17.1 C
Bhubaneswar
Monday, November 25, 2024
Homeଓଡିଶାନବବଧୂର ସନ୍ଦେହଜନକ ମୃତ୍ୟୁ

ନବବଧୂର ସନ୍ଦେହଜନକ ମୃତ୍ୟୁ

ଡେରାବିଶ : ଡେରାବିଶ ଥାନା ଅନ୍ତର୍ଗତ ବାଲିଆ ପଞ୍ଚାୟତ ମୁଲଣାପାଟଣା ଗ୍ରାମରେ ମଙ୍ଗଳବାର ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଶ୍ୱଶୁର ଘର ପକ୍ଷରୁ ଏହା ଏକ ଆତ୍ମହତ୍ୟା ଘଟଣା କୁହାଯାଉଥିବାବେଳେ ଝିଅର ବାପା ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଡେରାବିଶ ଥାନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ଅଧିନ ନୀଳକଣ୍ଠପୁର-୨ ଗ୍ରାମର ସଞ୍ଜୟ ମହାରଣାଙ୍କ ଅଭିଯୋଗ ଅନୁଯାୟୀ, ଦେଢବର୍ଷ ପୂର୍ବରୁ ତାଙ୍କ ଝିଅ ଦୀପ୍ତିମୟୀ ମୁଲଣାପଟଣା ଗ୍ରାମର ହରେକୃଷ୍ଣଙ୍କ ପୁଅ ଜୟଦେବକୁ ବିବାହ କରିଥିଲେ। ବିଭିନ୍ନ ସମୟରେ ଝିଅ ଦୀପ୍ତିମୟୀ ଓ ଜ୍ୱାଇଁ ଜୟଦେବଙ୍କ ଯୌତୁକ କାରଣରୁ ଝଗଡା ହେଉଥିଲା । ଏଥିପାଇଁ ଦୀପ୍ତିମୟୀଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ ବୋଲି ସଞ୍ଜୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ହେଲେ ମଙ୍ଗଳବାର ହଠାତ୍ ସକାଳ ୧୦ ଟାରେ ଦୀପ୍ତିମୟୀ ଆତ୍ମହତ୍ୟା କରିଛନ୍ତି ଶାଶୂଘର ଲୋକ ଫୋନ୍ ଯୋଗେ ଜଣାଇଥିଲେ । ସଞ୍ଜୟ ତାଙ୍କ ପୁଅ ଓ ପୁତୁରାକୁ ଧରି ଦୀପ୍ତିମୟୀଙ୍କ ଘରେ ପହଞ୍ଚି ଝରକା ଗ୍ରୀଲରେ ଏକ ଗାମୁଛା ଝୁଲୁଥିବା ଦଖିଥିଲେ । ଦୀପ୍ତିମୟୀ ସକାଳେ ଘର ଲୋକଙ୍କ କଥା ହୋଇଥିବାବେଳେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଝରକା ଗ୍ରୀଲରେ ରଶି ଲଗାଇ କିପରି ଆତ୍ମହତ୍ୟା କଲେ ବୋଲି ସନ୍ଦେହ ହୋଇଥିଲା । ଝିଅକୁ ଶାଶୂଘର ଲୋକେ ହତ୍ୟା କରିଥିବା ନେଇ ଡେରାବିଶ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking