ନୂଆଦିଲ୍ଲୀ : ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଦିନଥିଲା, କେବଳ ଚୀନ୍ରେ ପୁଞ୍ଜି ଖଟାଇବାକୁ ବିଦେଶୀ କମ୍ପାନୀଗୁଡିକ ଅଧିକ ଆଗ୍ରହ ପ୍ରକାଶ କରୁଥିଲେ । ବର୍ତ୍ତମାନ ଚୀନ୍ ସାଙ୍ଗକୁ ଭାରତ ଭଳି ଅନ୍ୟ ଏକ ବିକାଶଶୀଳ ରାଷ୍ଟ୍ରକୁ ତାଲିକାଭୁକ୍ତ କରିବାକୁ ସେମାନେ ଉଚିତ ମଣୁଛନ୍ତି । ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିଭାବେ ମାନ୍ୟତାଲାଭ କରିଥିବା ଭାରତର ମାର୍କେଟ ସେମାନଙ୍କ ସାମଗ୍ରୀ ପାଇଁ ଉତ୍କୃଷ୍ଟ ପ୍ରମାଣିତ ହେବ ବୋଲି ସେମାନେ ନିଶ୍ଚିତ ହୋଇଥିବାରୁ ଏଠାରେ ପୁଞ୍ଜି ବିନିଯୋଗ କରିବାକୁ ଆଗେଇ ଆସୁଥିବା ନିର୍ମଳା କହିଛନ୍ତିି ।
ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଆମେରିକା ମଧ୍ୟ ଏହି କମ୍ପାନୀଗୁଡିକୁ ସୁପାରିସ କରୁଥିବା ଜଣାପଡିଛି । ଭାରତରେ ପୁଞ୍ଜି ବିନିଯୋଗ କରିବା ଦ୍ୱାରା ଉଚିତ ମୂଲ୍ୟରେ କୁଶଳୀ କର୍ମଚାରୀ ମିଳିବା ସହ ପ୍ରସ୍ତାବିତ ପ୍ରକଳ୍ପର ଉନ୍ନତି ନିଶ୍ଚିତ ବୋଲି ବିଦେଶରେ ପ୍ରଚାର ଚାଲିଛି । ଭାରତରେ ପୁଞ୍ଜି ବିନିଯୋଗ କରିବା ଦ୍ୱାରା ବୈଷୟିକ ଜ୍ଞାନକୌଶଳ ସମ୍ପର୍କିତ ସମସ୍ତ ଗ୍ୟାରେଣ୍ଟି ମଧ୍ୟ ମିଳୁଛି । ଭାରତ ବର୍ତ୍ତମାନ ପ୍ରତିରକ୍ଷା, ଏରୋସ୍ପେସ୍ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗକୁ ସ୍ୱାଗତ କରୁଛି । ଅବଶ୍ୟ ଭାରତ ଏହି ପ୍ରସଙ୍ଗରେ ଆତ୍ମନିର୍ଭରଶୀଳ ହେବାକୁ ଭାରତ ଯୋଜନା କରୁଥିଲେ ସୁଦ୍ଧା ବିଦେଶୀ ପୁଞ୍ଜି ବିନିଯୋଗକୁ ସ୍ୱାଗତ କରୁଥିବା ନିର୍ମଳା କହିଛନ୍ତି।