19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଜାତିସଂଘରେ ୟୁକ୍ର୍ରେନ୍‌କୁ କ୍ଷତିପୂରଣ ପ୍ରଦାନ ପ୍ରସ୍ତାବ: ରୁଷ ବିରୋଧରେ ଭୋଟ ଦେଲାନି ଭାରତ

ଜାତିସଂଘରେ ୟୁକ୍ର୍ରେନ୍‌କୁ କ୍ଷତିପୂରଣ ପ୍ରଦାନ ପ୍ରସ୍ତାବ: ରୁଷ ବିରୋଧରେ ଭୋଟ ଦେଲାନି ଭାରତ

ଜାତିସଂଘ : ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ରୁଷ୍ ବିପକ୍ଷରେ ଆଗତ ଏକ ପ୍ରସ୍ତାବ ଉପରେ ସୋମବାର ଜାତିସଂଘ ସାଧାରଣ ପରିିଷଦରେ ଭୋଟଗ୍ରହଣ କରାଯାଇଥିଲା । ତେବେ ଭାରତ ଭୋଟଦାନରୁ ବିରତ ରହିଥିବା ଜଣାପଡିଛି । ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ରେ ଯାହା କ୍ଷତି ଘଟିଛି, ତାହା ଭରଣା କରିବାକୁ ରୁଷ୍ କ୍ଷତିପୂରଣ ପ୍ରଦାନ କରିବାକୁ ବାଧ୍ୟ ବୋଲି ଉକ୍ତ ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିଲା । ୧୯୩ ସଦସ୍ୟ ବିଶିଷ୍ଟ ସାଧାରଣ ପରିଷଦରେ ଏହି ପ୍ରସ୍ତାବ ସପକ୍ଷରେ ୯୪ ଭୋଟ ମିଳିଥିବାବେଳେ ବିପକ୍ଷରେ ୧୪ଟି ଭୋଟ ମିଳିଥିଲା । ତେବେ ୭୩ ସଦସ୍ୟ ଭୋଟଦାନରୁ ବିରତ ରହିଥିବା ଜଣାପଡିଛି ।

ଭାରତ ବ୍ୟତୀତ ବାଂଲାଦେଶ, ଭୁଟାନ, ବ୍ରାଜିଲ, ଇଜିପ୍ଟ, ଇଣ୍ଡୋନେସିଆ, ନେପାଳ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଭଳି ରାଷ୍ଟ୍ରଗୁଡିକ ମଧ୍ୟ ଭୋଟ ଦେଇନାହାନ୍ତି । ଅପରପକ୍ଷରେ ରୁଷ୍‌କୁ ସମର୍ଥନ ଜଣାଇ ବେଲାରୁଷ, ଚୀନ୍‌, ଉତ୍ତର କୋରିଆ, କ୍ୟୁବା, ଇରାନ, ସ୍ୱୟଂ ରୁଷ୍ ଓ ସିରିୟା ଇତ୍ୟାଦି ରାଷ୍ଟ୍ର ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବା ପ୍ରକାଶ । କ୍ଷତିପୂରଣ ପ୍ରଦାନ କରାଗଲେ, ରୁଷ୍‌-ୟୁକେନ୍ ଯୁଦ୍ଧର ପରିସମାପ୍ତି ଘଟିବ କି ବୋଲି ଏହି ରାଷ୍ଟ୍ରଗୁଡିକ ପ୍ରଶ୍ନ କରିଛନ୍ତି ।

ଯଦି ଏହା ଅସମ୍ଭବ, ତେବେ ପ୍ରସ୍ତାବ ଆଗତ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରୁିରା ଖାମ୍ବୋଜ୍ କହିଛନ୍ତି । ଆଲୋଚନା ଓ କୂଟନୈତିକ ଚ୍ୟାନେଲ ଜରିଆରେ ଯୁଦ୍ଧର ପରିସାମପ୍ତିି ଘଟାଇବାକୁ ଭାରତ ସବୁବେଳେ ରୁଷ୍ ଓ ୟୁକ୍ରେନ୍‌କୁ ପରାମର୍ଶ ଦେଇଆସୁଛି । ଭାରତ ଇତିପୂର୍ବରୁ ଜାତିସଂଘ ସାଧାରଣ ପରିଷଦ, ନିରାପତ୍ତା ପରିଷଦ ଏବଂ ମାନବାଧିକାର ପରିଷଦରେ ଆଗତ ରୁଷ୍ ବିରୋଧୀ ସମସ୍ତ ପ୍ରସ୍ତାବରେ ଭୋଟଦାନରୁ ବିରତ ରହିଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking