କେନ୍ଦ୍ରାପଡା: କଟକ ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଅମୃତ ମଣୋହି ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ରବିବାର ଅଠର ତାରିଖ ରେ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟ ପକ୍ଷରୁ ଏହା ଥିଲା ୪୪ତମ ସ୍ୱାସ୍ଥ୍ୟ ଶିବିର, ଏଥିରେ ବୟସ୍କ ଓ ଶିଶୁ ମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା, କଟକ ଓ ଭୁବନେଶ୍ୱର ର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବିଶେଷଞ୍ଜ ଡାକ୍ତର ମାନେ ଚିକିତ୍ସା କରିଥିଲେ, ମଗାଣା ରେ ଔଷଧ, ରକ୍ତ ପରୀକ୍ଷା, ଏକ୍ସରେ, ଚଷମା, ଏବଂ ବେକ, ଆଣ୍ଠୁ, ଅଣ୍ଟା ବେଲ୍ଟ ସହ ଖାଦ୍ୟ ଦିଆଯାଇଥିଲା ।ଏହି ଶିବିରକୁ ଟ୍ରଷ୍ଟ ର ମୁଖ୍ୟ ଏସସିବି ମେଡିକାଲ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ହେଲଥ ୟୁନିଭରସିଟିର ଓଏସଡ଼ି ପ୍ରଫେସର ଡାକ୍ତର ଦାତ୍ତେଶ୍ୱର ହୋତା ପରିଚାଳନା କରଥିଲେ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ରୁତରାଜ ଉଦଘାଟନ କରିଥିଲେ। ସିଡିଏମଓ ଅନିତା ପଟ୍ଟନାୟକ,ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଟ୍ରଷ୍ଟ ଅଧ୍ୟକ୍ଷ ଗଧନେଶ୍ୱର ହୋତା ପରିଚାଳନା ରେ ସହାୟତା କରିଥିଲେ, ଟ୍ରଷ୍ଟ ର ସଦସ୍ୟ ସୁରଜିତ ଦାସ ସହଯୋଗ କରିଥିଲେ।୧୨୦୦ ରୁ ଉର୍ଦ୍ଧ ରୋଗୀ ଙ୍କୁ ଚିକିତ୍ସା କରାଯାଇଥିଲା।