ନୂଆଦିଲ୍ଲୀ: ଏହି ଖବରଟି ନିଶ୍ଚୟ ଆପଣଙ୍କୁ ଭିନ୍ନ ପ୍ରକାରର ଲାଗିପାରେ, ହେଲେ ଚିତ୍ରାଳ ଘାଟୀରେ ଏହି ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି, ଏହି ଜନଜାତି ହିନ୍ଦୁ-କୁଶର ପାହାଡ଼ରେ ରହିଛି। ଅନୁମାନ କି, ଦୁର୍ଗମ ପାହାଡ଼ ଗୁଡ଼ିକରେ ଘେରା ହେବା କାରଣରୁ ପାଖାପାଖି ୪ ହଜାରର ଜନସଂଖ୍ୟା ଥିବା କଲାସା ସଂପ୍ରଦାୟର ସଭ୍ୟତା ଓ ପରମ୍ପରା ଏବେସୁଦ୍ଧା ସୁରକ୍ଷିତ ରହିଛି। ନୁହେଁତ କେବେ ଠାରୁ ପାକିସ୍ତାନୀ ଲୋକଙ୍କର ଶିକାର ହୁଅନ୍ତେଣି। କୁହାଯାଏ , ସିକନ୍ଦର ଯେବେ ବିଶ୍ୱ ବିଜୟ ପାଇଁ ବାହାରିଲେ ତ ଏହି ଅଞ୍ଚଳରେ ମଧ୍ୟ ରହିଥିଲେ ଏବଂ ବିଜୟୀ ହୋଇ ଆଗକୁ ଚାଲିଥିଲେ। ସେତେବେଳେ ଏହାକୁ କୌକାସୋଶ ଇନ୍ଦିକୌଶ କୁହାଗଲା , ୟୁନାନୀରେ ଏହାର ଅର୍ଥ ହିନ୍ଦୁସ୍ତାନୀ ପର୍ବତ । କଲାସା ଜନଜାତିକୁ ଅନେକ ଐତିହାସିକ ସିକନ୍ଦରଙ୍କର ବଂଶଜ ମାନନ୍ତି। ୧୧ମ ଶତାବ୍ଦୀର ଅନ୍ତରେ ଏହି ହିନ୍ଦୁମାନଙ୍କୁ ନାସ୍ତିକ କହି ଖୁବ୍ ହଣାକଟା ଆରମ୍ଭ ହେଲା। ଅଧିକାଂଶ ସଂପ୍ରଦାୟ ଧର୍ମ ପରିବର୍ତ୍ତନ କଲେ। ଏହା ସେହି ସମୟ ଥିଲା , ଯେବେ ଏହି ପାହାଡକୁ ହିନ୍ଦୁ-କୁଶ ନାମ ମିଳିଲା , ଅର୍ଥାତ୍ ହିନ୍ଦୁଙ୍କ ହତ୍ୟାକାରୀ । ସର୍ବ ପ୍ରଥମେ ଏହି ନାମ ମୁସଲିମ୍ ଘୁମକ୍କଡ ଇବନ ବତୁତା ଦେଇଥିଲେ , ଏହାପରେ ଏହା ଚାଲି ଆସିଛି। ହ୍ୟୁମନ ରାଇଟ୍ସ କମିଶନ ଅଫ୍ ପାକିସ୍ତାନର କହିବାନୁସାରେ , ଅନେକ ସମୟରେ ବିବାହ ପରେ ପାକିସ୍ତାନର ଅନ୍ୟ ଭାଗକୁ ଯାଉଥିବା ମହିଳାମାନେ ମାନସିକ ରୋଗର ଶିକାର ହୋଇଯାନ୍ତି। ହେଲେ ପାକିସ୍ତାନରେ କୌଣସି ବି ସରକାର ତାଙ୍କୁ ରକ୍ଷା କରିବା ପାଇଁ କୌଣସି କାମ କଲେନାହିଁ । ସେମାନେ ବର୍ଷ ବର୍ଷ ଧରି ସେମିତି ଅବହେଳିତ ହୋଇ ରହିଲେ। ଏମିତି କି ୨୦୧୮ ମସିହା ପୂର୍ବ ପର୍ଯ୍ୟନ୍ତ ତାଙ୍କୁ ପାକିସ୍ତାନୀ ଜନଗଣନାରେ ସାମିଲ କରାଯାଇ ନଥିଲା , ଅର୍ଥାତ୍ ସେମାନେ ନା ନିଜ ସରକାର ବାଛି ପାରୁ ନଥିଲେ ନା ସରକାରୀ ଚାକିରି ପାଇବାରେ ହକଦାର ଥିଲେ । କଲାସା ମହିଳାଙ୍କ ପରି ଆମର ଏଠାରେ ବି କିଛି ଆଦିବାସୀ ସଂପ୍ରଦାୟ ଏମିତି ଅଛନ୍ତି , ଯେଉଁଠି ମହିଳାମାନେ ମନପସନ୍ଦର ସାଥି ବାଛନ୍ତି । ଗୋଟେ ବୟସ ପରେ ଯୁବକ-ଯୁବତୀ ଉଭୟ ହିଁ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟିବା ଓ ଏକାଠି ସମୟ ବିତେଇବେ, ଏହାକି ପସନ୍ଦର ଲାଇଫ୍ ପାର୍ଟନର ବାଛି ପାରିବେ। ଛତିଶଗଡ଼ର ବସ୍ତରରେ ଗୋଣ୍ଡ ସଂପ୍ରଦାୟର ଆଦିବାସୀ ଯୁବକ-ଯୁବତୀ ଏଠାରେ ମିଳାମିଶା କରିଥାନ୍ତି , ଏହାକୁ ଘୋଟୁଲ କୁହନ୍ତି।