ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ଘରେ କୁକୁର, ବିଲେଇ ଇତ୍ୟାଦି ଗୃହପାଳିତ ପଶୁଙ୍କୁ ଘରେ ପାଳନ କରିବା ପାଇଁ ସଉକ ରଖିଥାନ୍ତି । କିନ୍ତୁ ଏବେ କୁକୁର, ବିଲେଇ ପାଳିବା ପାଇଁ କରିବାକୁ ହେବ ରେଜିଷ୍ଟ୍ରେସନ । କେବଳ ରେଜିଷ୍ଟ୍ରେସନ ନୁହେଁ, ଏଥିପାଇଁ ବାର୍ଷିକ ଦେୟ ମଧ୍ୟ ଦେବାକୁ ପଡିବ । କିନ୍ତୁ ଏହି ନିୟମ ପାଳନ ନ କରୁଥିବା ଲୋକମାନଙ୍କୁ ଜରିମାନା ଲାଗୁ କରାଯିବ ବୋଲି ଜଣାପଡିଛି । ତେବେ ଏହି ନିୟମ ନୋଏଡାର ପ୍ରାଧିକରଣ ପକ୍ଷରୁ ଏହି ନିୟମ ଜାରି କରାଯାଇଛି ।
କେହି ବ୍ୟକ୍ତି ତାଙ୍କ ପାଳିତ କୁକୁର ବୁଲାଇବାକୁ ନେଉଥାନ୍ତି, ତେବେ ତା’ ବେକରେ ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ ହେବ ବୋଲି ଏହି ପଲିସିରେ କୁହାଯାଇଛି । ତେବେ ଅଧିକାଂଶ ସମୟରେ କୁକୁରଙ୍କୁ ଖାଲି ବାହାରକୁ ଛାଡି ଦେଉଥିଲେ ମାଲିକ । ଯେଉଁଥିପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଥିବାର ଦେଖାଯାଇଥାଏ । କେବେ କାହାକୁ କୁକୁର କାମୁଡି ଦେଇଥାଏ ତ କେବେକ ଏମାନଙ୍କ ପାଇଁ ରାସ୍ତାରେ ଦୁର୍ଘଟଣା ହୋଇଥାଏ । ଏବେ ଏଭଳି କରିବା ଦ୍ବାରା ମାଲିକଙ୍କ ଉପରେ ଜରିମାନା ଲଗାଯିବ। ଯଦି କୁକୁର ସାର୍ବଜନିକ ସ୍ଥାନରେ ଶୌଚ କରେ ତେବେ ତାହାର ସଫେଇ ଦାୟିତ୍ବ ମାଲିକଙ୍କ ଦାୟିତ୍ବ। ଆଉ କୁକୁରକୁ ଖୋଲା ଛାଡ଼ିଲେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏହା ସହ ୧୦୦ ରୁ ୩୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ।
ସେହିଭଳି ଯଦି ପାଳିତ କୁକୁର କାହାକୁ ଆକ୍ରମଣ କରେ ତେବେ ରୋଗୀଙ୍କ ସମ୍ପୂର୍ଣ୍ଣ ଚିକିତ୍ସା କରିବେ କୁକୁରର ମାଲିକ । ଏହା ସହ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ଆହୁରି ଯଦି କୁକୁରର ମୃତ୍ୟୁ ହେଉଛି ତେବେ ଏହାର ସୂଚନା ମଧ୍ୟ ମାଲିକଙ୍କୁ ଦେବାକୁ ପଡ଼ିବ। ଅତୀତରେ ନୋଏଡାରେ କୁକୁରଙ୍କ ଆକ୍ରମଣ ବଢ଼ିଥିଲା ଯାହାକୁ ନେଇ କଡ଼ା ପଲିସି କରିବାକୁ ଅନେକ ସମୟରେ ଅଭିଯୋଗ ହୋଇଆସିଥିଲା।ତେଣୁ ଏସବୁକୁ ନଜରରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ନୋଏଡା ପ୍ରାଧିକରଣ ।