କୋଲକାତା : ପଶ୍ଚିମବଙ୍ଗ ପୁଲିସ ରବିବାର ଜଳପାଇଗୁଡି ଜିଲ୍ଲାରେ ଗୋଟିଏ କାର୍ରୁ ନଗଦ ୯୩ ଲକ୍ଷ ଟଙ୍କା ଜବତ କରିଥିବାବେଳେ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ବିହାର ବାସିନ୍ଦା ହୋଇଥିବାବେଳେ ଅନ୍ୟ ଜଣଙ୍କର ଘର ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ବୋଲି ଜଣାପଡିଛି । ଏହି ଟଙ୍କା ବିହାରରୁ ଆସାମ ନିଆଯାଉଥିଲା ବୋଲି ଅଭିଯୁକ୍ତମାନେ ପୁଲିସ ଅ।।ଗରେ ସ୍ୱୀକାର କରିଛନ୍ତି ।