ଅହମ୍ମଦାବାଦ: ଗୁଜରାଟ ବିଧାନସଭାର ଅବଶିଷ୍ଟ ୯୩ଟି ଆସନ ପାଇଁ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ କରାଯାଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଶେଷ ହୋଇଥିବା ଏହି ପ୍ରକ୍ରିୟାରେ ପ୍ରାୟ ୬୧ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ୧୪ଟି ଜିଲ୍ଲାର ୯୩ ଆସନ ପାଇଁ ଏହି ପର୍ଯ୍ୟାୟରେ ମୋଟ ୮୩୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସେମାନଙ୍କର ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଛି । ଗୁଜରାଟରେ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ତ୍ରିମୁଖୀ ମୁକାବିଲା ଚାଲିଥିବାବେଳେ ବିଜେପି ସପକ୍ଷରେ ହାୱା ବୋହୁଥିବା ଜଣାପଡିଛି ।