19.1 C
Bhubaneswar
Saturday, November 23, 2024
Homeଅପରାଧଅର୍ଚ୍ଚନା ମାମଲା: ଇଡିକୁ ତଥ୍ୟ ଦେଲା ପୁଲିସ, ଖୋଲିବ ଗୁମର

ଅର୍ଚ୍ଚନା ମାମଲା: ଇଡିକୁ ତଥ୍ୟ ଦେଲା ପୁଲିସ, ଖୋଲିବ ଗୁମର

ଭୁବନେଶ୍ୱର: ଅର୍ଚ୍ଚନା ମାମଲାରେ ଶେଷରେ ଇଡିକୁ ତଥ୍ୟ ଦେଇଛି କମିଶନରେଟ୍ ପୁଲିସ । ସିଜ୍ ହୋଇଥିବା ଜିନିଷ, ମେମୋ, ବ୍ୟାଙ୍କ ଡିଟେଲ୍‌ସ, ଜମି କିଣା ଏବଂ ଗାଡ଼ି ସମ୍ପର୍କିତ ତଥ୍ୟ ଇଡିକୁ ପ୍ରଦାନ କରାଯାଇଛି । ତେବେ ଏସବୁ ତଥ୍ୟ ଇ-ମେଲ୍ ଯୋଗେ ଇଡିକୁ ପ୍ରଦାନ କରାଯାଇଛି । କମିଶନରେଟ୍ ପୁଲିସ ପୂର୍ବରୁ ଅର୍ଚ୍ଚନା ହନିଟ୍ରାପ୍ ମାମଲାର ତଦନ୍ତ କରୁଥିଲା । ଅର୍ଚ୍ଚନାଙ୍କ ଘରେ ରେଡ୍ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା । ଯେହେତୁ କମିଶନରେଟ୍ ପୁଲିସ ପ୍ରଥମେ ତଦନ୍ତ ଆରମ୍ଭ କରିଥିଲା, ତେଣୁ କମିଶନରେଟ୍ ପୁଲିସ ପାଖରେ ଅର୍ଚ୍ଚନା ପେଡ଼ିର ଗୃଢ଼ ରହସ୍ୟ ଲୁଚିରହିଛି । ଅର୍ଚ୍ଚନା ବିରୋଧରେ ଅନେକ ପ୍ରମାଣ ପୁଲିସ ପାଖରେ ରହିଛି ବୋଲି ଚର୍ଚ୍ଚା ହେଉଛି । ଅର୍ଚ୍ଚନା କ’ଣ କରୁଥିଲା । କିଭଳି ସେ ସିଣ୍ଡିକେଟ୍ ଅପରେଟ୍ କରୁଥିଲା । କିଭଳି ଟଙ୍କା ଆଦାୟ କରୁଥିଲା । ଏହି ଟଙ୍କାକୁ କ’ଣ କରିଛି । କିଏ ତାକୁ ଏହି ଟଙ୍କା ଠୁଳ କରିବାରେ ସାହାଯ୍ୟ କରିଥିଲା । କାହାକୁ କାହାକୁ ସେ ବ୍ଲାକ୍‌ମେଲ କରିଛି । କ୍ରାଇମ୍ ସିଣ୍ଡିକେଟ୍‌ରେ ଶ୍ରଦ୍ଧାଞ୍ଚଳି ବ୍ୟତୀତ ଆଉ କିଏ ଥିଲେ ।

୫ ବର୍ଷ ମଧ୍ୟରେ ରାଜଧାନୀରେ ଘର ଭଡାରେ ରହୁଥିଲା । ହେଲେ କିଭଳି ଆଲିସାନ୍ ବଙ୍ଗଳା ଛିଡ଼ା କରିଦେଲା । କିଭଳି ସେ ରାତାରାତି କୋଟି କୋଟି ଟଙ୍କାର ମାଲିକ ହୋଇଗଲା । କେଉଁ ବଡ଼ ବଡ଼ିଆ ତା ଲିଙ୍କ୍‌ରେ ରହିଛନ୍ତି; ଏଭଳି ଅନେକ ପ୍ରଶ୍ନର ଉତ୍ତର ହୁଏତ ପୁଲିସ ତଦନ୍ତରେ ରହିଥିଲା । ତେବେ ଅର୍ଚ୍ଚନା ଦୀର୍ଘଦିନ ଜେଲ୍‌ରେ ରଖିବାଦ୍ୱାରା ଏ ସମ୍ପର୍କିତ ତଥ୍ୟ ବେଶ୍ ଉପଯୋଗୀ ହେବ । ଯାହାକୁ ଇଡି ହାତେଇବାକୁ ଚାହୁଁଛି । ପୁଲିସ ସେଠାରୁ କିଛି ପେନ୍ ଡ୍ରାଇଭ୍‌, ଆପତ୍ତିଜନକ ଫଟୋ ଏବଂ ଡାଏରୀ ଜବତ କରିଥିଲା । ଏବେ ଏହା ପୁଲିସ ପାଖରେ ରହିଛି । ଏହା ଇଡି ହାତକୁ ଗଲେ ଅର୍ଚ୍ଚନା ଏବଂ ଏହାର ଲିଙ୍କ୍‌ରେ ଥିବା ଲୋକଙ୍କ ଅସଲ ମୁଖା ଖୋଲିପାରେ । ଆଗକୁ ଇଡି ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି । ପୁଲିସର ଏଭଳି ତଥ୍ୟ ଇଡି ତଦନ୍ତରେ ସହାୟକ ହେବ । ସୂଚନାଯୋଗ୍ୟ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଥିଲା । ଇଡି ଏହି ମାମଲାର ମନିଲଣ୍ଡ୍ରିଂ ଦିଗ ଉପରେ ତଦନ୍ତ କରୁଛି । ପୁଲିସ ଇଡିକୁ ସେତେଟା ସହଯୋଗ କରୁନାହିଁ ବୋଲି ନିୟମିତ ଯେଉଁ ଚର୍ଚ୍ଚା ହେଉଥିଲା; ଏବେ ତାହାର ଅବସାନ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking