20.1 C
Bhubaneswar
Monday, November 18, 2024
Homeଓଡିଶା“ମାଛ ତେଲରେ ମାଛ ଭାଜୁଛନ୍ତି ରାଜ୍ୟ ସରକାର”, ନବୀନଙ୍କୁ ପୁଣି ଧର୍ମେନ୍ଦ୍ରଙ୍କ ଟାର୍ଗେଟ

“ମାଛ ତେଲରେ ମାଛ ଭାଜୁଛନ୍ତି ରାଜ୍ୟ ସରକାର”, ନବୀନଙ୍କୁ ପୁଣି ଧର୍ମେନ୍ଦ୍ରଙ୍କ ଟାର୍ଗେଟ

ପଦ୍ମପୁର : ପଦ୍ମପୁର ବାଦିକଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର । ଆଜି ବି ପୁଣି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ । ଏସଏଚଜି ମହିଳାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ରୁଣ କଥା ଉଠାଇଲେ । କେନ୍ଦ୍ରର ଅନ୍ତୋଦୟ ଯୋଜନା , ନ୍ୟାସନାଲ ଲାଇଭ ହୁଡ ମିଶନ କଥା କହିଲେ । ଦୁଇ ଯୋଜନାରେ କେନ୍ଦ୍ର ସରକାର ୭% ସୁଧ ଛାଡ କରିଛନ୍ତି । ରାଜ୍ୟ ସରକାର ଆଉ ଅଳ୍ପ ଛାଡି ନିଜେ ରୁମ ଦେଉଛନ୍ତି ବୋଲି କହୁଛନ୍ତି । ଏହା କେବଳ ମାଛ ତେଲରେ ମାଛ ଭାଜିବା ବ୍ୟତୀତ ଆଉ କିଛି ନୁହେଁ । ନବୀନ ବାବୁ ଯଦି ପଦ୍ମପୁରର ବିକାଶ ଚାହୁଁଛନ୍ତି , ତାହେଲେ ଜିଲ୍ଲା ଘୋଷଣା କରନ୍ତୁ । ସରକାରୀ ଘର ବଣ୍ଟନରେ ନବୀନ ସରକାର ପାତର ଅନ୍ତର କରୁଛନ୍ତି । ପଶ୍ଚିମ ଓଡିଶାର ଲୋକଙ୍କ ନାଁ ନ ଆସିବା ପର୍ଯ୍ୟନ୍ତ ମୋଦି ଘର ଦେବେ ନାହିଁ ।
ବିଧାୟିକା କୁସୁମ ଟେଟେଙ୍କ ନାଁ ରେ ମାମଲା ହେବାକୁ ନେଇ ସମାଲୋଚନା କଲେ । ସେ କି ଅପରାଧ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ । ପରନ୍ତୁ ନାଗଫାଶରେ ଫଶିଥିବା ନେତା ମନ୍ତ୍ରୀ ଏଠାରେ ପ୍ରଚାର କରୁଛନ୍ତି । ଯେଉଁଠି ଉପନିର୍ବାଚନ ହୁଏ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ କହିଥାନ୍ତି । ବିଜେପୁର ଦାୟିତ୍ୱ ନେବେ କହି କି କାର୍ଯ୍ୟ କରିଛନ୍ତି ତାହାର ଜବାବ ଦିଅନ୍ତୁ । ଓଡିଶାର ଆଦିବାସୀ , ହରିଜନ , ଓବିସିଙ୍କୁ ସବୁଠାରୁ ବେଶି ଅଣଦେଖା । ଅର୍ଥବଳ ଓ ଶାସନ କଳରେ ନିର୍ବାଚନ ବୈତରଣୀ ପାରି ହେବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking