ବ୍ରହ୍ମପୁର: ପୁଲିସ ବିଭାଗ ପକ୍ଷରୁ ସାଇବର ଠକେଇକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲେ ବି ନୂତନ ତରିକାରେ ସାଇବର ଲୁଟେରା ଲୁଟ କରିବାରେ ସଫଳ ହେଉଛନ୍ତି । ଏଥର ଜିଲ୍ଳାର ଛତ୍ରପୁର ଅଞ୍ଚଳର ଜଣେ ବ୍ୟକ୍ତିିଙ୍କୁ ନ୍ୟୁଜିଲାଣ୍ଡରେ ଚାକିରୀ ଦେବା ଆଳରେ ୨.୬୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ନେଇ ସ୍ଥାନୀୟ ସାଇବର ଥାନାରେ ଅଭିଯୋଗ ହୋଇଥିôବା ଜଣାପଡ଼ିଛି । ପୁଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିôବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଲୁଟର ଶୀକାର ହୋଇଥିôବା ବ୍ୟକ୍ତିଙ୍କୁ ନ୍ୟୁଜିଲାଣ୍ଡର ଏକ ହୋଟେଲ୍ରେ ଚାକିରୀ କରାଇଦେବ କହି ଗତ ମାସ ୯ତାରିଖରେ ଫୋନ କଲ ଆସିଥିଲା । ଏହି ପରିପ୍ରେକ୍ଷୀରେ ତାଙ୍କ ଇ-ମେଲ୍ ଆଇଡିକୁ ମଧ୍ୟ ନିଯୁକ୍ତି ପାଇଁ ଅଫର ଲେଟର୍,ଭିସା ଆପ୍ରୁଭାଲ୍ ଲେଟର ଆସିଥିଲା । ଅନଲାଇନରେ ଏହି ପରିପ୍ରେକ୍ଷୀରେ ଇଣ୍ଟରଭ୍ୟୁ ମଧ୍ୟ ହୋଇଥିଲା । ତେବେ ଭିସା ପ୍ରୋସେସ୍,ବର୍ଡର କ୍ଳିୟରାନ୍ସ, ଏଣ୍ଟ୍ରିଗେଟ ପାସ ଆଦି ପାଇଁ ଅଜଣା ବ୍ୟକ୍ତି ଜଣଙ୍କ ୨.୬୮ ଲକ୍ଷ ଟଙ୍କା ମାଗିଥିଲେ । ଚାକିରୀ ଆଶାରେ ଠକେଇର ଶୀକାର ହୋଇଥିôବା ବ୍ୟକ୍ତି ଜଣକ ଏହି ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ଏହା ପରେ ପୁଣି ଥରେ ଅନ୍ୟ କାରଣ ଦର୍ଶାଇ ପୁଣି ୧.୩୫ ଲକ୍ଷ ଟଙ୍କା ମାଗିବା ପରେ ସନ୍ଦେହ ଉପୁଜି ଆଉ ଟଙ୍କା ଦେଇ ନଥିଲେ । ସମସ୍ତ ଘଟଣା ପରେ ବ୍ୟକ୍ତି ଜଣକ ଜାଣିପାରିଲେ ଯେ ସେ ଠକେଇର ଶୀକାର ହୋଇଛନ୍ତି । ସଂପ୍ରତି ସମଗ୍ର ଦେଶରେ, ବିଶ୍ୱରେ ବିଭିିନ୍ନ ପ୍ରକ୍ରିୟାରେ ଚତୁରତାର ସହ ସାଇବର ଠକେଇ ହେଉଥିବା ନେଇ ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଏହା ସତ୍ତ୍ୱେ ଜନସାଧାରଣ ସତର୍କତା ଅବଲମ୍ବନ ନ କରିବା ଯୋଗୁଁ ଠକେଇର ଶୀକାର ହେଉଛନ୍ତି ।