27.1 C
Bhubaneswar
Sunday, September 29, 2024
Homeଅପରାଧନାବାଳିକାକୁ ଗର୍ଭବତୀ କରି ଜେଲକୁ ଗଲା ଭିଣୋଇ

ନାବାଳିକାକୁ ଗର୍ଭବତୀ କରି ଜେଲକୁ ଗଲା ଭିଣୋଇ

ମୟୁରଭଞ୍ଜ: ଶଳାର ନାବାଳିକା ପ୍ରେମିକାକୁ ଗର୍ଭବତୀ କରି ଜେଲ ହାଜତକୁ ଗଲା ଭିଣେଇ । ଏପରି ଏକ ସଙ୍ଗୀନ ଘଟଣା ଘଟିଛି କରଞ୍ଜିଆ ଥାନା ଅଞ୍ଚଳର ତିନିଟିଆ ଗ୍ରାମରେ । ତିନିଟିଆ ଗ୍ରାମର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ପାଖ ଗ୍ରାମ ପାହାଡି ସାହିକୁ ଯାତ୍ରା ୪ ମାସ ପୂର୍ବେ ଯାତ୍ରା ଦେଖିବାକୁ ଯାଇଥିଲା ସେଠାରେ ଅଭିଯୁକ୍ତ ପୁଷ୍ପକ ନାଏକ ଓ ସିପୁଙ୍କ ସହିତ ଦେଖାହୋଇଥିଲା । କାଳକ୍ରମେ ସିପୁ ସହିତ ନାବାଳିକାର ପ୍ରେମ ସମ୍ପର୍କ ଗଢିଉଠି ଥିଲା । ସିପୁ ଡେଲି ଫୋନର କଥାହୁଏ ଦିନେ ଶଳାର ଅନୁପସ୍ଥିତିରେ ଅଭିଯୁକ୍ତ ଭିଣେଇ ପୁଷ୍ପକ ଶଳାର ପ୍ରେମିକା ଘରକୁ ଯାଇ ଦୁଷ୍କର୍ମ କରିଥିଲା । ଚାରିମାସ ପରେ ପ୍ରେମିକାର ପେଟ ବଢିବାରୁ ଘର ଲୋକଙ୍କୁ କହିଥିଲା ତେଣୁ ନାବାଳିକାର ମା’କରଞ୍ଜିଆ ଥାନାରେ ପୁଷ୍ପକଙ୍କ ବିରୋଧରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ ।

ମା’ଙ୍କ ଅଭିଯୋଗକୁ ଆଧାର କରି କରଞ୍ଜିଆ ଥାନା ଏସ୍‌ଆଇ ଅଜୟ କୁମାର ରାଉଳ ପୁଷ୍ପକକୁ ଗିରିଫ କରିଥିଲେ । ତେବେ ପୁଷ୍ପକ ଥାନାରେ ମୁଁ ଏ କାମ କରିନି ମୋ ଶଳା କରିଛି ବୋଲି କହିବାରୁ ଆଇଆଇସି ରଞ୍ଜନ କୁମାର ସେଠୀ ଶଳା ସିପୁ ଓ ଅଭିଯୁକ୍ତ ଭିଣେଇ ପୁଷ୍ପକକୁ ଏକ ଠାରେ ରଖି ପୀଡିତା ନାବାଳିକାକୁ ଚିହ୍ଣଟ ପାଇଁ କହିଥିଲେ । ତେବେ ପୀଡିତା ପୁଷ୍ପକକୁ ଚିହ୍ଣଟ କରିଥିଲା । ତେଣୁ ପୁଷ୍ପକକୁ ଗିରଫ କରି ତା ବିରୋଧରେ ଥାନାରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ରଞ୍ଜନ କୁମାର ସେଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking