28.1 C
Bhubaneswar
Friday, November 22, 2024
Homeଅପରାଧନିଜ ଦେହରେ ନିଆଁ ଲଗାଇ ପ୍ରେମିକାକୁ ଆଲିଙ୍ଗନ କଲା ହତାଶ ପ୍ରେମିକ

ନିଜ ଦେହରେ ନିଆଁ ଲଗାଇ ପ୍ରେମିକାକୁ ଆଲିଙ୍ଗନ କଲା ହତାଶ ପ୍ରେମିକ

ମୁମ୍ବାଇ: ‘ମୋର ନୁହେଁ ତ କାହାର ବି ନୁହେଁ । ଯଦି ମୋତେ ବାହା ନହେବୁ ତା’ହେଲେ ଆଉ କାହା ସହ ବି ତୋର ବାହାଘର କରାଇ ଦେବି ନାହିଁ । ମୁଁ ମଲେ ପଛେ ମରିବି, ହେଲେ ଆଉ କାହ ସହ ତୋତେ ଦେଖିପାରିବି ନାହିଁ’ । ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇବା ପରେ ଭଲ ପାଉଥିବା ଯୁବତୀଙ୍କୁ ଆଲିଙ୍ଗନ କରି ତାଙ୍କ ଦେହରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ସେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରର ଔରଙ୍ଗାବାଦରେ ଏହି ଘଟଣା ଘଟିଛି । ଉଭୟଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।

ସୋମବାର ଅପହରାହ୍ଣରେ ଛାତ୍ରୀ ଜଣକ ହନୁମାନ ଟେକ୍‌ଡି ସ୍ଥିତ ସରକାରୀ ଫରେନସିକ୍ କଲେଜର ବାୟୋଫିଜିକ୍ସ ଡିପାର୍ଟମେଣ୍ଟ କ୍ୟାବିନ୍‌ରେ ଥିଲେ । ଏହି ସମୟରେ ଅଭିଯୁକ୍ତ ଛାତ୍ର ଜଣକ କ୍ୟାବିନ୍ ଭିତରେ ପଶି ଛାତ୍ରୀଙ୍କୁ ବାହାରକୁ ଘୋଷାଡ଼ି ଆଣିଥିଲେ । କାହିଁକି ସେ ବାହା ହେବାକୁ ମନା କଲେ ବୋଲି ସମ୍ପୃକ୍ତ ଛାତ୍ର, ଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ କେହି କିଛି ବୁଝିବା ପୂର୍ବରୁ ଛାତ୍ର ଜଣକ ନିଜ ଦେହରେ ଓ ଛାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ । ଶେଷରେ ନିଜ ଦେହରେ ପ୍ରଥମେ ନିଆଁ ଲଗାଇ ଥିଲେ ଓ ପରେ ଛାତ୍ରୀଙ୍କୁ ଆଲିଙ୍ଗନ କରିଥିଲେ । ଫଳରେ ଉଭୟଙ୍କ ଶରୀରରେ ନିଆଁ ଲାଗିବାରୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ଶରୀରର ୯୦% ପୋଡ଼ି ଯାଇଥିବା ବେଳେ ଛାତ୍ରୀ ଜଣକ ୫୫% ପୋଡ଼ି ଯାଇଛନ୍ତି । ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking