34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରାଜାମୌଲୀଙ୍କୁ ବିଦେଶରୁ ମିଳିଲା ସମ୍ମାନ

ରାଜାମୌଲୀଙ୍କୁ ବିଦେଶରୁ ମିଳିଲା ସମ୍ମାନ

ନୂଆଦିଲ୍ଲୀ: ଭାରତର ସୁପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲୀଙ୍କୁ ନ୍ୟୁୟର୍କ ଫିଲ୍ମ କ୍ରିଟିକ ସର୍କଲ ଆୱାର୍ଡସରେ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜାମୌଲୀଙ୍କୁ ଏହି ଆୱାର୍ଡ ତାଙ୍କ ଫିଲ୍ମ ‘ଆରଆରଆର’ ପାଇଁ ମିଳିଛି । ଫିଲ୍ମଟି ଦେଶ ସହ ବିଦେଶରେ ମଧ୍ୟ ଭଲ ବ୍ୟବସାୟ କରିଥିଲା । ରାଜାମୌଲୀଙ୍କୁ ଏହି ଆୱାର୍ଡ ଓସ୍କାର ଆୱାର୍ଡ ଦୌଡ଼ରେ ମଧ୍ୟ ଲାଭ ଦେବ ଏସଏସ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ ଚଳିତ ବର୍ଷର ସୁପରହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ ।

ଫିଲ୍ମର ବ୍ୟବସାୟ ଏବଂ ସମଗ୍ର ବିଶ୍ୱରେ ଏହାର ସଫଳତାକୁ ଦୃଷ୍ଟିରେ ରଖି ଓସ୍କାର ଆୱାର୍ଡସ ପାଇଁ ପଠାଇବା ଲାଗି ଦାବୀ ହୋଇଥିଲା। କିନ୍ତୁ ଭାରତ ତରଫରୁ ‘ବେଷ୍ଟ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ’ କ୍ୟାଟେଗରୀରେ ରାଜାମୌଲୀଙ୍କ ଫିଲ୍ମକୁ ଚୟନ କରାଯାଇ ନଥିଲା । କିନ୍ତୁ ‘ଆରଆରଆର’ ନିର୍ମାତା ଓସ୍କାରର ୧୪ ଭିନ୍ନ ଭିନ୍ନ କ୍ୟାଟାଗରୀରେ ଫିଲ୍ମକୁ ସବମିଟ କରିଛନ୍ତି ଯାହାର ପ୍ରଚାର ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking