ଯାଜପୁର: ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀରେ ବିଜେପି ନୂଆ ଚାଲ ଖେଳୁଛି । କଂଗ୍ରେସ ଦଳକୁ ଭାଙ୍ଗିବା ପାଇଁ ବିଭିନ୍ନ କୌଶଳ କରୁଛି । କଂଗ୍ରେସ ଦଳର ଛାମୁଆ ନେତା ଓ ଟାଣୁଆ କର୍ମୀ ମାନଂକୁ ବିଜେପିରେ ସାମିଲ କରିବାରେ ଦଳକୁ ଅପୂର୍ବ ସଫଳତା ମିଳିଛି । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଥୀ ଉମେଶ ଜେନା ବିଜେପିରେ ମିଶିବା ନେଇ ଚର୍ଚ୍ଚକ୍ଷ ଚାଲିଛି । ଶ୍ରୀ ଜେନା ଏବେ ବ୍ୟକ୍ତିଗତ ଅସୁବିଧା ଦର୍ଶାଇ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ପୂର୍ଵରୁ କଂଗ୍ରେସ ନେତା ବିଶ୍ୱରଞ୍ଜନ ମଲ୍ଲିକ କଂଗ୍ରେସ ଛାଡି ବିଜେପିରେ ନେତା ହୋଇଥିଲେ । ବିଜେପିରେ ବିଧାନସଭା ପାର୍ଥୀ ହୋଇଥିଲେ । ତେବେ ପର ମୁହୁର୍ତ୍ତରେ ସେ ବିଜେପି ଦଳ ପରିତ୍ୟାଗ କରି ବିଜେଡ଼ିରେ ଯୋଗ ଦେଲେ । ଏହାପରେ ବରୀରେ ବିଜେପିର ମଙ୍ଗ ଧରିବା ପାଇଁ ଟାଣୁଆ ନେତାଙ୍କ ଅଭାବ ପଡିଥିଲା । ତେଣୁ କଂଗ୍ରେସର ଟାଣୁଆ ନେତାଙ୍କୁ ନିଜ ଦଳକୁ ଆଣିବା ଯୋଜନା ସଫଳ ହୋଇଛି । ଆସନ୍ତା ୬ ତାରିଖରେ ଉମେଶ ଜେନା ବିଜେଡ଼ିରେ ମିଶିବା ନେେଇ ତାଙ୍କ ସମର୍ଥକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ସେଥିପାଇଁ ପ୍ରସ୍ତୁତି ପର୍ବ ମଧ୍ୟ ଆରମ୍ଭ ହୋଇଗଲାଣି । କଂଗ୍ରେସ ଦଳ ପାଇଁ ଏବେ ବ୍ୟୁଵେରାଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି ।