ନୂଆଦିଲ୍ଲୀ : କ୍ବିନ୍ସଲ୍ୟାଣ୍ଡରେ ୨୦୧୮ରେ ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ରାଜବିନ୍ଦର ସିଂକୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି। ଯେଉଁ ବ୍ୟକ୍ତି ଅଭିଯୁକ୍ତ ବାବଦରେ ସୂଚନା ଦେଇପାରିବେ, କ୍ବିନ୍ସଲାଣ୍ଡ ପୋଲିସ୍ ବିଭାଗ ପକ୍ଷରୁ ତାଙ୍କ ପାଇଁ ଏକ ମିଲିୟନ ଅଷ୍ଟ୍ରେଲୀୟ ଡଲାରର ପୁରଷ୍କାର ରାଶି ଘୋଷଣା କରିଥିଲା।
ସୂଚନାଥାଉକି, ପୂର୍ବରୁ ଅଷ୍ଟ୍ରେଲିଆ ଆଇକୋର୍ଟ ବ୍ୟାରି ଓ ଫାରେଲ୍ ଆଓ କ୍ବିନ୍ସଲାଣ୍ଡ ସରକାରଙ୍କ ଦ୍ବାରା ଏକ ମିଲିୟନ ଅଷ୍ଟ୍ରେଲୀୟ ଡଲାର ଅର୍ଥାତ୍ ପାଖାପାଖି ୫କୋଟି ୩୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ୨୦୧୮ରେ ଅଷ୍ଟ୍ରେଲିିଆରେ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଭାରତୀୟ ନାଗରିକ ରାଜବିନ୍ଦର ସିଂଙ୍କ ବିଷୟରେ ସୂଚନା ଦେବା ବାବଦରେ ଏହି ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଅଭିଯୁକ୍ତ ରାଜବିନ୍ଦର ସିଂକୁ ଗିରଫ କରିବା ପରେ ଶୁକ୍ରବାର ଦିନ ପଟିଆଲା ହାଉସ କୋର୍ଟରେ ହାଜର କରାଇଥିଲେ। ଯେଉଁଠାରେ କୋର୍ଟ ହତ୍ୟା ଅଭିଯୁକ୍ତ ରାଜବିନ୍ଦର ସିଂଙ୍କୁ ୩୦ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
ସୂଚନାଥାଉକି ୨୦୧୮ରେ କୁଇନ୍ସଲ୍ୟାଣ୍ଡର ଏକ ସମୁଦ୍ର କୂଳରେ ଜଣେ ୨୪ ବର୍ଷ ବୟସ୍କା ଟୋୟା କୋର୍ଡିଂଲି ନାମକ ଅଷ୍ଟ୍ରେଲୀୟ ମହିଳାଙ୍କୁ ହତ୍ୟା କରିବା ପରେ ଭାରତକୁ ପଳାଇ ଆସିଥିବା ରାଜବିନ୍ଦର ସିଂ ନାମକ ଜଣେ ଭାରତୀୟ ମେଡିକାଲ ସହାୟକଙ୍କ ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ ଅଷ୍ଟ୍ରେଲିୟା ପୋଲିସ ପକ୍ଷରୁ ୧ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। କୁଇନ୍ସଲ୍ୟାଣ୍ଡ ପୋଲିସ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ଟୋୟା କୋର୍ଡିଂଲି ଅକ୍ଟୋବର ୨୦୧୮ରେ କେର୍ନ୍ସ ଠାରୁ ୪୦ କିଲୋମିଟର ଦୂରରେ ଥିବା ୱାଙ୍ଗେଟି ବିଚରେ ତାଙ୍କ କୁକୁରକୁ ନେଇ ବଲାବୁଲୀ କରୁଥିଲେ। କିନ୍ତୁ ୨୧ ଅକ୍ଟୋବର ୨୦୧୮ରେ ସେ ନିଖୋଜ ଥିବା ପୁଲିସ୍ ପାଖରେ ସୂଚନା ପହଞ୍ଚିଥିଲା। ପରଦିନ ସକାଳେ କେର୍ନସର ଉତ୍ତରରେ ଥିବା ୱାଙ୍ଗେଟି ବିଚରେ ତାଙ୍କ ମୃତଦେହ ମିଳିଥିଲା।