ଭୁବନେଶ୍ୱର: ଇଭେଣ୍ଟ କମ୍ପାନୀ ଚାକିରୀ ଦେବାର ପ୍ରତିଶ୍ରୃତି ଦେଇ ଉତ୍ତର ପ୍ରଦଶରେ ଓଡ଼ିଆ ଯୁବତୀମାନଙ୍କୁ ନିର୍ଯ୍ୟାତନା । କାମ ଦେବା ବଦଳରେ ଜୋର ଜବରଦସ୍ତି ମୁଜୁରା ଓ ଦେହ ବ୍ୟବସାୟରେ ସଂପୃକ୍ତ ହେବାକୁ ବାଧ୍ୟ କରାଇଲେ । ଦଲାଳଙ୍କ କଥାରେ ରାଜି ନହେଲେ ମାଡ ମାରିବା ସହ ଗାଳିଗୁଲଜ କରୁଥିଲେ । ଏପରିକି ଘର ସହ କିଭଳି ଯୋଗାଯୋଗ ହୋଇ ନ ପାରିବ ସେଥିପାଇଁ ଫୋନ୍ ଛଡାଇନେଲେ । ନିର୍ଯ୍ୟାତନାର ଶିକାର ହୋଇଥିବା ୨ ଯୁବତୀମାନଙ୍କୁ ୟୁପି ପୁଲିସ ସହାୟତାରେ ଉଦ୍ଧାର କରିଛି କମିଶନରେଟ୍ ପୁଲିସ । ସୂଚନାଯୋଗ୍ୟ, ମୁଜୁରା ୟୁପି, ବିହାର, ମଧ୍ୟ ପ୍ରଦେଶର ବୁନ୍ଦେଲଖଣ୍ଡରେ ମୁଜୁରା ଏକ ବହୁ ପ୍ରସାରିତ କଲଚର । ବିବାହ ଏବଂ ବଡିଆବଡିଆଙ୍କ ଜନ୍ମଦିନ ଅନ୍ୟାନ୍ୟ ମଉଜ ସ୍ଥଳରେ ମୁଜୁରା ଅନୁଷ୍ଠିତ ହେଇଥାଏ । ଏହା ଦ୍ୱାରା ସେମାନଙ୍କର ଷ୍ଟାଟସ ମଧ୍ୟ ବଢିଥାଏ ବୋଳି ବଡବଡିଆମାନେ ମାନିଥାନ୍ତି । ଏଥିରେ ଏକ ଷ୍ଟେଜ୍ ପ୍ରସ୍ତୁତ କରାଯାଏ । ହାଇ ଭଲ୍ୟୁମ୍ରେ ଗୀତ ବାଜେ ।
ଷ୍ଟେଜରେ ଯୁବତୀମାନଙ୍କୁ ନାଚିବାକୁ କୁହାଯାଏ । ଏଥିରେ ଛୋଟ ଛୋଟ କପଡା ପିନ୍ଧି ନୃତ୍ୟ ପରିବେଷଣ କରିବାକୁ ଯୁବତୀମାଙ୍କୁ ବାଧ୍ୟ କରାଯାଏ । ଯାହା ଫଳରେ ଘଟଣାସ୍ଥଳରେ ମାହୋଲ ଜମେ । ନିଶାଶକ୍ତ ଅବସ୍ଥାରେ ଯୁବତୀମାନଙ୍କ ସହ ଖରାପ ବ୍ୟବହାର କରାଯାଉଥିବା ବିଭିନ୍ନ ସ୍ଥାନରେ ନଜିର ରହିିଛି । ନିଶାଶକ୍ତ ଯୁବକମାନେ ଏହ ଯୁବତୀମାନଙ୍କ ଅଶିଳ ଇଙ୍ଗିତ କରିବା ସହ ତାଙ୍କ ଉପରେ ଟଙ୍କା ଫୋପାଡି ଥାନ୍ତି । ଟଙ୍କା ଉପରେ ମଧ୍ୟ ନାଚିବାକୁ ପହିଥାଏ । ବେଳେ ବେଳେ ନିଶାଶକ୍ତ ଯୁବକମାନେ ଷ୍ଟେଜ ଉପରେ ଚଢି ଜବରଦସ୍ତି ନୃତ୍ୟ ସେମାନଙ୍କ ସହ ନାଚିଥାନ୍ତି । ହେଲେ ଏହିଯୁବତୀମାନଙ୍କ କ୍ଷେତ୍ରରେ ମୁଜୁରା କରାଉଥିବା ମାଲିକ ଆଉ ପାଦେ ଆଗକୁ ବଢି ଯାଇଥିଲେ । ସେ ଯୁବତୀମାଙ୍କୁ ଖରାପ କାମରେ ଲିପ୍ତ ରହିବାକୁ ବାଧ୍ୟ କରାଉଥିଲେ ବୋଲି ଉଦ୍ଧାର ହୋଇଥିବା ଯୁବତୀମାନେ କହିଥିଲେ । ପୁଲିସ ସୂଚନା ମୁତାବକ ଫଲବାଣୀ ଜଣେ ଯୁବତୀ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥିଲେ ।
ଭଦ୍ରକର ରାଜା ନାମକ ଜଣେ ଯୁବକଙ୍କ ସହ ତାଙ୍କର ଜଗତସିଂହପୁରରେ ପରିଚୟ ହୋଇଥିଲା । ୟୁପିରେ ଇଭେଣ୍ଟ କମ୍ପାନୀରେ ଚାକିରୀର କରାଇଦେବାର ପ୍ରତିଶ୍ରୃତି ଦେଇଥିଲେ । ଦୈନିକ ୨୦୦୦ ଟଙ୍କା ମିଳିବ । ହେଲେ ସେଠାକୁ ଗଳାପରେ ତାଙ୍କୁ ମୁଜୁରା ସହ ଦେହ ବ୍ୟବସାୟରେ ଲିପ୍ତ ରହିବାକୁ ବାଧ୍ୟ କରାଯାଇଥିଲା । ସେ ନ କରିବାକରୁ ତାଙ୍କୁ ମାଡ ମରାଯିବା ସହ ତାଙ୍କ ଫୋନ୍, ଲଗେଜ୍ ଏବଂ ଟଙ୍କା ଛଡାଇ ନିଅ।।ଇଥିଲା । ସେ ଘରକୁ ଯିବାକୁ କହିବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା ।
ଯାହାପଳରେ ସେ କାହାରିକୁ ଯୋଗାଯୋଗ କରି ପାରୁ ନ ଥିଲେ । ଏକ ବିବାହରେ ସେ ମୁଜୁରା କରୁଥିଲା ବେଳେ ଜଣେ ଓଡିଆ ରୋଷେୟାଙ୍କୁ ସେ ତାଙ୍କ ଦୁଃଖ ଜଣାଇଥିଲେ । ତାଙ୍କ ଫୋନରେ ସମ୍ପୃକ୍ତ ଯୁବତୀ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ । ପରିବାର ଲୋକେ ନୟାପଲ୍ୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ଯୁବତୀଙ୍କ ସ ଅନ୍ୟ ଜଣେ ମହିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲା । ସେମାନେ ଏଠାରେ ଆସି ତାଙ୍କ ସହ ଘଟିଥିବା ଅଘଟଣ ସମ୍ପର୍କରେ ଗରମାଧ୍ୟମକୁ କହିନ୍ତି । ତାଙ୍କ ସହ ଯାଇଥିବା ଅନ୍ୟ ୩୦ ଜଣ ଯୁବତୀ ମଧ୍ୟ ସେଠାରେ ଫସିଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯିବାକୁ ସେମାନେ ଦାବି କରିଛନ୍ତି ।