21.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶବିନାନ୍ସ’ର ୨୨.୮୨ କୋଟି ବିଟ୍‌କଏନ୍ ଜବତ

ବିନାନ୍ସ’ର ୨୨.୮୨ କୋଟି ବିଟ୍‌କଏନ୍ ଜବତ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ବିନାନ୍ସ କ୍ରିପ୍‌ଟୋ ଏକ୍ସଚେଞ୍ଜ୍ ଉପରେ ଚଢଉ କରାଯାଇ ୧୫୦.୨୨ ବିଟ୍‌କଏନ (ମୂଲ୍ୟ ପ୍ରାୟ ୨୨.୮୨ କୋଟି ଟଙ୍କା) ଜବତ କରାଯାଇଥିବା ଜଣାପଡିଛି । ‘ଋ-ଦ୍ଭଙ୍କଶଶରଗ୍ଧଗ୍ଦ’ ନାମକ ଏକ ଗେମ୍ ଆପ୍ ସମ୍ପର୍କରେ ତଦନ୍ତ କରୁଥିବାବେଳେ ବିନାନ୍ସର ଏଭଳି ଦୁର୍ନୀତି ଇଡିଙ୍କ ନଜରକୁ ଆସିଥିଲା । ମନି ଲଣ୍ଡରିଂ ପାଇଁ ‘ଋ-ଦ୍ଭଙ୍କଶଶରଗ୍ଧଗ୍ଦ’ ଆପ୍ କ୍ରିପ୍‌ଟୋ କରେନ୍ସିକୁ ବ୍ୟବହାର କରୁଥିବା ଜଣାପଡିଛି । ୨୦୨୧ ଫେବୃଆରୀ ୧୫ରେ କୋଲକାତାର ପାର୍କ ଷ୍ଟ୍ରିଟ୍ ଥାନା ପକ୍ଷରୁ ଏଭଳି ମନି ଲଣ୍ଡରିଂ ମାମଲାକୁ ନେଇ ଏତଲା ଦାଏର କରାଯାଇଥିଲା ।

ଏତଲାରେ ଅମୀର ଖାନ୍ ନାମକ ବ୍ୟକ୍ତିଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ଅମୀର ଉପରୋକ୍ତ ଗେମିଂ ଆପ୍ ଜରିଆରେ ଗ୍ରାହକଙ୍କୁ ଲୁଟୁଥିବା ଅଭିଯୋଗ ହୋଇଥିଲା । ଲୋକଙ୍କ ନିକଟରୁ ବିପୁଳ ପରିମାଣ ଅର୍ଥ ଲୁଟିବାପରେ ଉକ୍ତ ଗେମିଂ ଆପ୍‌କୁ ନିଷ୍କ୍ରିୟ କରାଯାଇଥିଲା । ଏପରିକି ଉକ୍ତ ଆପ୍‌ର ସମସ୍ତ ତଥ୍ୟକୁ ମଧ୍ୟ ଡିଲିଟ୍ କରାଯାଇଥିଲା । ଚଳିତବର୍ଷ ଅଗଷ୍ଟରେ ଇଡି ପକ୍ଷରୁ ବିନାନ୍ସ’ର ଭାରତୀୟ ପାର୍ଟନର ‘ୱାଜିରଏକ୍ସ’ର ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking