33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଦେଶରେ ଦୈନିକ ସଂକ୍ରମଣ ୨ଶହରେ ସୀମିତ; ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଆଇଏମଏ ସହ ବୈଠକ

ଦେଶରେ ଦୈନିକ ସଂକ୍ରମଣ ୨ଶହରେ ସୀମିତ; ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଆଇଏମଏ ସହ ବୈଠକ

ନୂଆଦିଲ୍ଲୀ : ଚୀନରେ କରୋନାର ପାଇଁ ହାହାକାର ପରିସ୍ଥିତି ଦେଖା ଦେଇଛି। ୨୪ ଘଣ୍ଟାରେ ଭାରତରେ ୧୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ୪,୪୬,୭୭,୩୦୨କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୯୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୪୧,୪୩,୧୭୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୮୦%। ସେହିପରି ମୃତ୍ୟୁହାର ୧.୧୯%। ଆଉ ୩,୪୨୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୧%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏହାମଧ୍ୟରେ ପଡୋଶୀ ଦେଶ ଚୀନରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବ ସାଧାରଣଙ୍କୁ କରୋନାର ନିୟମ ପାଳନ କରିବାକୁ ମଧ୍ୟ କହିଛନ୍ତି।
ଦେଶରେ କରୋନାର ବର୍ତ୍ତମାନ ସ୍ଥିତି ଓ ପ୍ରସ୍ତୁତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି ଭାରତୀୟ ଚିକିତ୍ସକ ସଂଘ ( ଆଇଏମଏ) ସହ ବୈଠକ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking