34.1 C
Bhubaneswar
Friday, October 18, 2024
Homeକରୋନାକଟକଣା ଲାଗି ନଥିଲେ ୨୧ ଲକ୍ଷ ଲୋକଙ୍କ ପ୍ରାଣ ନେଇଥାନ୍ତା କରୋନା

କଟକଣା ଲାଗି ନଥିଲେ ୨୧ ଲକ୍ଷ ଲୋକଙ୍କ ପ୍ରାଣ ନେଇଥାନ୍ତା କରୋନା

ନୂଆଦିଲ୍ଲୀ : ଚୀନ୍‌ରେ କଟକଣା ଲାଗି ନଥିଲେ ୨୧ ଲକ୍ଷ ଲୋକଙ୍କ ଜୀବନ ନେଇଥାନ୍ତା କରୋନା । ସାଂଘାଇରୁ ପ୍ରକାଶିତ ଏକ ସ୍ୱାସ୍ଥ୍ୟ ପତ୍ରିକାରେ ଏଭଳି ରିପୋର୍ଟ ଦେଖଇବାକୁ ମିଳିଛି। ଏଥିରେ କୁହାଯାଇଛି କୋଭିଡ୍‌ କଟକଣା ହଟାଇଥିଲେ ଚୀନ୍‌ର ୨୩ କୋଟି ଲୋକ ସଂକ୍ରମିତ ହୋଇଥାନ୍ତେ । ୧୩ ଲକ୍ଷରୁ ୨୧ ଲକ୍ଷ ଲୋକଙ୍କ ପ୍ରାଣ ନେଇଥାନ୍ତା ମହାମାରୀ। ପ୍ରଥମରୁ ଶୂନ୍ୟ କୋଭିଡ୍‌ ନୀତିରେ ସ୍ଥିର ରହିଥିଲା ଚୀନ୍‌ । କୌଣସି ଅଞ୍ଚଳରେ ଗୋଟିଏ ସଂକ୍ରମଣ ମାମଲା ଆସିବା ପରେ ସେହି ଅଞ୍ଚଳକୁ ସଂପୂର୍ଣ୍ଣ ଲକଡାଉନ୍‌ କରାଯାଉଥିଲା । କଠୋର ଲକଡାଉନ୍‌ କଟକଣା ଭିତରେ ରହୁଥିଲେ ଲୋକ।

ଏଥିସହ ସେହି ଅଞ୍ଚଳରେ ଗଣଟେଷ୍ଟିଂ କରାଯାଉଥିଲା। ପୃଥିବୀର ଅନ୍ୟ କୌଣସି ଦେଶରେ ଏଭଳି କଠୋର କଟକଣା ଲାଗିନଥିଲା। ଏବେ ଜୋରଦାର ପ୍ରତିବାଦ ପରେ ଜିରୋ କୋଭିଡ୍‌ ନୀତିରୁ ହଟିଛି ଚୀନ୍‌। ୧୯୮୯ ତିଆନାନ୍‌ମେନ ସ୍କୋୟାରରେ ପ୍ରତିବାଦ ପରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଧରଣର ବିରୋଧ ଦେଖିବାକୁ ମିଳିଛି । କରୋନା କଟକଣାକୁ ତୀବ୍ର ବିରୋଧ କରିଛନ୍ତି ଚୀନ୍‌ବାସୀ। ସମଗ୍ର ବିଶ୍ୱ ଏବେ ମୁକ୍ତ ବିଚରଣ କରୁଥବା ବେଳେ ଶୂନ୍ୟ କୋଭିଡ୍‌ ନୀତିରେ ଅଟଳ ରହିଥିଲା ଚୀନ୍‌ । ପୂରା ଦେଶରେ ଏହାର ପ୍ରତିବାଦ ପରେ କଟକଣା କୋହଳ କରିଛନ୍ତି ଚୀନ୍‌ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking