ପ୍ରତେକ ବ୍ୟକ୍ତି ନିଜ ପରିଚୟ ପାଇଁ ଏ ସଂସାରରେ ଶ୍ରେଷ୍ଠ ଅଟନ୍ତି।
କିନ୍ତୁ ବାସ୍ତବରେ ବ୍ୟକ୍ତିର ପରିଚୟ କଣ ଅଟେ?କେବଳ ଚେହେରା,ପୋଷାକ,ଆର୍ଥିକ ମାଲିକ ବା ପଦବୀ ଅଟେ,ନା ଆଉ କିଛି?
ବାସ୍ତବରେ ବ୍ୟକ୍ତିର ଏସବୁ ପ୍ରକୃତ ପରିଚୟ ନୁହେଁ।
କାରଣ ଚେହେରା ଓ ପୋଷାକ ଦିନେ ନଷ୍ଟ ହୋଇଥାଏ ଏବଂ *ଅର୍ଥ ଓ ପଦବୀ ତୁମ ପରେ ଆଉ କାହାର ହୋଇଯାଏ।
ଅର୍ଥାତ-ବ୍ୟକ୍ତିର ବାସ୍ତବିକ ପରିଚୟ ନିଜ ସ୍ଵଭାଵ (ସଂସ୍କାର)ଅଟେ।ଯାହାକି ବ୍ୟକ୍ତି ଏ ଦୁନିଆରୁ ଗଲାପରେ ମଧ୍ୟ ,ବଞ୍ଚି ରହେ।ଏଣୁ ନିଜ ବାସ୍ତବିକ ପରିଚାୟର ବିଶେଷ ଧ୍ୟାନ ରଖନ୍ତୁ।ଯାହା ଆପଣଙ୍କୁ ସଦା ମନେରଖିବ।
ଅଦ୍ୟ ନଭେମ୍ବର ମାସ ୧୬ ତାରିଖ ୨୦୨୨ ମସିହା(ବୁଧବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ମାର୍ଗଶିର-କୃଷ୍ଣପକ୍ଷ
ତିଥି- ଅଷ୍ଟମୀ
ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୭/୪୪ଗତେ ମଘା
ଚନ୍ଦ୍ର- କର୍କଟ ରାତ୍ରି ଘ୦୭/୪୪ ଗତେ ସିଂହ
ଯୋଗ- ବ୍ରହ୍ମ
କରଣ – ବାଳବ
ସୌରମାସ- ବିଛା ୦୧ ଦିନ
ଅଦ୍ୟ ବିଛା ସଂକ୍ରାନ୍ତି ଓ ପ୍ରଥମାଷ୍ଟମୀ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୯/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୪୫
*✧═════•❁❀
ଯୋଗିନୀ ଐଶାନ୍ୟେ
କର୍କଟ ରାଶିର ଘାତବାର
କର୍କଟ ଓ ମକର ରାଶିର ଘାତଚନ୍ଦ୍ର
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୩ ଗତେ ଘ୧୦/୦୮ ମଧ୍ୟେ
ବାରବେଳା – ଦିବା ଘ ୧୧/୩୨ ଗତେ ଘ୧୨/୫୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୮ ମଧ୍ୟେ ଓ ଘ୦୭/୩୬ ଗତେ ଘ୦୮/୨୫ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୭/୪୯ ଗତେ ଘ୦୭/୩୫ ମଧ୍ୟେ ଘ୦୨/୦୦ ଗତେ ଘ୦୪/୨୫ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନଡିଆ ଭକ୍ଷଣ ନିଷେଧ
═✧══•❁❀❁•═════
* ଆଜିର ରାଶିଫଳ *
✧═════•❁❀❁•═════✧
🌹ମେଷ 🌹 ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
🌹ବୃଷ 🌹ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
🌹ମିଥୁନ 🌹ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
🌹କର୍କଟ🌹କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ ।
🌹ସିଂହ 🌹 ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ।
🌹କନ୍ୟା🌹 ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ ।
🌹ତୁଳା 🌹 ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
🌹ବିଛା 🌹 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
🌹ଧନୁ 🌹 କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
🌹ମକର 🌹ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
🌹କୁମ୍ଭ 🌹ଅଟକିଥିବା କାମ ପୁଣି ଆରମ୍ଭ କରିବେ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
🌹ମୀନ 🌹 ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।
ଆଜିର ନୀତିବାଣୀ “*
➡️”ଆମକୁ ଅପେକ୍ଷା କରୁଥିବା ଜୀବନ ପାଇବାକୁ ହେଲେ, ଆମେ ଯୋଜନା କରିଥିବା ଜୀବନକୁ ଛାଡିବାକୁ ପ୍ରସ୍ତୁତ ହେବା ଆବଶ୍ୟକ !!”
➡️”ଭଲ ସମୟ ସମସ୍ତଙ୍କ ପାଇଁ ଆସେ,ଅପେକ୍ଷା କରିବା ହିଁ ମୂଳ ଚାବିକାଠି ,ଇଶ୍ବରଙ୍କ ଦରବାରରେ କାହା ପାଇଁ ଅନ୍ୟାୟ ହୁଏନାହିଁ ଏହି ମର୍ମକୁ ବୁଝିପାରି ଜୀବନ ପଥରେ ଆଗେଇବା ଉଚିତ !!”
➡️”ସମୟ ସବୁ କିଛି ପରିବର୍ତ୍ତନ କରି ଦେଇଥାଏ , ଧୋର୍ଯ୍ଯର ସହ ପରିସ୍ଥିତି ସହିତ ଲଢନ୍ତୁ , ଦେଖିବେ ସମୟ ଆପଣଙ୍କୁ ଏକ ସୁନ୍ଦର ଉପହାର ଭେଟିଦେବ !!”
➡️”ସଫଳତା ଗୋଟିଏ ଦିନରେ ମିଳିବନି।ଗୋଟିଏ ଦିନ ନିଶ୍ଚୟ ମିଳିବ !!”
➡️”ସଫଳ ହେବାକୁ ଚାହୁଁଥିବା ବ୍ୟକ୍ତି ନିଜ କାମ କରିବାର ଶୈଳୀ ପରିବର୍ତ୍ତନ କରିବା ଉଚିତ, ଚିନ୍ତାଧାରା ନୁହେଁ !!”
: . ” ଆଜିର ସୁବିଚାର “*
*
🥀”ମାଆକୁ … ମମି , ମାମା , ମମ୍ ଯେତେ ପ୍ରକାର ଡାକିଲେ ବି , ମାଆ ଡାକଠୁ ମିଠା ଆଉ କୌଣସି ଡାକରେ ନାହିଁ !!”
🥀”ସୁଖକୁ ସଭିଙ୍କ ଭିତରେ ବାଣ୍ଟି ଦେଇ ଦୁଃଖକୁ ନିଜ ଭିତରେ ଚାପିଦିଅ ଦେଖିବ ଜୀବନରୁ ଶତ୍ରୁ କମିବାକୁ ଲାଗିବେ !!”
🥀”ତରକାରୀ ରେ ଲୁଣ କମ୍ ଥିଲେ ଯେମିତି ସ୍ଵାଦିଷ୍ଟ କମିଯାଏ , ସେମିତି ମଣିଷ ଜୀବନରେ ଭଲ ବ୍ୟବହାର ନଥିଲେ ଚରିତ୍ରର ଓଜନ କମିଯାଏ !!”
🥀”ବଡ ଅଜବ ଏ ଦୁନିଆ ଏଠି ମିଛ ନୁହେଁ ସତ କହିଲେ ସମ୍ପର୍କ ଭାଙ୍ଗି ଯାଉଛି ଆଉ ଯେତେ ଅଧିକ ଭଲ ପାଇବ ସେତେ ଅଧିକ ସନ୍ଦେହର ଶିକାର ହେବ !!”
🥀”ଯଦି ସମ୍ପର୍କ ବଞ୍ଚେଇବା ପାଇଁ ନଇଁ ବାକୁ ପଡେ ତାହେଲେ ନଇଁଯାଅ ଯଦି ସମ୍ପର୍କ ରକ୍ଷା କରିବାକ ପାଇଁ କିଛି ସହିବାକୁ ହୁଏ ତାହେଲେ ସହିଯାଅ । ଯଦି ବାରମ୍ବାର ତମକୁ ହିଁ ସହିବାକୁ ଆଉ ନଇଁବାକୁ ପଡେ ତାହେଲେ ରହିଯାଅ । କାରଣ ସମ୍ପର୍କ ଜଣେ ଚାହିଁଲେ ବଞ୍ଚେନି ଉଭୟ ପକ୍ଷରୁ ସମ୍ପର୍କ ପାଇଁ ଯଥେଷ୍ଟ ସମ୍ମାନ ରହିବା ଆବଶ୍ୟକ .. !!”
: .” ଗୀତା ଉପଦେଶ “*
♨️”ହେ ଅର୍ଜୁନ ଶତଶତ ସଂଖ୍ୟାରେ ସହସ୍ର ସହସ୍ର ସଂଖ୍ୟାରେ ମୋର ବଭିନ୍ନ ଆକୃତିର, ପ୍ରକାରର ଓ ବିଭିନ୍ନ ରଙ୍ଗର ଦିବ୍ୟରୂପ ଦର୍ଶନକର !!”
♨️”ହେ ଭାରତ ମୋର ଏହି ରୂପରେ ତୁମେ ଦ୍ୱାଦଶ ଆଦିତ୍ୟଗଣ ଅଷ୍ଟବସୂଗଣ ଏକାଦଶ ରୁଦ୍ରଗଣ ଅଶ୍ୱନୀକୁମାର ଦ୍ୱୟ ତଥା ଅଣଚାଶ ମରୁତଗଣ ଦର୍ଶନକର । ତା ବ୍ୟତିତ ଆହୁରି ପୂର୍ବରୁ ଏ ଜଗତରେ ଦେଖିନଥିବା ବହୁବିଧ ଆଶ୍ଚର୍ଯ୍ୟ ବସ୍ତୁ ମୋର ଏହି ରୂପରେ ଦର୍ଶନକର !!”
♨️”ହେ ଅର୍ଜୁନ ସମଗ୍ର ସ୍ଥାବର ଜଙ୍ଗମ ଆଦି ଚରାଚର ଜଗତ ଏକତ୍ରିତେ ଥିବାର ଦର୍ଶନକର ଏବଂ ଅନ୍ୟ ଯାହାକିଛି ଦର୍ଶନ କରିବାକୁ ଇଛାଥିଲେ ତାହା ମଧ୍ୟ ଦେଖିପାରିବ !!”
*♨️”କିନ୍ତୁ ତୁମର ଏ ଚକ୍ଷୁଦ୍ୱାରା ମୋ ଦିବ୍ୟରୂପ ଦର୍ଶନ କରିବାକୁ ସମର୍ଥ ହୋଇପାରିବ ନାହିଁ, ତେଣୁ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି ତା ବଳରେ ତୁମେ ମୋର ଏହି ଇଶ୍ୱରୀୟ ଯୋଗଲୀଳା ଦର୍ଶନ କରିପାରିବ !!
” ଆଜିର ଭାଗବତ ବାଣୀ “*
ବ୍ରହ୍ମା କହୁଛନ୍ତି
🌹✍️”ଶ୍ରୀହରି ହେଉଛନ୍ତି ଅପ୍ରମେୟ ; ତାହାଙ୍କୁ କୌଣସିପ୍ରକାର ଦୋଷଦୃଷ୍ଟିରେ ଦେଖିବା ଅନୁଚିତ । ସେହି ପ୍ରଭୁଙ୍କର ବିଧାନକୁ କୌଣସି ବି ଦେହଧାରୀ ତପୋବଳ,ବିଦ୍ୟାବଳ,ଯୋଗବଳ,ବୁଦ୍ଧିବଳ,ଅର୍ଥବଳ ବା ଧର୍ମବଳରେ ନିଜେ ଅମାନ୍ୟ କରିପାରିବେ ନାହିଁ କିମ୍ବା ଅନ୍ୟର ସାହାଯ୍ୟ ନେଇ ମଧ୍ୟ ଅମାନ୍ୟ କରିପାରିବେ ନାହିଁ । ସକଳ ଜୀବ ଜନ୍ମ,ମରଣ,ଶୋକ,ମୋହ,ଭୟ ଓ ସୁଖ-ଦୁଃଖ ଭୋଗ କରିବା ନିମନ୍ତେ ସେହି ଅବ୍ୟକ୍ତ ଈଶ୍ବରଙ୍କ ପ୍ରଦତ୍ତ ଶରୀର ଧାରଣ କରନ୍ତି । ନାକରେ ଦଉଡ଼ି ବନ୍ଧା ଯାଇଥିବା ପଶୁ ଯେପରି ମନୁଷ୍ୟର ବୋଝ ବହେ,ଆମେ ସେହିପରି ପରମାତ୍ମାଙ୍କର ବେଦବାଣୀରୂପୀ ମୋଟା ଦଉଡ଼ିରେ ସଂଲଗ୍ନ ସତ୍ତ୍ବାଦି ଗୁଣ,ସାତ୍ତ୍ଵିକ ଆଦି କର୍ମ ଏବଂ ବ୍ରାହ୍ମଣାଦି ବାକ୍ୟରୂପୀ ଶକ୍ତ ଡୋରରେ ବାନ୍ଧି ହୋଇ ପରମାତ୍ମାଙ୍କ ଇଚ୍ଛା ଅନୁସାରେ କର୍ମରେ ଲାଗିରହିଛୁ । ଆମେ କେବଳ ପ୍ରଭୁଙ୍କ ଇଚ୍ଛାକୁ ଅନୁସରଣ କରୁଛୁ ।”
” ଜୀବନ ଦର୍ଶନ ”
*
🌹➡️”ଯେଉଁ ମନୁଷ୍ଯ ସ୍ଥାବର, ଜଙ୍ଗମ, ଜଡ, ଚେତନ ପ୍ରଭୃତି ପ୍ରାଣୀଙ୍କ ଠାରେ, ଉଚ୍ଚ, ନୀଚ ଯୋନିରେ ଓ ତ୍ରିଲୋକରେ ସମଭାବେ ପରିପୂର୍ଣ୍ଣ ପରମାତ୍ମାଙ୍କୁ ଦେଖେ ଅର୍ଥାତ୍ ସେହି ପରମାତ୍ମାଙ୍କ ସହିତ ନିଜର ଅଭିନ୍ନତା ଅନୁଭବ କରେ, ସେ ନିଜ ଦ୍ୱାରା ନିଜର ହତ୍ଯା କରେ ନାହିଁ।”⬅️🌹