27.1 C
Bhubaneswar
Sunday, September 29, 2024
Homeଅପରାଧଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ମୟୁରଭଞ୍ଜ: ଦୁର୍ନୀତି ବିରୋଧରେ ସରକାରଙ୍କ ଅଭିଯାନଜାରୀ ରହିଛି। ତଥାପି ରୋକିବା ସମ୍ଭବ ହେଉନାହିଁ ବରଂ ଦିନକୁଦିନ ବଢ଼ିବାରେ ଲାଗିଛି। ଅନ୍ୟପଟେ ଦୁର୍ନୀତି ବିରୋଧରେ ଗଣମାଧ୍ୟମ ଖବର ପ୍ରସାରଣ କଲେ ଖବର ପ୍ରସାରଣ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା ଦର୍ଶାଇ ଖସିଯାନ୍ତି ସରକାରୀ କର୍ମଚାରୀ।ଆଉ ନିରୀହ ଖବରଦାତା ଅପମାନିତ ହେବାସହିତ ଆକ୍ରମଣର ଶିକାର ହେଉଥିବା ଭଳି ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଥିବା କାହାକୁ ଅଛପା ନାହିଁ।

ଅନ୍ୟପଟେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନେ ସ୍ୱଳ୍ପ ସମୟ ମଧ୍ୟରେ ବିପୁଳ ଅର୍ଥର ମାଲିକ ବନିବା ସମ୍ଭବ ହେଉଛି କେମିତି। ଯାହା ସରକାର,ପ୍ରଶାସନ କି ଭିଜିଲାନ୍ସ ବିଭାଗ ଅଧିକାରୀ କାହାକୁ ଅଛପା ନାହିଁ। କିନ୍ତୁ ସରକାରୀ କର୍ମଚାରୀ ହେଉକି ଅଧିକାରୀଙ୍କ ଶୋଷଣରେ ଅତିଷ୍ଠ ହୋଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହେଲେ ଧରାପଡୁଛି ଅସାଧୁ କର୍ମଚାରୀ। ତେବେ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ କାହା ସ୍ୱାର୍ଥ ପାଇଁ କାମ କରୁଛନ୍ତି ବୋଲି ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଉଛି। ତେବେ ଆଜି ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଭିଜିଲାନ୍ସ ହାତରେ ଧରାପଡି ଏବେ ହରଡ଼ଘଣାରେ।

ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼, ଜଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମ ଚରଣ ହେମ୍ବ୍ରମଙ୍କ ଠାରୁ ଜମିପଟ୍ଟା କରାଇଦେବାକୁ ନେଇ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ। ପୂର୍ବରୁ ମଧ୍ୟ ଭୀଷ୍ମଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା ସ୍ୱୀକାର କରି କହିଛନ୍ତି ଭାର୍ଗବ। ନେଇଥିବା ଲାଞ୍ଚଟଙ୍କା ଜବତ ପରେ ଭାର୍ଗବକୁ ଗିରଫ କରି ଅଧିକ ତଦନ୍ତ କରିଛି ଭିଜିଲାନ୍ସ ବିଭାଗ। ଅନ୍ୟପଟେ ଲାଞ୍ଚ ଅର୍ଥ ସଂପୃକ୍ତ କନିଷ୍ଠ କିରାଣୀ ଏକା ହଜମ କରିଥାନ୍ତେ ନା ଏଥିରେ ଅଫିସର ଆଉ କିଏ ଭାଗିଦାର ଥିଲେ ତାର ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ଆଲୋଚନା ହେଉଛି।

ଆଜିର ଚଢ଼ାଉରେ ବାରିପଦା,ବାଲେଶ୍ଵର ଏବଂ କେନ୍ଦୁଝରଜିଲ୍ଲାର ଭିଜିଲାନ୍ସ ମିଳିତ ଭାବେ ସାମିଲ ହୋଇଥିବା ଜଣାପଡିଛି । ମାତ୍ର ଭାତ ହାଣ୍ଡିରୁ ଗୋଟେ ଚିପିଲେ ଜଣାପଡୁଥିବା ଭଳି ସବୁ ତାହସିଲରେ ସମାନ ସ୍ଥିତି କିଏ ଧରାପଡୁଛି ତୋ ଆଉ କିଏ ହାତଗୋଡ଼ ଧରି ଖସି ଯାଉଛି। ତେଣୁ ସରକାର ବିଭାଗକୁ ଅଧିକ ସକ୍ରିୟ କରି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ରୋଟିନ ଚଢ଼ାଉ ଭଳି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking