ମୁମ୍ବାଇ: ଆଇପିଏଲ୍ର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସର ତାରକା ଅଲ୍ରାଉଣ୍ଡର୍ କାଇରନ୍ ପୋଲାର୍ଡ ମଙ୍ଗଳବାର ଆଇପିଏଲ୍ରୁ ତାଙ୍କର ଅବସର ଘୋଷଣା କରିଛନ୍ତି । ତେବେ ଦଳ ପକ୍ଷରୁ ରେକର୍ଡ ୧୩ଟି ସିଜନ୍ରେ ପ୍ରତିନିଧିତ୍ୱ କରିଥିବା ପୋଲାର୍ଡଙ୍କୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି । ପୋଲାର୍ଡ ୨୦୧୦ ସଂସ୍କରଣରେ ସର୍ବପ୍ରଥମେ ମୁମ୍ବାଇ ଟିମ୍ରେ ଟାଇବ୍ରେକର୍ ରୁଲ୍ ମାଧ୍ୟମରେ ସାମିଲ୍ ହୋଇଥିଲେ । ଏହାପରେ ସେ ଦଳର ଜଣେ ପ୍ରମୁଖ ସଦସ୍ୟ ପାଲଟିଯାଇଥିଲେ । ତାଙ୍କ ଅମଳରେ ମୁମ୍ବାଇ ୫ ଥର ଆଇପିଏଲ୍ରେ ଚାମ୍ପିଅନ୍ ହେବା ସହ ୨ ଥର ଚାମ୍ପିଅନ୍ସ ଲିଗ୍ରେ ଟାଇଟଲ୍ ହାସଲ କରିଛି । ଆଇପିଏଲ୍ରେ ହାତଗଣତି ଖେଳାଳି ୧୦୦ ମ୍ୟାଚ୍ ଖେଳିଥିବା ବେଳେ ପୋଲାର୍ଡ ସେମାନଙ୍କ ମଧ୍ୟରେ ଅନ୍ୟତମ । ତେବେ ୩୫ ବର୍ଷୀୟ ପୋଲାର୍ଡ ଗତ ସିଜନ୍ରେ ଦୁର୍ବଳ ପ୍ରଦର୍ଶନ ପୂର୍ବକ ୧୧ଟି ମ୍ୟାଚ୍ ଖେଳି ୧୪.୪୦ ହାରରେ ୧୦୭.୪୬ ଷ୍ଟ୍ରାଇକ୍ ରେଟ୍ ସହ ମାତ୍ର ୧୪୪ ରନ୍ କରିଥିଲେ ।