24.1 C
Bhubaneswar
Friday, November 29, 2024
Homeଓଡିଶାଚାଷୀ ପ୍ରସଙ୍ଗକୁ ନେଇ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଚାଷୀ ପ୍ରସଙ୍ଗକୁ ନେଇ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସିଧା ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାଷୀ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ଟାର୍ଗେଟ କଲେ । ମୋଦି ସରକାର ଚାଷୀଙ୍କ ପାଇଁ କେନ୍ଦ୍ର ରୁ ଟଙ୍କା ପଠାଉଛନ୍ତି । ମାତ୍ର ଏଠାରେ ନବୀନ ସରକାର ମିଲରଙ୍କ ସହ ମିଶି ଚାଷୀଙ୍କୁ ଲୁଟୁଛନ୍ତି । ସୋହେଲାରେ କହିଥିଲେ କେନ୍ଦ୍ର ଯାହା ଦେବ ମୁଁ ୧୦୦ ଟଙ୍କା ଅଧିକ ଦେବି । ତେବେ କେତେ ଟଙ୍କା ଆପଣ ଦେଇଛନ୍ତି ବୋଲି ପଚାରିଲେ ଧର୍ମେନ୍ଦ୍ର ପ୍ରଧାନ । ଧାନ କିଣା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ କେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନାହାନ୍ତି । ଓଡିଶାର ମୋଟ ରୁଣ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ହେବ । ଆଜିର ଦିନରେ ଓଡିଶା ଲୋକଙ୍କ ମୁଣ୍ଡପିଛା ରୁଣ ଭାର ୨୫ ହଜାର ଟଙ୍କା । ସାରା ଭାରତକୁ ଚଳାଇବାର କ୍ଷମତା ରଖୁଥିବା ଓଡିଶାର ଏ ଅବସ୍ଥା କାହିଁକି । ୨୨ ବର୍ଷ ଧରି ଲୋକଙ୍କୁ ଠକୁଥିବା ସରକାରଙ୍କୁ ଜବାବ ଦେବା ସମୟ ଆସିଯାଇଛି । କୁଆଡେ ଗଲା ଆପଣଙ୍କର ପାରିବା ପଣିଆ ନବୀନ ବାବୁ , ବୋଲି ପ୍ରଶ୍ମ କରିଛନ୍ତି ଧର୍ମେନ୍ଦ୍ର । ୨୨ ବର୍ଷରେ ଆପଣ କଣ କରିଛନ୍ତି , ଲୋକେ କାହିଁକି ଦାଦନ ଯାଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ପାଇକମାଳରେ ଟଙ୍କା ମୁଣି ଧରି ବୁଲୁଛନ୍ତି । ଏମାନେ ଜାନକୀ ସରକାର ବୁଡାଇଥିଲେ , ନବୀନଙ୍କୁ ବି ବୁଡାଇବେ । ଏ ଭଣ୍ଡଙ୍କୁ ପଦ୍ମପୁରବାସୀ ଜବାବ ଦେବେ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking