17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଚନ୍ଦା କୋଚାର ବମ୍ବେ ହାଇକୋର୍ଟରେ ନିରାଶ

ଚନ୍ଦା କୋଚାର ବମ୍ବେ ହାଇକୋର୍ଟରେ ନିରାଶ

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ୍‌ର ପୂର୍ବତନ ସିଇଓ ଚନ୍ଦା କୋଚାରଙ୍କୁ ବମ୍ବେ ହାଇକୋର୍ଟରେ ନିରାଶ ହେବାକୁ ପଡିଛି । ୨୦୧୮ରେ ସିଇଓ ପଦରୁ ବହିଷ୍କୃତ ହେବାପରେ ତାଙ୍କୁ ମିଳିବାକୁ ଥିବା ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଚନ୍ଦା ବମ୍ବେ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ । ତେବେ ଜଷ୍ଟିସ ଚଗ୍‌ଲାଙ୍କୁ ନେଇ ଗଠିତ ହାଇକୋର୍ଟର ଏକକ ପୀଠ ଏହାର ଶୁଣାଣି କରି ଚନ୍ଦାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହିତ ଚନ୍ଦା ୨୦୧୮ରେ କିଣିଥିବା ୬.୯୦ ଲକ୍ଷ ଟଙ୍କାର ସେୟାର କିଣାବିକା କରିପାରିବେ ନାହିଁ ବୋଲି ହାଇକୋର୍ଟ ରୋକ୍ ଲଗାଇଛନ୍ତି ।

ବିଗତ ୪ ବର୍ଷ ମଧ୍ୟରେ ଏହି ସେୟାରକୁ ନେଇ କୌଣସି କାରବାର କରିଛନ୍ତି କି ନାହିଁ, ସେ ସମ୍ପର୍କରେ ୬ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଚନ୍ଦାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ୨୦୧୮ରେ ଆଇସିଆଇସିଆଇ ବ୍ୟାଙ୍କରୁ ଭିଡିଓକନ୍ କମ୍ପାନୀକୁ ବେଆଇନଭାବେ ୩୨୫୦ କୋଟି ଋଣ ପ୍ରଦାନ କରାଯାଇଥିବା କ୍ଷେତ୍ରରେ ଚନ୍ଦା ପକ୍ଷପାତିତା କରିଥିବା ଅଭିଯୋଗ ହୋଇଥିଲା । ନୈତିକତା ଦୃଷ୍ଟିରୁ ଚନ୍ଦା ପ୍ରଥମେ ସିଇଓ ପଦରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ଦୁର୍ନୀତି ପ୍ରମାଣିତ ହେବାପରେ ତାଙ୍କୁ ସିଇଓ ପଦରୁ ବହିଷ୍କାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking