31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଲାଇଫ୍ ପାର୍ଟନର ଉପରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ କରିବା ମଧ୍ୟ କ୍ରୁରତା: ହାଇକୋର୍ଟ

ଲାଇଫ୍ ପାର୍ଟନର ଉପରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ କରିବା ମଧ୍ୟ କ୍ରୁରତା: ହାଇକୋର୍ଟ

ନୂଆଦିଲ୍ଲୀ: ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ କଳହ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ହାଇକୋର୍ଟ । ସେଠାରେ ଥିବା ସାବରକାଣ୍ଠା ବାସିନ୍ଦା ଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ନିର୍ଯ୍ୟାତନାରେ ଅସନ୍ତୁଷ୍ଟ ହୋଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ପତ୍ନୀ ତାଙ୍କ ବିରୋଧରେ ଆବେଦନ କରିଦେଲେ । ଏହା ପରେ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରେ ସ୍ୱାମୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ପତ୍ନୀ ତାଙ୍କ ବିରୋଧରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା, ଯାହାକୁ ପତ୍ନୀ ନିଜ ପାଖରେ ରଖିଥିଲେ । ସେ ନିଜେ ଘର ଛାଡ଼ି ଚାଲିଗଲେ ଆଉ ପୁଅକୁ ମଧ୍ୟ ସାଙ୍ଗରେ ନେଇଗଲେ ।

ସ୍ୱାମୀଙ୍କ କହିବାନୁସାରେ, ମହିଳା ଜଣକ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ ମଧ୍ୟ ନିର୍ଯାତନା ଦେଇଥିଲେ, ଯାହାଫଳରେ ସେ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ସ୍ୱାମୀ ଛାଡପତ୍ର ନେବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଆବେଦନ ଫେରସ୍ତ କରାଯାଇଥିଲା । ଏହା ପରେ ସ୍ୱାମୀ ହାଇକୋର୍ଟଙ୍କ ଦାରସ୍ଥ ହୋଇଥିଲେ । ବର୍ତ୍ତମାନ ଗୁଜୁରାଟ ହାଇକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ ହାଇକୋର୍ଟ ମହିଳାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ତାଗିଦ କରିଥିଲେ । ହାଇକୋର୍ଟ କହିଛନ୍ତି ଯେ, ଯଦି ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ବେଆଇନ ସମ୍ପର୍କ ରଖିଛନ୍ତି ବୋଲି ମିଥ୍ୟା ଅଭିଯୋଗ କରନ୍ତି, ତେବେ ତାହା ମଧ୍ୟ କ୍ରୁରତା ସହ ସମାନ ।

ପରସ୍ପର ଉପରେ କ୍ରୋଧିତ ସ୍ୱାମୀ-ସ୍ତ୍ରୀ ଗୁଜୁରାଟର ସାବରକାଣ୍ଠା ଜିଲ୍ଲାର ବାସିନ୍ଦା । ପ୍ରାଣ୍ଟିଜ ତାଲୁକାରୁ ଆସିଥିବା ଏହି ଶିକ୍ଷକ ୧୯୯୩ ରେ ବିବାହ କରିଥିଲେ । ତାଙ୍କ ପତ୍ନୀ ୨୦୦୬ ରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ତେବେ କିଛି ସମୟ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ୨୦୦୯ ରେ ସ୍ୱାମୀ ଗାନ୍ଧୀନଗରରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ସ୍ୱାମୀ ନିଜ ପତ୍ନୀଙ୍କ ଉପରେ କ୍ରୁରତାର ଅଭିଯୋଗ କରି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking