହାକୁ ବିରୋଧ କରନ୍ତି,  କିନ୍ତୁ ବର୍ତ୍ତମାନ ଏହା ଘଟିବ ନାହିଁ। ରେଳବାଇ ଦ୍ୱାରା ପଙ୍କଜ କୁମାର କହିଛନ୍ତି, ଯାତ୍ରା ବେଳେ ପୋଶା ପଶୁ ଗାର୍ଡଙ୍କ ନଜରରେ ରହିବେ। କିନ୍ତୁ ତାଙ୍କ ମାଲିକଙ୍କୁ ପଶୁଙ୍କ ପାଇଁ ଭୋଜନ ଓ ଅନ୍ୟ ବ୍ୟବସ୍ଥା କରିବାକୁ ହେବ। ଅଧିକାରୀଙ୍କ କହିବା ଅନୁସାରେ, ନର୍ଥ ଇଷ୍ଟର୍ଣ୍ଣ ରେଲଓ୍ବେ ଓ୍ବାର୍କସପ୍‌ କୁକୁରଙ୍କ ପାଇଁ ଏଭଳି ଏକ ସ୍ଥାନ ତିଆରି କରିବା ଉପରେ କାମ ଆରମ୍ଭ କରିଦେଇଛି। ସିପିଆରଓ କହିଛନ୍ତି, ଦାବି ପରେ ଏବେ ଏହି ସେବା ପ୍ରଦାନ କରାଯିବ। ଏକ ନୂତନ ସୁବିଧା ଆରମ୍ଭ ହେଉଛି। ଯାତ୍ରୀଙ୍କ ପୋଷା କୁକୁରମାନଙ୍କ ପାଇଁ ଏକ ପୃଥକ ସ୍ଥାନର ପ୍ରସ୍ତାବିତ ଡିଜାଇନକୁ ଉତ୍ତର ପୂର୍ବାଞ୍ଚଳ ରେଳବାଇ ଅଧିକାରୀମାନେ ଅନୁମୋଦନ କରିଛନ୍ତି। ଏନଇଆର ପକ୍ଷରୁ ଜନସମ୍ପର୍କ ଅଧିକାରୀ  ପଙ୍କଜ କୁମାର ସିଂ କହିଛନ୍ତି, ଯାତ୍ରୀମାନଙ୍କ କୁକୁରଙ୍କ ପାଇଁ ପିଞ୍ଜରା ତିଆରି କରିବାକୁ ଟ୍ରେନ୍‌ର ପାଓ୍ବାର କାରକୁ ପୁଣିଥରେ ପ୍ରସ୍ତୁତ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking