19.1 C
Bhubaneswar
Friday, November 22, 2024
Homeଓଡିଶାସରକାରୀ ଯୋଜନା ଅପହଞ୍ଚ, ଶୌଚାଳୟରେ କଟୁଛି ଜୀବନ

ସରକାରୀ ଯୋଜନା ଅପହଞ୍ଚ, ଶୌଚାଳୟରେ କଟୁଛି ଜୀବନ

ଉଖୁଣ୍ଡା : ସରକାର ବିକାଶର ଶୀର୍ଷରେ ଦେଶକୁ ପହଞ୍ଚାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରି ଦେଶ ତଥା ରାଜ୍ୟରେ ମାଳ ମାଳ ଯୋଜନା ବର୍ତ୍ତମାନ ଚାଲୁ ରଖିଛନ୍ତି । କିନ୍ତୁ ଦୁଃଖର ବିଷୟ ସରକାରଙ୍କ ଯୋଜନା ଝୁମ୍ପୁରା ବ୍ଲକ୍‌ରେ କିପରି ଚାଲିଛି ତାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ ଝୁମ୍ପୁରା ପଞ୍ଚାୟତରେ । ଝୁମ୍ପୁରା ପଞ୍ଚାୟତ ଭାଲୁକା ଗ୍ରାମର ଅସହାୟ ବିଧବା ପୁଷ୍ପା ନାଏକ(୬୭) ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ତାଙ୍କ ସ୍ୱାମୀ ଆଜକୁ ୮ ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି । ଏହି ପରିବାର ପାଖରେ ବର୍ତ୍ତମାନ ରହିବା ପାଇଁ ଘରଟିଏ ନାହିଁ । ପୁଷ୍ପାଙ୍କ ସ୍ୱାମୀ ବଞ୍ଚିଥିବା ସମୟରେ ନିର୍ମାଣ ହୋଇଥିବା ଘରଟି ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି କେତେବେଳେ ଘରଟି ଭାଙ୍ଗିପଡିବ କିଏ କହିପାରିବ । ଘର ନଥିବାରୁ ବର୍ତ୍ତମାନ ପୁଷ୍ପା ନାଏକ ସ୍ୱଚ୍ଛ ଭାରତ ଯୋଜନାରୁ ନିର୍ମାଣ ହୋଇଥିବା ପାଇଖାନାରେ ରହୁଛନ୍ତି । ଭଙ୍ଗା ଘରେ ପୁଅ ଗୋପାଳ ନାଏକ, ବୋହୂ ସୁଦବି ନାଏକ ଏବଂ ତାଙ୍କର ଦୁଇ ପିଲା ରହୁଛନ୍ତି । ପୁଷ୍ପାକୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପାଖରେ ବାରମ୍ବାର କାକୁତି ମିନତି ହୋଇଛନ୍ତି । କିନ୍ତୁ ଦୁଃଖର ବିଷୟ ଏହି ଦରିଦ୍ର ପରିବାକୁ ଆଜି ପର୍ଯ୍ୟନ୍ତ ସରକାର ତରଫରୁ ଘର ମିଳିପାରିଲା ନାହିଁ । ପୁଷ୍ପାର ପୁଅ ଗୋପାଳ ନାଏକ ଜଣେ ଦିନମଜୁରିଆ ହୋଇଥିବାରୁ ସେ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଯାଇ ସାହୁକାର ପାଖରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ୫ କୁଟୁମ୍ବ ଚଳନ୍ତି । ହାଡଭଙ୍ଗା ଶୀତ କାକରୁକୁ ଖାତିର ନ କରି ସେହି ପାଇଖାନା ଘରେ କର୍ମକୁ ଆଦରୀ ପଡ଼ି ରହିଛନ୍ତି । ପୁଅ ପ୍ରତିଦିନ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଠିକ୍‍ରେ ଚଳୁନାହିଁ ତେଣୁ ଘର ତରିଆରି କରିବା ପାଇଁ ଅର୍ଥ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking