25.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶ‘ବଳପୂର୍ବକ ଧର୍ମାନ୍ତରୀକରଣ ଅସାମ୍ବିଧାନିକ’

‘ବଳପୂର୍ବକ ଧର୍ମାନ୍ତରୀକରଣ ଅସାମ୍ବିଧାନିକ’

ନୂଆଦିଲ୍ଲୀ: ବଳପୂର୍ବକ ଧର୍ମାନ୍ତରୀକରଣ ଏକ ଗୁରୁତର ପ୍ରସଙ୍ଗ ଏବଂ ସମ୍ବିଧାନ ବିରୋଧୀ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି । ଏଭଳି ଏକ କୁପ୍ରଥାକୁ ବନ୍ଦ କରିବା ଏବଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରି ଅଶ୍ୱିନୀ ଉପାଧ୍ୟାୟ ନାମକ ଆଇନଜୀବୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ଜଷ୍ଟିସ ଏମ.ଆର.ଶାହା ଓ ଜଷ୍ଟିସ ସି.ଟି.ରବିକୁମାରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସୋମବାର ଏହାର ଶୁଣାଣି କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରିବାକୁ ଖଣ୍ଡପୀଠଙ୍କୁ ୭ ଦିନ ସମୟ ମାଗିଛନ୍ତି । ଏହି ସମୟ ମଧ୍ୟରେ ଆମେ ରାଜ୍ୟ ସରକାରଙ୍କଠାରୁ ତଥ୍ୟ ମଗାଇପାରିବୁ ବୋଲି ସେ କହିଛନ୍ତି । ଅପରପକ୍ଷରେ ଖଣ୍ଡପୀଠ କହିଛନ୍ତି ଯେ ବଳପୂର୍ବକ ଧର୍ମାନ୍ତରୀକରଣ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଭାରତରେ ବାସ କରୁଥିବା ପ୍ରତ୍ୟେକ ଲୋକ ଦେଶର ସମ୍ବିଧାନ, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇବା ଉଚିତ । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୨କୁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking