18.1 C
Bhubaneswar
Monday, November 25, 2024
Homeଓଡିଶାରାସ୍ତାରେ ଆମିଷ ବିକ୍ରୀ ମନା ନିର୍ମାଣ ହେବ ୩୦ ଭେଣ୍ଡି ଜୋନ

ରାସ୍ତାରେ ଆମିଷ ବିକ୍ରୀ ମନା ନିର୍ମାଣ ହେବ ୩୦ ଭେଣ୍ଡି ଜୋନ

ଭୁବନେଶ୍ୱର: ବିଏମସି ଓ ଉତ୍ତର ମଣ୍ଡଳ ଉଠାଦୋକାନୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଗକୁ ଉଚ୍ଛେଦ ଅଭିଯାନରେ ସହଯୋଗ କରିବ ଉତ୍ତର ମଣ୍ଡଳ ସଂଘ । ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳିରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାରୁ ଆଗାମୀ ୩୦ରେ ପୁଣି ବିକ୍ଷୋଭ ହେବ । ବିଏମସି ଅଧିକାରୀ ଓ ଉତ୍ତର ମଣ୍ଡଳ ଉଠାଦୋକାନୀଙ୍କ ସଂଘ ମଧ୍ୟରେ ସୋମବାର ଦ୍ୱିପାଖି ଆଲୋଚନା ପରେ ଫିଟିଛି ସମାଧାନର ବାଟ । ଉତ୍ତର ମଣ୍ଡଳରେ ଉଚ୍ଛେଦ ହୋଇଥିବା ସ୍ଥାନରେ ମୁକ୍ତା ଯୋଜନାରେ ଥଇଥାନ ପାଇଁ ୩୦ଟି ଭେଣ୍ଡି ଜୋନ କରାଯିବବୋଲି ବିଏମସି ପକ୍ଷରୁ ସଳଚନା ଦିଆଯାଇଛି । । ରାସ୍ତା କଡରେ ମାଛ ମାଂସ ବିକ୍ରୀକୁ ପ୍ରଶୟ ଦିଆଯିବ ନାହିଁ । ଯେଉଁଠାରେ ସମସ୍ୟା ହେବ ସେଠାରେ ଉଠାଦୋକନୀଙ୍କ ଉପସ୍ଥିତିରେ ଉଚ୍ଛେଦ ହେବ ।

ବିଭିନ୍ନ ସ୍ଥାନରେ ଠେଲା ଦୋକାନରେ ବିକ୍ରୀ କରିବାକୁ ଅନୁମତି ଦିଆଯାଇଛି । ହେଲେ ହକି ବିଶ୍ୱକପ୍‌କୁ ନଜରରେ ରଖି ଜବରଦଖଲ କରିଥିବା ଉଚ୍ଛେଦକାରୀଙ୍କୁ ଉଠାଇଦେବା ଦ୍ୱାରା ସେମାନଙ୍କୁ କ୍ଷତି ସହିବାକୁ ପଡିଛି । ଯାହାର ପ୍ରତିବାଦ କରି ଗତ ଶୁକ୍ରବାର ଉଠାଦୋକାନୀ ସଂଘ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଫଳରେ ବିଏମସିର ଉତ୍ତର ମଣ୍ଡଳରେ ଉଚ୍ଛଦକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ତେବେ ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳିରେ ଏେଽି ଉଚ୍ଛେଦ ପ୍ରକିୟା ଜାରି ରହିଛି । ତେବେ ବିଏମସି ଓ ବିଡିଏ ନେଫୋର୍ସମେଣ୍ଟ ଟିମ ଉଚ୍ଚେଦ ପ୍ରକ୍ରିୟା ଜାରି ରଖି ଥିାରୁ ମାହାସଂଘ ପକ୍ଷରୁ ଆସନ୍ତା ୩୦ରେ ପୁଣି ଗର୍ଜନ ସମାବେଶ ଜରିଆରେ ପ୍ରତିବାଦ ଓ ବିକ୍ଷୋଭ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking