31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଗ୍ୟାଙ୍ଗଷ୍ଟର ରାଜୁ ଥେଠକୁ ଗୁଳି କରି ହତ୍ୟା

ଗ୍ୟାଙ୍ଗଷ୍ଟର ରାଜୁ ଥେଠକୁ ଗୁଳି କରି ହତ୍ୟା

ଜୟପୁର: ରାଜସ୍ଥାନ ଶେଖାୱତିର ଜଣେ ଗ୍ୟାଙ୍ଗଷ୍ଟର ରାଜୁ ଥେଠକୁ ଶନିବାର ଗୁଳି କରି ହତ୍ୟା କରାଯାଇଛି। ସିକର୍‌ର ପିପ୍‌ରଲି ରୋଡ୍‌ ଅଞ୍ଚଳରେ ଅବସ୍ଥିତ ରାଜୁ ଥେଠର ବାସଭବନର ଗେଟ୍‌ ପାଖରେ ତାକୁ ଗୁଳିକରି ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ଗୁଳି କରି ସ୍ଥାନ ଛାଡ଼ିବା ପୂର୍ବରୁ ଉକ୍ତ ଘଟଣାର ଭିଡିଓ କରୁଥିବା ଜଣେ ବ୍ୟକ୍ତିଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ରାଜୁ ଥେଠ ୧୯୯୫ରେ ଅପରାଧ ଦୁନିଆରେ ପ୍ରବେଶ କରିବା ପରଠାରୁ ତା’ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି। ଗତ ୩ ମାସ ଧରି ସେ ଜାମିନରେ ଥିଲା। ପୁଲିସ କହିଛି, ୫ ଜଣ ଦୁର୍ବୃତ୍ତ ଉଦ୍ୟୋଗ ନଗର ଥାନା ଅଧୀନସ୍ଥ ପିପ୍‌ରଲି ରୋଡ୍‌ରେ ରାଜୁକୁ ତା ବାସଭବନ ବାହାରୁ ଗୁଳି କରିଥି‌‌ଲେ। ରାଜୁ ସ‌ଙ୍ଗେସଙ୍ଗେ ତଳେ ପଡ଼ି ଯାଇଥିଲା ଏବଂ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking