17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶକେଉଁଠାରୁ ଏବଂ କିପରି ହୋଇଥିଲା ଶିବଲିଙ୍ଗର ଉତ୍ପତ୍ତି? ଜାଣନ୍ତୁ ଭଗବାନ ଶିବଙ୍କ ସହ ଜଡିତ ଏହି...

କେଉଁଠାରୁ ଏବଂ କିପରି ହୋଇଥିଲା ଶିବଲିଙ୍ଗର ଉତ୍ପତ୍ତି? ଜାଣନ୍ତୁ ଭଗବାନ ଶିବଙ୍କ ସହ ଜଡିତ ଏହି ରହସ୍ୟ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ କାଇଁ କେଉଁ କାଳରୁ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଗଭିର ସମ୍ପର୍କ ରହି ଆସିଛି । ଯାହାଫଳରେ ଭକ୍ତ ସର୍ବଦା ଭଗବାନଙ୍କ ଅଲୌକିକ ଗାଥା ଏବଂ ତାଙ୍କର ବିଭିନ୍ନ ରହସ୍ୟ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରେ । ତେବେ ଆମେ ଆଜି ଆପଣଙ୍କ ଭଗବାନ ଶିବଙ୍କ ଲିଙ୍ଗ ରୂପ କିପରି ଏବଂ କେଉଁଠୁ ଉତ୍ପତ୍ତି ହୋଇଥିଲା ସେହି ବିଷୟରେ ଜଣାଇବାକୁ ଯାଉଛୁ । ଯାହାକି ଅନେକ ଭକ୍ତମନରେ ଏକ ପ୍ରଶ୍ନବାଚି ସୃଷ୍ଟି କରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଭାଗବାନ ଶିବଙ୍କ ସହ ଜଡିତ କିଛି ରହସ୍ୟ ବିଷୟରେ…

କପିର ହୋଇଥିଲା ଶିବ ଲିଙ୍ଗର ଉତ୍ପତ୍ତି: ହିନ୍ଦୁ ଧର୍ମରେ ଭଗବାନ ଶିବ ଏବଂ ଶିବଲିଙ୍ଗଙ୍କ ମୂର୍ତ୍ତି ପୂଜା କରିବାର ଏକ ନିୟମ ଅଛି। କୁହାଯାଏ ଯେ ଯଦି କୌଣସି ଭକ୍ତ ଭଗବାନ ଶିବଙ୍କୁ ପ୍ରକୃତ ଭକ୍ତି ସହିତ ପୂଜା , ଆରାଧନା କରେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ । ଏଥିସହିତ ସେମାନଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ସେହିପରି ଧାର୍ମିକ ଶାସ୍ତ୍ରରେ ମଧ୍ୟ ଶିବଲିଙ୍ଗଙ୍କ ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାକି ଭଗବାନ ଶିବଙ୍କ ଏକ ରହସ୍ୟ ସହ ଜଡିତ । ତେବେ କିମ୍ବଦନ୍ତୀ ଅନୁଯାୟୀ, ବ୍ରହ୍ମାଣ୍ଡ ସୃଷ୍ଟି ହେବା ପରେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଉଭୟ ନିଜକୁ ସବୁଠାରୁ ଶକ୍ତିଶାଳୀ ବୋଲି ପ୍ରମାଣ କରିବାରେ ବ୍ୟସ୍ତ ଥିଲେ । ଫଳରେ ସଂସାରର ସନ୍ତୁଳନ ବିଗିଡିବାର ଲାଗିଲା । ଯାହାକୁ ଦେଖି ଭଗବାନ ଶିବ ଏକ ଉପାୟ ଚିନ୍ତା କଲେ ଏବଂ ଠିକ୍ ସମୟରେ ଆକାଶରେ ଏକ ଉଜ୍ଜ୍ୱଳ ପଥର ସୃଷ୍ଟି କଲେ । ଏଥିସହିତ ଏକ ଶୂନ୍ୟବାଣୀ ହେଲା ଯେ ଯିଏ ଏହି ପଥରର ଅନ୍ତ ପାଇବ ସେ ଅଧିକ ଶକ୍ତିଶାଳୀ ବିବେଚିତ ହେବ । ବିଶ୍ୱାସ କରାଯାଏ ଯେ ସେହି ପଥରଟି ଶିବଲିଙ୍ଗ ଥିଲା ।

ତେବେ ଏହି ଶୂନ୍ୟବାଣୀ ପରେ ପଥର ଅନ୍ତ ଖୋଜିବା ପାଇଁ ଉଭୟ ଦେବତା ବ୍ରହ୍ମା ଏବଂ ବିଷ୍ଣୁ ଜଣେ ସ୍ୱର୍ଗ ଏବଂ ଜଣେ ମର୍ତ୍ତ୍ୟରେ ପହଞ୍ଚିଲେ । କିନ୍ତୁ ସମସ୍ତ ପ୍ରୟାସ ପରେ ମଧ୍ୟ ସେହି ପଥରର ଅନ୍ତ ପାଇ ପାରିଲେ ନାହିଁ । ଫଳରେ ଶେଷରେ ବାଧ୍ୟ ହୋଇ ଭଗବାନ ବିଷ୍ଣୁ ପରାଜୟ ଗ୍ରହଣ କଲେ । କିନ୍ତୁ ଭଗବାନ ବ୍ରହ୍ମା ନିଜର ପରାଜୟ ସ୍ୱିକାର କରିବା ପରିବର୍ତ୍ତେ ସେ ପଥରର ଅନ୍ତ ପାଇଛନ୍ତି ବୋଲି ଘୋଷଣା କଲେ । କିନ୍ତୁ ଏହି ସମୟରେ ଆକାଶରୁ ଫୁଣି ଏକ ଶୂନ୍ୟବାଣୀ ହେଲା ,ଯେଉଁଥିରେ ଶୁଣିବାକୁ ମିଳିଲା ଯେ ମୁଁ ଶିବଲିଙ୍ଗ ଅଟେ । ମୋର ଆରମ୍ଭ ନାହିଁ କି ଅନ୍ତ ମଧ୍ୟ ନାହିଁ । ଏହାପରେ ଭଗବାନ ଶିବ ମଧ୍ୟ ସେଠାରେ ଆବିର୍ଭାବ ହେଲେ ଏବଂ କହିଲେ ଯେ ଏହି ପଥର ହେଉଛି ମୋର ଏକ ଅଂଶ ଯାହାକୁ ସାରା ବ୍ରହ୍ମାଣ୍ଡରେ ଶିବଲିଙ୍ଗ ଭାବରେ ପୂଜା କରାଯିବ । ସେବେଠାରୁ ବ୍ରହ୍ମାଣ୍ଡରେ ଏହି ପଥରକୁ ଶିବଲିଙ୍ଗ ଭାବରେ ପୂଜା କରାଯାଏ ।

ଶିବଲିଙ୍ଗର ଅର୍ଥ:ପୌରାଣିକ ଗାଥା ଅନୁସାରେ ଶିବଲିଙ୍ଗ ଦୁଇଟି ଶବ୍ଦରେ ତିଆରି ହୋଇଛି, ଶିବ ଏବଂ ଲିଙ୍ଗ । ତେବେ ଶିବର ଅର୍ଥ କଲ୍ୟାଣ ହୋଇଥିବା ବେଳେ ଲିଙ୍ଗର ଅର୍ଥ ଯାହାର ଅର୍ଥ ସୃଷ୍ଟି ବୋଲି ବିଶ୍ୱାସ ରହିଛି । ତେବେ ଏହି ଶିବ ଲିଙ୍ଗ ଦୁଇ ପ୍ରକାର ଗୋଟିଏ ହେଉଛି ଜ୍ୟୋତିର୍ଲିଙ୍ଗ ଏବଂ ଅନ୍ୟଟି ହେଉଛି ପାରଦ ଶିବ ଲିଙ୍ଗ । ତେବେ ଏହି ଜ୍ୟୋତିର୍ଲିଙ୍ଗକୁ ସମଗ୍ର ସମଗ୍ର ବ୍ରହ୍ମାଣ୍ଡର ପ୍ରତୀକ ଭାବରେ ବିବେଚନା କରାଯାଏ । କୁହାଯାଏ ଯେ ଏହି ଶିବଲିଙ୍ଗ ଜଳ, ବାୟୁ, ଆକାଶ, ପୃଥିବୀ, ମାୟା, ଚିନ୍ତା, ଭାବନା, ବ୍ରହ୍ମ, ଜୀବ, ବୁଦ୍ଧି ଆଦ୍ରୁ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking