17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶକୋଟି କୋଟି ଟଙ୍କାର ନକଲି ଔଷଧ ଜବତ

କୋଟି କୋଟି ଟଙ୍କାର ନକଲି ଔଷଧ ଜବତ

ନୂଆଦିଲ୍ଲୀ : ଦେଶରେ ନକଲି ଔଷଧ ରାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଛି। ଏହି ନକଲି ଔଷଧ ନାମୀ କମ୍ପାନୀ ଗୁଡ଼ିକର ବ୍ରାଣ୍ଡ ନାମରେ ତିଆରି କରାଯାଇ ଥିଲା। କେନ୍ଦ୍ରୀୟ ଔଷଧି ଏଜେନ୍ସି ସାରା ଦେଶର ଔଷଧ ଲାଇସେନ୍ସିଂ ଅଥୋରିଟିକୁ ଏହି ବିଷୟରେ ଆଲର୍ଟ କରିଛି। କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସସିଓ) ମୁତାବିକ ବଦ୍ଦି ସ୍ଥିତ ତ୍ରିଜଳ ଫର୍ମୂଲେସନରେ ଏହି ନକଲି ଔଷଧ ପ୍ରସ୍ତୁତ କରାଯାଇ ଥିଲା। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ଭିଜି ସୋମାନୀଙ୍କୁ ଏହି ବିଷୟରେ ହିମାଚଳର ଡ୍ରଗ୍‌ କଣ୍ଟ୍ରୋଲର ନବନୀତ ମାରୱାହ ରିପୋର୍ଟ ଦେଇଥିଲେ। ଏହାପରେ ଭିଜି ସୋମାନୀ ୧ ଡିସେମ୍ୱର ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯାଇ ଥିଲା।

ଡ୍ରଗ୍ସ କଣ୍ଟ୍ରୋଲ ଆଡମିନିଷ୍ଟ୍ରେସନ ୨୨ ରୁ ୨୪ ନଭେମ୍ୱର ମଧ୍ୟରେ ଗୋଟିଏ କାର , ଦୁଇଟି ଗୋଦାମ ଓ ବଦ୍ଦି ସ୍ଥିତ ତ୍ରିଜଳ ଫର୍ମୂଲେସନର ନନ୍‌ଅଫିସିଆଲି ମ୍ୟାନୁଫ୍ୟାକ୍ଚରିଂ ୟୁନିଟରୁ ଏହି ନକଲି ଔଷଧ ଜବତ କରାଯାଇଛି। ଦ ଟ୍ରିବ୍ୟୁନ ମୁତାବିକ ଏହି ନକଲି ଔଷଧର ମୋଟ ମୂଲ୍ୟ ଏକ କୋଟିରୁ ଅଧିକ ଥିବା କୁହାଯାଉଛି। ସିଜ୍‌ କରାଯାଇଥିବା ଔଷଧରେ ମୋଣ୍ଟେୟର , ରୋଜଡେ, ଜିରୋଡାଲ , ଟିଏଚ୪ , ଡାୟଟର,ଦିଲଜେମ ଏସଆର , ୟୁରିସ୍ପାସ୍‌ ଓ ବାୟୋଡି ୩ କ୍ୟାପସୁଲ ଅଛି। ଯେଉଁ କମ୍ପାନୀ ଗୁଡ଼ିକର ନାମରେ ନକଲି ଔଷଧ ତିଆରି କରାଯାଇଛି , ଏଥିରେ ସିପ୍ଲା, ଜାୟଡସ୍ କ୍ୟାଡିଲା , ୟୁଏସଭି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଆଇପିସିଏ ଭଳି ନାମ ରହିଛି।

ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ସବୁ ଔଷଧର ବ୍ୟାଚ୍ ନମ୍ୱର ଡିଜିସିଆଇକୁ କୁହାଯାଇଛି। ସେପଟେ ମାମଲାରେ ୪ ଜଣ ଲୋକଙ୍କୁ ଗିରଫ କରାଯାଇଛି। ଏଥିରେ ମାଷ୍ଟରମାଇଣ୍ଡ ମୋହିତ ବନ୍ସଲ , ଅତୁଲ ଗୁପ୍ତା , ବିଜୟ କୁଶଲ ଓ ନରେଶ କୁମାର ଅଛନ୍ତି। ସବୁଠୁ ଅଧିକ ଚିନ୍ତାର ବିଷୟ ଏହା କି, ଏହି ଔଷଧ ଗୁଡିକର ବଡ଼ ପରିମାଣ ୟୁପିର କିଛି ଜିଲ୍ଲାରୁ ଜବତ କରାଯାଇଛି। ସୂଚନା ଆଧାରରେ ଏହି ସବୁ ଜିଲ୍ଲାରେ ଆଗ୍ରା ଓ ଆଲିଗଡ଼ର ନାମ ସାମିଲ ରହିଛି। ଏଠାରେ ଏହି ଔଷଧକୁ ଏମଏଚ ଫାର୍ମା ନାମର ହୋଲସେଲ ଫାର୍ମ ସପ୍ଲାଇ କରିଥିଲା। ଏହି ଫାର୍ମର ମାଲିକ ମୋହିତ ନାମଙ୍କ ବ୍ୟକ୍ତି ବୋଲି କୁହାଯାଇଛି। ସେ ନିଜର ଦ୍ୱିତୀୟ ସହଯୋଗୀଙ୍କ ସହ ତ୍ରିଜଲ ଫାଉଣ୍ଡେସନକୁ ଚଳାଉ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking