18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଓୱାଇସି ଗଡରେ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ; ୫୫ ବର୍ଷ ପରେ ସ୍ୱପ୍ନ ପୂରଣ

ଓୱାଇସି ଗଡରେ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ; ୫୫ ବର୍ଷ ପରେ ସ୍ୱପ୍ନ ପୂରଣ

ହାଇଦ୍ରାବାଦ: ଭାରତ ଯୋଡୋ ଯାତ୍ରା ସହିତ ଏବେ ରାଜନୀତି କ୍ଷେତ୍ରରେ ପୁଣି ଆକ୍ଟିଭ ହୋଇଛି କଂଗ୍ରେସ । ଦକ୍ଷିଣରେ ବିଜେପି ଗତିକୁ ରୋକିବା ପାଇଁ ଅଣ୍ଟା ଭିଡୁଛି ହାତ ଚିହ୍ନ । ସେପଟେ କେସିଆରର ଟିଆରଏସକୁ ହଟାଇ ସରକାର ହାତକୁ ନେବା ପାଇଁ ମଧ୍ୟ ଦଳ ନଜର ରଖିଛି । ତେବେ ଏହା ଭିତରେ ଏବେ ଓୱାଇସିରେ ପାଦ ପକାଇଛି କଂଗ୍ରେସ । ହାଇଦ୍ରାବାଦର ଚାରମିନାର ଅଞ୍ଚଳରେ ଉଦଘାଟନ ହୋଇଛି କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ । ତେବେ ୫୫ ବର୍ଷରୁ ଥିବା ଏହି ସ୍ୱପ୍ନ ଏବେ ପୂରଣ ହୋଇଛି ।

ସୂଚନା ଅନୁସାରେ, ତେଲେଙ୍ଗାନା ରାଜ୍ୟର କଂଗ୍ରେସର ମୁଖ୍ୟ ରେବନ୍ତ ରେଡ୍ଡୀ ଆକ୍ରମଣାତ୍ମକ ରଣନୀତି ଅନୁସାରେ କାମ କରନ୍ତି । ତାଙ୍କ କହିବା ଅନୁସାରେ, ପ୍ରତ୍ୟେକ ୱାର୍ଡରେ କଂଗ୍ରେସର କାର‌୍ୟ୍ୟାଳୟ ଖୋଲିବା ଆବଶ୍ୟକ । ଏହା ହେଲେ ସେ ପ୍ରତ୍ୟେକ କାର‌୍ୟ୍ୟାଳୟ ଯାଇ ଭାଷଣ ଦେଇପାରିବେ । ଜଣେ କଂଗ୍ରେସ ନେତା ମୁତାବକ କଂଗ୍ରେସ ପାର୍ଟୀ ମୁସଲମାନ ବହୁଳ ଅଂଚଳ ଚାରମିନାରରେ ୧୯୬୭ ମସିହାରୁ ମୁଖ୍ୟ କାର‌୍ୟ୍ୟାଳୟ ଖୋଲିବା ପାଇଁ ଯୋଜନା କରି ଆସୁଥିଲା । ହେଲେ ଅସଦୁଦ୍ଦିନ ଓୱାଇସିଙ୍କ ପିତା ସୁଲ୍ତାନ ସଲାହୁଧୀନ ଓୱାଇସି ଜିତିବା ପରେ ଯୋଜନା ବଦଳି ଯାଇଥିଲା ।

ଏହି ସିଟରେ ୧୯୮୧ ମସିହାରେ ସୁଲ୍ତାନ ସଲାହୁଧୀନ ଏକ ନିଃଦଳୀୟ ପ୍ରାର୍ଥୀ ଭାବେ ଜିତିଥିଲେ । ଏହା ପରେ ୧୯୮୯ରେ ଏହି ସିଟରେ ଏନଆଇଏମଆଇଏମ ଉପରେ ଅଧିକାର ବଜାଇ ରଖିଛନ୍ତି । ସେଥିପାଇଁ ଏହି ଅଂଚଳରେ କଂଗ୍ରେସ କେବେ ନିଜ କାର‌୍ୟ୍ୟାଳୟ ଖୋଲି ପାରିନଥିଲା । କଂଗ୍ରେସ ପାର୍ଟୀର ଏକାତା ଦେଖାଇବା ପାଇଁ ହାଇଦ୍ରାବାଦର ଜିଲ୍ଲା ଅଧ୍ୟକ୍ଷ ସମୀର ବଲିଉଲ୍ଲାହ, ପୂର୍ବ ମନ୍ତ୍ରୀ ଡା. ଜି, ଚିନ୍ତ୍ରା ରେଡ୍ଡି , ପ୍ରବକ୍ତା ସୈୟନ୍ଦ ନିଜାମୁଦ୍ଦିନ, ମହାସଚିବ ଫିରୋଜ ଖାନ, ଉଜ୍ମା ଶାକିର ଏବଂ କିଛି ବରିଷ୍ଠ କଂଗ୍ରେସ ନେତା ମୁଖ୍ୟ କାର‌୍ୟ୍ୟଳୟର ଉଦଘାଟନ କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking