30.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶହୃଦୟବିଦାରକ ଘଟଣା: ରାତିରେ ମା’ ଓ ସକାଳେ ବାପାଙ୍କୁ ହରାଇଲା ପୁଅ

ହୃଦୟବିଦାରକ ଘଟଣା: ରାତିରେ ମା’ ଓ ସକାଳେ ବାପାଙ୍କୁ ହରାଇଲା ପୁଅ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ହୋଇଥିବା ବଡ଼ଧରଣର ସିଲିଣ୍ଡର ବିସ୍ଫୋରଣରେ ଏଯାବତ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି । ମଙ୍ଗଳବାର ସକାଳେ ଅନ୍ୟ ୪ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ବର ସୁରେନ୍ଦ୍ର ସିଂହଙ୍କ ବାପା ବି ରହିଛନ୍ତି । ଏହାପୂର୍ବରୁ ଗତ ସୋମବାର ରାତିରେ ସୁରେନ୍ଦ୍ରଙ୍କ ମା’ଙ୍କ ମୃତ୍ୟୁ ହୋଇଥିବାର ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ସାମିଲ ରହିଛନ୍ତି । ଗୁରୁବାର ବିଜୟ ସିଂହଙ୍କ ସାନ ଝିଅଙ୍କ ବିବାହ ପାଇଁ ବରଯାତ୍ରୀ ଶେରଗଡର ଭୁଙ୍ଗରା ଗ୍ରାମରୁ ଆସିବାର ଥିଲା । ତେବେ ଏଠାରେ ବିବାହ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ହୋଇଯାଇଥିଲା । ଏହି ଦୁର୍ଘଟଣା ଯୋଗୁ ୬୦ ଜଣ ନିଆଁରେ ଜଳି ଯାଇଥିଲେ ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ । ୫୨ଜଣ ପୀଡିତାଙ୍କୁ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ୩ ମହିଳା ଏବଂ ୨ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେତେକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସମସ୍ତ ସମ୍ଭାବ୍ୟ ଚିକିତ୍ସାର ଖର୍ଚ୍ଚ ରାଜ୍ୟସରକାର ବହନ କରିବେ ବୋଲି ଆହତଙ୍କ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଛନ୍ତି । ଅନ୍ୟପଟେ ଚିରଞ୍ଜୀବୀ ଯୋଜନା ଅନୁଯାୟୀ ଆହତମାନଙ୍କୁ ୧ଲକ୍ଷ ଟଙ୍କା ଏବଂ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଗେହଲଟ ଘୋଷଣା କରିଛନ୍ତି । ଏତଦ୍‌ବ୍ୟତୀତ ସରକାର ୨ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking