ବଲାଙ୍ଗୀର : ପରକୀୟା ପ୍ରିତି ଭାଙ୍ଗି ଦେଇଛି ଦୁଇ ଦୁଇଟି ସୁନା ସଂସାର । ଏପଟେ ସାତ ଜନମର ସଂପର୍କକୁ ଲାଗିଛି ଧକ୍କା, ସେପଟେ ବନ୍ଧୁତ୍ୱ ଉପରେ ପଡିିଛି ଦାଗ । ଜମି ବେପାରି ବିକାଶ ନିଜ ସ୍ତ୍ରୀ ଛୁଆ ପିଲା ଛାଡି ବନ୍ଧୁ ପତ୍ନୀ ସଙ୍ଗେ ଫେରାର୍ ମାରିଥିବା ବେଳେ, ବନ୍ଧୁ ପତ୍ନୀ ନିଜ ସ୍ୱାମୀ ଓ ଶାଶୁ ଘର ଛାଡି ଯାଇଥିବା ଅଭିଯୋଗ ହୋଇଛି । ପୋଲିସ ମଧ୍ୟ ଆଇନ ଅନୁସାରେ ଫେରାର ଯୁଗଳଙ୍କୁ ନୋଟିସ୍ ଦେଇ କାମ ସାରି ଦେଇଛି । ଏବେ ନ୍ୟାୟ ଅପେକ୍ଷାରେ ଗୋଟିଏ ପଟେ କାନ୍ଦୁଛି ମୁସ୍କାନ୍ ତ ଅନ୍ୟ ପଟେ ଭାଙ୍ଗି ପଡିଛି ଅକ୍ଷ୍ୟୟ । ତେବେ ଦୁର୍ବଳ ଏତଲା ବାହାନାରେ ଚାଲାକ୍ ଅଭିଯୁକ୍ତ ଆଇନ୍ କବଳରୁ ଖସିଯିବେ ନା ପୋଲିସ୍ ଏମାନଙ୍କ ଷଡଯନ୍ତ୍ର ଭାଙ୍ଗି ନିର୍ଯ୍ୟାତିତ ମୁସ୍କାନ୍ କୁ ନ୍ୟାୟ ଦେଇ ପାରିବ, ସେ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏତଲାର ସାତ ଦିନ ପରେ ମଧ୍ୟ ବିକାସ୍ ର କୌଣସି ଖୋଜ୍ ଖବର ମିଳି ନଥିବା ପୋଲିସ କହିଥିଲା । ହେଲେ ଏପଟେ ବିକାସ ଫୋନ୍ କରି ସ୍ତ୍ରୀ ମୁସ୍କାନଙ୍କୁ ଧମକ୍ ଦେବା ସହ କେସ୍ ଫେରାଇ ନେବାକୁ ଚାପ ପକାଉଥିଲା । ଏନେଇ ମୁସ୍କାନ ପୁଣି ପୋଲିସ୍ ପାଖକୁ ଗଲା ବେଳେ ଜଣା ପଡିଲା ଯେ, ବିକାସ ଓ ସୁନୀତା ବିଗତ ରାତିରେ ଥାନାକୁ ଆସି ନୋଟିସ୍ ନେଇ ଚାଲି ଯାଇଛନ୍ତି । ପୁର୍ବରୁ , ଜମି କିଣା ବିକା କୁ ନେଇ କିଛି ପୋଲିସକର୍ମିଙ୍କ ସହ ବିକାଶର ସଂପର୍କ ରହିଥିବା ବେଳେ, ମୁସ୍କାନ ଏହି ଘଟଣାରେ ପୋଲିସ୍ ର ଭୁମୀକାକୁ ସନ୍ଦେହ କରିଛନ୍ତି ।
ସେପଟେ, ବନ୍ଧୁ ଅକ୍ଷ୍ୟୟ ଗତ ମାର୍ଚ୍ଚ ମାସରୁ ନିଜ ପତ୍ନୀ ସୁନୀତାଙ୍କ ସହ କୌଣସି ସଂପର୍କ ନଥିବା , ତାଛଡା ଉଭୟେ ଅଦାଲତରେ ଛାଡପତ୍ର ପାଇଁ ଅନୁମତି ମାଗିଥିବା ସ୍ପଷ୍ଟ କରିଛନ୍ତି । ତେବେ ଅକ୍ଷ୍ୟୟ କିଛି ଦିନ ତଳେ ନିଜ ଗାଁରେ ବଞ୍ଚିଥିବା ସ୍ତ୍ର୍ରୀ ର ଶୁଦ୍ଧିକ୍ରିୟା କରିଥିବା ଭିଡିଓ ଭାଇରାଲ୍ ହୋଇଛି । ଏପଟେ, ଏହାକୁ ଏକ ଗୁରୁତର ଘଟଣା କହିବା ସହ ଠିକ୍ ଭାବେ ତଦନ୍ତ ହେଲେ ଏହା ଅନେକ ଗୁମର ଖୋଲିବ ବୋଲି ମୁସ୍କାନ୍ କହିଛନ୍ତି । ତେବେ, ପୋଲିସ୍ ଏଭଳି ସ୍ପର୍ଷକାତର ଘଟଣାଗୁଡିକୁ ଆହୁରି ଗୁରୁତ୍ୱର ସହ ନେଇ ଅନୁରୁପ କାର୍ଯ୍ୟ କଲେ ଅନେକ ମହିଳା ନ୍ୟାୟ ପାରିବେ ବୋଲି ବରିଷ୍ଠ ଆଇନଜୀବି ପ୍ରମୋଦ ମିଶ୍ର କହିଛନ୍ତି ।