30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଶ୍ରଦ୍ଧା ହତ୍ୟା ମାମଲା: ଗୁରୁଗ୍ରାମରୁ ମିଳିଲା ଶ୍ରଦ୍ଧାଙ୍କ କଟାମୁଣ୍ଡ ଥିବା ପ୍ୟାକେଟ

ଶ୍ରଦ୍ଧା ହତ୍ୟା ମାମଲା: ଗୁରୁଗ୍ରାମରୁ ମିଳିଲା ଶ୍ରଦ୍ଧାଙ୍କ କଟାମୁଣ୍ଡ ଥିବା ପ୍ୟାକେଟ

ନୂଆଦିଲ୍ଲୀ : ଦିଲ୍ଲୀରେ ଲିଭ ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କ ହତ୍ୟା ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସ । ଦିଲ୍ଲୀ ପୋଲିସ ଟିମ୍‌କୁ ଗତକାଲି ଏକ କଟା ମୁଣ୍ଡ ମିଳିଛି। ଅଫତାବ ପୁନାୱାଲା ଗୁରୁଗ୍ରାମର ଯେଉଁ ଘରୋଇ ଆଇଟି କମ୍ପାନିରେ କାମ କରୁଥିଲା, ସେହି ଅଞ୍ଚଳରୁ ପୁଲିସ କଟାମୁଣ୍ଡ ପାଇଛି। ଏହି ମୁଣ୍ଡ ଶ୍ରଦ୍ଧାଙ୍କର ବୋଲି ସନ୍ଦେହ କରାଯାଉଛି । ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ । ମିଳିଥିବା କଟା ମୁଣ୍ଡଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ଏହାକୁ ଫରେନ୍ସିକ ଟେଷ୍ଟ୍‌ ପାଇଁ ପଠାଯାଇଛି। ଅଫ୍‌ତାବ ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲା ଯେ ଅଫିସ ଯିବା ବାଟରେ ସେ ଶ୍ରଦ୍ଧାଙ୍କ ଶରୀରର କିଛି ଅଂଶ ଫୋପାଡ଼ି ଦେଇଥିଲା। ଅଫତାବର ବୟାନ ଆଧାରରେ ପୋଲିସ ତା’ ଅଫିସ ନିକଟରେ ବହୁ ଖୋଜା ଖୋଜି କରିବା ବେଳେ କଟାମୁଣ୍ଡ ଥିବା ପ୍ୟାକେଟ୍‌ ମିଳିଥିଲା।

ଅଫତାବର ଅଫିସ ନିକଟରେ ଥିବା ଏକ ଜଙ୍ଗଲ ଅଞ୍ଚଳରେ ତଲାସୀ ବେଳେ ଏହି ପ୍ୟାକେଟ୍‌ ସହିତ ମଣିଷ ଶରୀରର କିଛି କଟାଖଣ୍ଡ ମଧ୍ୟ ମିଳିଛି। ଅଫତାବ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ପୁଣିଥରେ ତା’ ବୟାନ ବଦଳାଇଛି। ଅଫତାବ କହିଛି ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ତାଙ୍କ ମର ଶରୀରକୁ ୧୮ ଖଣ୍ଡ କରିଥିଲା। ତେବେ ପୂର୍ବରୁ ସେ ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରିଥିବା କହିଥିଲା। ଏହି ଘଟଣାର ତଦନ୍ତ ସଂପର୍କରେ ଦିଲ୍ଲୀ ପୋଲିସର ଏକ ଟିମ୍ ମଧ୍ୟ ମୁମ୍ବାଇ ଯାଇଛନ୍ତି। ପୋଲିସର ସୂଚନାନୁସାରେ,ଅଫତାବ ତାଙ୍କ ଫୋନରୁ ତଥ୍ୟ ଡିଲିଟ କରିସାରିଛି ଯାହା ତାଙ୍କ ବିରୋଧରେ ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। ଫୋରେନସିକ୍ ପରୀକ୍ଷା ପାଇଁ ପୋଲିସ ଫୋନ୍ ପଠାଇଛି।

ଦକ୍ଷିଣ ଦିଲ୍ଲୀ ସ୍ଥିତ ଅଫତାବ ଫ୍ଲାଟ୍‌ରୁ ପୋଲିସ ଏକ ଧାରୁଆ ଅସ୍ତ୍ର ଜବତ କରିଛି। ଏହି ଅସ୍ତ୍ରରେ ଅଫତାବ ଶ୍ରଦ୍ଧାଙ୍କୁ ମାରିବାପରେ କାଟିଥିଲା ବୋଲି ସନ୍ଦେହ କରାଯାଉଛି। ଅଫତାବକୁ କଡ଼‌ା ଜେରା କରିବାପରେ ଅଫତାବ ପୁଲିସକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଛି। ଶ୍ରଦ୍ଧା ଏବଂ ଅଫତାବର ସମସ୍ତ ପୋଷାକକୁ ପୁଲିସ ଜବତ କରିଛି। ଏଗୁଡ଼ିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯିବ।

ଅନ୍ୟପଟେ ଖଣ୍ଡ ବିଖଣ୍ଡିତ ମୃତଦେହ ଫିଙ୍ଗିବା ବେଳର ସିସିଟିଭି ଫୁଟେଜ୍‌ ମିଳିଛି । ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ଗତ ମାସ ସକାଳେ ବ୍ୟାଗ ଧରି ତାଙ୍କ ଘର ବାହାରେ ବୁଲୁଥିବାର ନଜର ଆସିଥିଲା । ସିସିଟିଭି ଫୁଟେଜରୁ ଏହାର ଖୁଲାସା ହୋଇଛି । ସନ୍ଦେହ କରାଯାଉଛି ଯେ, ସେ ଶ୍ରଦ୍ଧା ୱାଲକରଙ୍କ ଶରୀରର ଅଙ୍ଗ ନେଇ ଯାଉଥିଲା । ଏହି ଫୁଟେଜ ଯାଞ୍ଚ କରିବାକୁ ପୋଲିସ ଚେଷ୍ଟା କରୁଛି । ଅକ୍ଟୋବର ୧୮ ରେ ରେକର୍ଡ କରାଯାଇଥିବା ଏହି ଭିଡିଓ ହେଉଛି ଏହି ହତ୍ୟାକାଣ୍ଡର ପ୍ରଥମ ଭିଜୁଆଲ୍ ସିସିଟିଭି ଫୁଟେଜ୍ ।

ଏହି ଭିଡିଓ କ୍ଲିପରେ ଜଣେ ବ୍ୟକ୍ତି ହାତରେ ବ୍ୟାଗ ଏବଂ କାର୍ଟନ ପ୍ୟାକେଜ ଧରି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି । ତାଙ୍କ ଚେହେରା ସ୍ପଷ୍ଟ ହୋଇନାହିଁ, କିନ୍ତୁ ପୋଲିସ ଦାବି କରିଛି ଯେ ସେ ଅଫତାବ । ଏହାରି ମଧ୍ୟରେ ଶ୍ରଦ୍ଧାଙ୍କ ଫୋନ୍ ସମ୍ପର୍କରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ସୂଚନାନୁସାରେ, ଅଫତାବ ଦିଲ୍ଲୀ ପୋଲିସକୁ କହିଛି ଯେ, ସେ ଫେରୁଥିବା ସମୟରେ ମହାରାଷ୍ଟ୍ରର କୌଣସି ସ୍ଥାନରେ ଶ୍ରଦ୍ଧାଙ୍କ ଫୋନ ଫିଙ୍ଗିଥିଲା । ଦିଲ୍ଲୀ ପୋଲିସ ମଧ୍ୟ ସେଲ ଫୋନକୁ ଖୋଜିବାକୁ ଚେଷ୍ଟା କରୁଛି । ଶ୍ରଦ୍ଧାଙ୍କ ଫୋନ୍ ମେ ୨୬ ପର୍ଯ୍ୟନ୍ତ ଚାଲୁଥିଲା । ଶେଷ ଲୋକେସନ୍ ଶ୍ରଦ୍ଧା ଏବଂ ଅଫତାବଙ୍କ ଘର ଥିଲା ବୋଲି ଜଣାପଡିଛି ।

ଅନ୍ୟପଟେ ଶ୍ରଦ୍ଧାଙ୍କ ବାପା ବିକାଶ ଓ୍ଵାକରଙ୍କୁ ଅପମାନିତ କରିଥିଲେ ଆଫତାବ ପରିବାର । ୨୦୧୯ରେ ଆଫତାବ ପରିବାରକୁ ବିବାହ ପ୍ରସ୍ତାବ ନେଇ ଶ୍ରଦ୍ଧାଙ୍କ ବାପା ମାଆ । ଆଫତାବ ପରିବାରର ଜଣେ ସଦସ୍ୟ ଶ୍ରଦ୍ଧାଙ୍କ ବାପାଙ୍କୁ ଅପମାନିତ କରିଥିଲେ । ଆଉ କେବେ ବି ତାଙ୍କ ଘରକୁ ନଆସିବାକୁ ଚେତାବନୀ ଦେଇଥିଲେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ଶ୍ରଦ୍ଧାଙ୍କ ବାପା । ସେଦିନର ଘଟଣା ପରେ ଆଫତାବ ସହ ମିଳାମିଶା ନକରିବାକୁ ଶ୍ରଦ୍ଧାଙ୍କୁ କହିଥିଲେ ତାଙ୍କ ବାପା । କିନ୍ତୁ ଶ୍ରଦ୍ଧା ତାଙ୍କ କଥା ଶୁଣି ନଥିଲେ । ଆଫତାବ ସହ ଏକାଠି ରହିଥିଲେ । କିନ୍ତୁ ଆଫତାବ ନିର୍ଯାତନା ଦେଉଥିବା ମାଆଙ୍କୁ କହିଥିଲେ ଶ୍ରଦ୍ଧା । ମାଆଙ୍କ ମୃତ୍ୟୁ ପରେ ବାପାଙ୍କୁ ମଧ୍ୟ ସମାନ କଥା କହିଥିଲେ ଶ୍ରଦ୍ଧା । ସେତେବେଳେ ଘରକୁ ଫେରି ଆସିବା ପାଇଁ ଶ୍ରଦ୍ଧାଙ୍କୁ କହିଥିଲେ ବାପା । ତାପରେ ଅନେକ ମାସ ଧରି ଶ୍ରଦ୍ଧାଙ୍କ ସହ ତାଙ୍କ ବାପାଙ୍କର ଯୋଗାଯୋଗ ନଥିଲା। ତା ଭିତରେ ଆଫତାବ ସହ ଶ୍ରଦ୍ଧା ଦିଲ୍ଲୀ ପଳାଇ ଆସିଥିଲେ ବୋଲି କହିଛନ୍ତି ବିକାଶ ଓ୍ଵାକର । ସେପଟେ ଶ୍ରଦ୍ଧାଙ୍କ ହତ୍ୟା ଘଟଣା ପରେ ଆଫତାବଙ୍କ ପରିବାର ମୁମ୍ବାଇରେ ରହୁଥିବା ଫ୍ଲାଟରୁ କୁଆଡ଼େ ପଳାଇ ଯାଇଛନ୍ତି । ମୀରା ରୋଡରେ ଥିବା ଫ୍ଲାଟରେ ତାଲା ଝୁଲୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking