27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଚୀନରେ ୪ଟି ଭାରିଆଣ୍ଟ ପାଇଁ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି

ଚୀନରେ ୪ଟି ଭାରିଆଣ୍ଟ ପାଇଁ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି

ଚୀନ: ଚୀନରେ ମହାମାରୀ କରୋନାର ହାହାକର ସ୍ଥିତି । ଦୈନିକ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି । ଚୀନର ଏପରି ଭୟଙ୍କର ସ୍ଥିତି ଦେଖି ଭାରତ ସରକାର ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ତେବେ ଗୋଟିଏ ନୁହେଁ ୪ଟି କରୋନା ଭାରିଆଣ୍ଟ ଚୀନରେ ସୃଷ୍ଟି କରିଛି ସାଂଘାତିକ ସ୍ଥିତି । ଏପରି କହିଛନ୍ତି କୋଭିଡ଼ ମୁକାବିଲା ପ୍ୟାନେଲର ମୁଖ୍ୟ ଡାକ୍ତର ଏନ କେ ଆରୋରା ।

ଚୀନ ଭାଇରସର ଗୋଟିଏ କକ୍ଟେଲ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି । ଚୀନରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ୧୫ ପ୍ରତିଶତ ଲୋକ ବିଏଫ ୭ ଦ୍ୱାରା ଆକ୍ରାନ୍ତ । ୫୦ ପ୍ରତିଶତରୁ ଅଧିକ ଲୋକ ବିଏନ ଓ ବିକ୍ୟୁ ସିରିଜ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ । ଆଉ ୧୦ରୁ ୧୫ ପ୍ରତିଶତ ଲୋକ ଏସଭିଭି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ। ଏହା ସହ ଡ. ଆରୋରା କହିଛନ୍ତି, ଚୀନର ଲୋକମାନେ ଆଗରୁ ଭାଇରସ ସାମ୍ନା କରିନାହାନ୍ତି । ସେମାନେ ନେଇଥିବା ଭ୍ୟାକ୍ସିନ କମ ପ୍ରଭାବଶାଳୀ। ଅଧିକାଂଶ ଚୀନବାସୀ ୩ରୁ ୪ ଡୋଜ ଭ୍ୟାକସିନ ନେଇଛନ୍ତି।

ମାତ୍ର ଭାରତରେ ସ୍ଥିତି ଅଲଗା। ଭ୍ୟାକ୍ସିନ ନେବା ଦ୍ୱାରା ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । କରୋନାର ଦ୍ୱିତୀୟ ଓ ତୃତୀୟ ଲହରରେ ଅନେକ ଲୋକ ସଂକ୍ରମିତ ହୋଇଥିଲେ । ଯାହା ଦ୍ୱାରା ହାଇବ୍ରିଡ ଇମ୍ୟୁନିଟି ସୃଷ୍ଟି ହୋଇଛି । ଏପରିକି ଭାରତରେ ୧୨ରୁ କମ ବୟସର ଶିଶୁ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ସଂକ୍ରମଣର ଏବେ କମ ଭୟ ରହିଛି ବୋଲି କହିଛନ୍ତି ଏନ୍.କେ ଆରୋରା ।

ଆହୁରି ଏକ ଖବର ଅନୁଯାୟୀ, ଚୀନରେ ଏଭଳି ସ୍ଥିତି ଥିଲେ ସୁଦ୍ଧା ଏଣିକି ବିଦେଶରୁ ଆସୁଥିବା ଲୋକଙ୍କୁ କୌଣସି ପ୍ରକାରର ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ ବୋଲି ଜଣାପଡିଛି । ଏହି ନୂଆ ନିୟମ ଜାନୁଆରୀ ୮ରୁ କାର୍ଯ୍ୟକାରୀ ହେବ। ବର୍ତ୍ତମାନର ନିୟମ ଅନୁଯାୟୀ, ବିଦେଶ ଫେରନ୍ତା ବେଜିଂରେ ପହଞ୍ଚିବା ପରେ ପ୍ରଥମେ ୫ ଦିନ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବେ। ଏହାପରେ ସେମାନଙ୍କୁ ୩ ଦିନ ଘରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ହେଲେ ଏବେ ଏହାକୁ ଚାଇନା ସରକାର ହଟାଇ ଦେଇଛନ୍ତି। କରୋନାର ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପ୍ରଶାସନ ସଂପୂର୍ଣ୍ଣ ଭାବେ ଜିରୋ କୋଭିଡ ନୀତିକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking