17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶମହାରାଷ୍ଟ୍ରରେ ବନ୍ଦେ ଭାରତ ଏକ୍ସପ୍ରେସ, ସମୃଦ୍ଧି ମହାମାର୍ଗ ଉଦ୍‌ଘାଟିତ

ମହାରାଷ୍ଟ୍ରରେ ବନ୍ଦେ ଭାରତ ଏକ୍ସପ୍ରେସ, ସମୃଦ୍ଧି ମହାମାର୍ଗ ଉଦ୍‌ଘାଟିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମହାରାଷ୍ଟ୍ରରେ ୭୫,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ବନ୍ଦେ ଭାରତ ଏକ୍ସପ୍ରେସ ଓ ସମୃଦ୍ଧି ମହାମାର୍ଗ। ପ୍ରଧାନମନ୍ତ୍ରୀ ନାଗପୁର ଓ ବିଳାଶପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦ୍‌ଘାଟନ କରିବା ସହିତ ନିଜେ ଏହି​‌ ଟ୍ରେନରେ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ନାଗପୁରର ଫ୍ରିଡମ୍ ମେଟ୍ରୋ ଷ୍ଟେସନର ଖାପ୍ରୀ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ଉଦ୍‌ଘାଟନ କରିଥିବା ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଦେଶର ୬ଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ଆଜି ହିନ୍ଦୁ ହୃଦୟସମ୍ରାଟ ବାଲାସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ପ୍ରଥମ ପର୍ଯ୍ୟାୟକୁ ଉଦ୍‌ଘାଟନ କରିଛନ୍ତି। ନାଗପୁର ଠାରୁ ଶିରିଡ ପର୍ଯ୍ୟନ୍ତ ୫୨୦ କିମି ମହାମାର୍ଗକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ସହିତ ମହାମାର୍ଗରେ ଯାତ୍ରା କରିଥିଲେ। ଏହି ମହାମାର୍ଗର ସମ୍ପୂର୍ଣ୍ଣ ଲମ୍ବ ହେଉଛି ୭୦୧ କିମି। ସମ୍ପୂର୍ଣ୍ଣ ମହାମାର୍ଗ ଜୁଲାଇ ୨୦୨୩ ସୁଦ୍ଧା ଶେଷ ହେବ। ପ୍ରଧାନମନ୍ତ୍ରୀ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ୍‌)କୁ ମଧ୍ୟ ଉଦ୍‌ଘାଟନ କରିଥିଲେ।
ରବିବାର ଦ୍ବିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗୋଆ ଗସ୍ତ କରିବା ପୂର୍ବକ ୯ମ ବିଶ୍ବ ଆୟୁର୍ବେଦ କଂଗ୍ରେସକୁ ଉଦ୍‌ଘାଟନ କରିଛନ୍ତି। ଏହା ସହିତ ମୋପା ଆନ୍ତର୍ଜାତିକ ବିମାନବନ୍ଦରକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ବର ୩୦ଟି ଦେଶ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ସ୍ବୀକୃତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking