19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶପାକିସ୍ତାନ ସେନାର ନିଦ ହଜାଇ ଦେଇଛି ତାଲିବାନ

ପାକିସ୍ତାନ ସେନାର ନିଦ ହଜାଇ ଦେଇଛି ତାଲିବାନ

କାବୁଲ : ତାଲିବାନ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ଗୋଟିଏ ପଟେ ସୀମା ବିବାଦକୁ ନେଇ ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ସଂଘର୍ଷ ଚାଲିଥିବାବେଳେ ଅନ୍ୟପଟେ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ ମଧ୍ୟ ପାକିସ୍ତାନ ସେନା ଉପରେ ଆକ୍ରମଣ କରାଯାଉଛି । ସ୍ପିନ ବୋଲଡାକ-ଚମନ ବର୍ଡର ଅଂଚଳରେ ଟିଟିପି ପକ୍ଷରୁ ପାକିସ୍ତାନୀ ସେନା ଉପରେ ମୋର୍ଟାର ଓ ମେସିନଗନ ମାଡ଼ ହୋଇଛି । ଆମେରିକା ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ)ର କମାଣ୍ଡର ପାକିସ୍ତାନ ଗସ୍ତରେ ଥିବାବେଳେ ପାକିସ୍ତାନୀ ସେନା ଉପରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣ ପରେ ଚମନ ବର୍ଡର ଚେକ ପୋଷ୍ଟକୁ ବନ୍ଦ କରିଦିଆଯାଇଛି ଓ ସାଧାରଣ ଲୋକଙ୍କୁ ଖାଲି କରିଦିଆଯାଇଛି ।

ତାଲିବାନର ଏହି ଆକ୍ରମଣରେ ପାକିସ୍ତାନ ସେନାର କେତେକ ପୋଷ୍ଟ କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣରେ ୧୫ ଜଣ ଲୋକ ଆହତ ହୋଇଛନ୍ତି । ଚଳିତ ମାସ ଆରମ୍ଭରେ ତାଲିବାନ ଆକ୍ରମଣରେ ୭ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିଲେ । ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ବିବାଦ । ବ୍ରିଟିଶ ଅମଳରୁ ହିଁ ଆଫଗାନିସ୍ତାନ ଏହାକୁ ମାନ୍ୟତା ଦେଉନାହିଁ । ଏବେ ପାକିସ୍ତାନ ପକ୍ଷରୁ ଏହି ସୀମାରେ ତାରବାଡ଼ ଦିଆଯାଉଥିବାରୁ ତାଲିବାନ ତାହାର ବିରୋଧ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking