18.1 C
Bhubaneswar
Wednesday, November 27, 2024
Homeଓଡିଶାଓଡ଼ିଶା ମୋ ପରିବାର ସହାୟତାରେ ଘରକୁ ଫେରିଲା ମୃତ ଯୁବକଙ୍କ ପାର୍ଥିବ ଶରୀର

ଓଡ଼ିଶା ମୋ ପରିବାର ସହାୟତାରେ ଘରକୁ ଫେରିଲା ମୃତ ଯୁବକଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଅର୍ଥ ଅଭାବରୁ,ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକଙ୍କ ଶବ ଘରକୁ ଫେରିପାରୁନଥିଲା,ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ଘରକୁ ଫେରିଲା ମୃତ ପାର୍ଥଙ୍କର ପାର୍ଥିବ ଶରୀର ।

ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତର ଜଣେ ୨୪ ବର୍ଷିୟ ଯୁବକ ପାର୍ଥ ସାରଥି ନାୟକ ଟ୍ରେନ ଯୋଗେ ଭୁବନେଶ୍ୱର ଆସୁଥିବା ବେଳେ ରେଳ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଭୁବନେଶ୍ୱର ରେଳ ଷ୍ଟେସନରେ ଥିବା ଲୋକମାନେ ତାଙ୍କୁ ସଙ୍ଗେସଙ୍ଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । ଦୁର୍ଭାଗ୍ୟବଶତଃ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶେଷ ସମୟରେ ପୁଅର ମୁହଁ ଟିକେ ଦେଖିବାକୁ ପରିବାର ଲୋକ ବ୍ୟାକୁଳ ହେଉଥିଲେ କିନ୍ତୁ ପୁଅର ମୃତଶରୀର ଘରକୁ ଫେରାଇ ନେବାରେ ଅର୍ଥ ସାଜିଥିଲା ପ୍ରତିବନ୍ଧକ । ପରିବାର ବର୍ଗ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିଲେ । ଏହି ଦୁଃଖଦ ଖବର ବିଷୟରେ ଏକ ଗଣମାଧ୍ୟମ ପ୍ରତିନିଧି ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ଟିମ୍ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପାର୍ଥଙ୍କର ମୃତଶରୀର ଧାମନଗରସ୍ଥିତ ତାଙ୍କ ଗ୍ରାମକୁ ଫେରିବା ପାଇଁ ଯାତାୟାତ ବ୍ୟବସ୍ଥା କରାଇଥିଲେ ।
ଏଭଳି ପରିସ୍ଥିତିରେ ସହାୟତାର ହାତ ବଢାଇଥିବାରୁ ମୃତ ପାର୍ଥଙ୍କର ପରିବାରବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking