18.1 C
Bhubaneswar
Tuesday, November 26, 2024
Homeଓଡିଶା*ଆଜିର ଅନୁଚିନ୍ତା

*ଆଜିର ଅନୁଚିନ୍ତା

🦋 ବଜାରରେ ମିଳୁଥିବା ଫଳଟିଏ ନିଜର ଆକାର ପାଇଁ ନୂହେଁ,ନିଜର ମଧୁର ସ୍ଵାଦ ପାଇଁ ଅଧିକ ଦାମ ରେ ବିକ୍ରି ହୋଇଥାଏ।ଠିକ୍ ସେହିପରି ମଣିଷ ଛୋଟ ହେଉ ବା ବଡ,ଧନୀ ହେଉ ବା ଗରିବ.. ନିଜର ଭଲ ବ୍ୟବହାର ପାଇଁ ସମାଜରେ ସମ୍ମାନ ପାଇଥାଏ।

🦋 ଅନ୍ୟକୁ ଉପଦେଶ ଦେବା ସହଜ ହୋଇଥାଏ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ ,ତେଣୁ ପାରୁଛନ୍ତି ଯଦି ଜୀବନରେ କାହାକୁ ଉପାୟ ବତାନ୍ତୁ ଯାହାଦ୍ବାରା କି ସେ ଉପକୃତ ହେବ।

🦋 ସମସ୍ତଙ୍କୁ ସମୟ ମିଳିଥାଏ ଜୀବନ ବଦଳାଇବାକୁ,ହେଲେ କାହାକୁ ଆଉଥରେ ଜୀବନ ମିଳେନାହିଁ ସମୟ ବଦଳେଇବାକୁ,ତେଣୁ ଯାହା ବି କରିବାର ଅଛି ଏହି ସ୍ବଳ୍ପ ସମୟ ଭିତରେ କରନ୍ତୁ।

🦋 ସମୟ ଏଠି ପ୍ରତିମୁହୂର୍ତ୍ତରେ ଆମ ମାନଙ୍କ ସହ ଲୁଚକାଳି ଖେଳୁଛି,କେବେ ସମୟ ଭିତରେ ନିଜକୁ ଛନ୍ଦି ଦିଅ ସମୟର ତାଳରେ ନିଜ ଗୋଡ ହାତ ବାନ୍ଧି ଦିଅ ଦେଖ ସମୟ ଖୁବ୍‌ ଆପଣାର ଲାଗିବ।

ଅଦ୍ୟ ନଭେମ୍ବର ମାସ ୧୩ ତାରିଖ ୨୦୨୨ ମସିହା(ରବିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ମାର୍ଗଶିର-କୃଷ୍ଣପକ୍ଷ
ତିଥି- ପଞ୍ଚମୀ ରାତ୍ରି ଘ୧୨/୪୦ ଗତେ ଷଷ୍ଠୀ
ନକ୍ଷତ୍ର- ଆର୍ଦ୍ରା ଦିବା ଘ୧୦/୪୮ ଗତେ ପୁନର୍ବସୁ
ଚନ୍ଦ୍ର- ମିଥୁନ
ଯୋଗ- ସାଧ୍ୟ
କରଣ – କୌଳବ
ସୌରମାସ- ତୁଳା ୨୮ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୮/୪୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୩୫
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୨/୪୦ ଗତେ ପଶ୍ଚିମେ
କନ୍ୟା ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୧୦/୧୦ ଗତେ ଘ୦୧/୦୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୫ ଗତେ ଘ୦୯/୦୮ ମଧ୍ୟେ ଓ ଘ୦୧/୦୧ ଗତେ ଘ୦୩/୩୩ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୨୨ ଗତେ ଘ୦୫/୦୫ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବେଲ ରାତ୍ରି ଘ୧୨/୪୦ ଗତେ ନିମ୍ବ ଭକ୍ଷଣ ନିଷେଧ

ଆଜିର ରାଶିଫଳ*
✧═════•❁❀❁•═════✧
🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
✧═════•❁❀❁•═════✧
🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
✧═════•❁❀❁•═════✧
🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
✧═════•❁❀❁•═════✧
🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
✧═════•❁❀❁•═════✧
🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
✧═════•❁❀❁•═════✧
🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ।
✧═════•❁❀❁•═════✧
🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
✧═════•❁❀❁•═════✧
🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
✧═════•❁❀❁•═════✧
🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
✧═════•❁❀❁•═════✧
🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
✧═════•❁❀❁•═════✧
🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
✧═════•❁❀❁•═════✧
🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

ଆଜିର ନୀତିବାଣୀ
➡️”କାହା ଆଗରେ ନିଜର ମନ କଥା କହିବା ପାଇଁ ଚେଷ୍ଟା କରନି,ଏମିତି କିଛି କଷ୍ଟ ଥାଏ ଯାହାକୁ ବର୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ, ନୀରବତା ହିଁ ଯଥେଷ୍ଟ ହୋଇଥାଏ !!”

➡️”ପରାଜୟ, ଏକାକୀତା, ଏହି ଦୁଇ ଜୀବନରେ ବହୁତ କିଛି ଶିକ୍ଷା ଦିଅନ୍ତି | ପ୍ରଥମଟି ଆପଣଙ୍କୁ କିପରି ଜିତିବାର ଶିଖାଏ, ଏବଂ ଅନ୍ୟଟି ଆପଣଙ୍କୁ, କାହାକୁ ବିଶ୍ୱାସ କରିବା ଉଚିତ ଏବଂ ବଞ୍ଚିବାର ଶିଖାଏ !!”

➡️”ଯେଉଁଠାରେ ତୁମ ଉପରେ କୌଣସି ବିଶ୍ୱାସ ନାହିଁ, ବିଶ୍ୱାସ କରିବାକୁ ତୁମେ ଦେଇଥିବା ଶପଥର ମୂଲ୍ୟ କ’ଣ? !!”

➡️”ଯେଉଁମାନେ ଯୁକ୍ତିତର୍କ କରନ୍ତି, ସେମାନଙ୍କ ସହିତ କମ୍ ପ୍ରତିକ୍ରିୟା କଲେ ହିଁ, ତମେ ଶାନ୍ତରେ ରହିପାରିବ !!”

➡️”ଆଚରଣ ଧଳା କାଗଜ ପରି | ଥରେ ଏହା ବିନିମୟ ହେବା ପରେ ପୁଣି ଧଳା ହେବା ବହୁତ କଷ୍ଟକର !!”

” ଗୀତା ଉପଦେଶ “*

♨️”ମୁଁ ହେଉଛି ଦ¨ଦାତାମାନଙ୍କର ରାଜଦ¨, ବିଜୟଅଭଳାଷୀଙ୍କର ନୀତି, ଗୋପ୍ୟ ବିଷୟମାନଙ୍କରେ ମୌନ ଏବଂ ଜ୍ଞାନୀମାନଙ୍କର ଜ୍ଞାନ !!”

♨️”ହେ ଅର୍ଜୁନ ଯାହା ସର୍ବ ଜୀବ ଉପùତ୍ତିର କାରଣ ତାହା ମୁଁ ହି ଅଟେ ଏବଂ ଏ ଚରାଚର ଜଗତରେ ଏପରି କୌଣସି ଜୀବ ନାହିଁ ଯିଏ ମୋ ବିନା ତିଷ୍ଠି ରହିପାରିବ !!”

♨️”ହେ ପରନ୍ତପ ଅର୍ଜୁନ ମୋର ଏ ଦିବ୍ୟ ବିଭୂତି ଗୁଡିକର କୌଣସି ଶେଷ ନାହିଁ ।ତେଣୁ ମୁଁ ସଂକ୍ଷେପରେ ବିଭୂତିଗୁଡିକ ବିସ୍ତାରି କହିଲି !!”

_♨️”ଯାହାକିଛି ମୋ ବିଭୂତିପରି ଶ୍ରୀସମ୍ପନ୍ନ ଓ ପ୍ରଭାବସମ୍ପନ୍ନ ବା ଶକ୍ତିସମ୍ପନ୍ନ ବସ୍ତୁରହିଛି ତାହାସବୁ ମୋର ତେଜ ଅଂଶରୁ ସମ୍ଭୂତ ବୋଲି ତୁମେ ଜାଣ !!”
. ” ଆଜିର ସୁବିଚାର *

🥀”ଯଦି କୌଣସି ଜିନିଷ ହରେଇବାରେ ତୁମକୁ କଷ୍ଟ ଅନୁଭବ ହେଉଛି , ତେବେ ମନେରଖ ଗୋଟିଏ କଥା ଯାହା ତୁମର ହକ୍ ତାକୁ କେହି ବି ତୁମଠାରୁ ଛଡେଇ ନେଇପାରିବେ ନାହିଁ I ଯଦି କିଛି ହରେଇଛ ତେବେ ଭାବିନିଅ ତାହା ତୁମର ହିଁ ନଥିଲା ।ଦେଖୁବ କଷ୍ଟ କିଛି ପରିମାଣରେ କମିଯିବ !!”

🥀”କିଛି ଲୋକ ଆମ ଜୀବନକୁ ଆସି ଏମିତି ଶିକ୍ଷା ଦେଇ ଚାଲିଯାଆନ୍ତି ଯେ ଜୀବନରେ ଆଉ କିଛି ଶିଖୁବାକୁ ବାକି ରହେନାହିଁ !!”

🥀”ଯେଉଁ ଲୋକ ସବୁବେଳେ ସତକହିଥାଏ ଓ ସତକୁ ଭଲପାଏ ଦୁନିଆରେ ସର୍ବାଧିକ ଘୃଣା ସେହି ଲୋକକୁ ହିଁ ମିଳିଥାଏ !!”

🥀”ମନୁଷ୍ୟର ବୁଝିବା ଶକ୍ତି ମାତ୍ର ଏତିକି ରହିଥାଏ … ପଶୁ କହିଲେ ରାଗିଯାଏ ବାଘ କିମ୍ବା ସିଂହ କହିଲେ ଖୁସି ହୋଇଯାଏ !!”

🥀”ଯାହା ମନରେ ଦୟା ବୋଲି କିଛି ନାହିଁ ତାକୁ ଜୀବନ ସାରା ଅପେକ୍ଷା କରିଲେ ବି ସେ କେବେବି ଫେରି ନଥାଏ !!”

” ଆଜିର ଭାଗବତ ବାଣୀ *

ଶ୍ରୀଭଗବାନ୍ କହୁଛନ୍ତି

🥀✍️”ଯେଉଁମାନେ ଭଗବଦର୍ପଣ ବୁଦ୍ଧିରେ କର୍ମ କରନ୍ତି, ଏବଂ ଯେଉଁମାନଙ୍କର ସମସ୍ତ ସମୟ ମୋରି ଲୀଳାଚର୍ଚ୍ଚାରେ ହିଁ ବିତିଯାଏ, ସେମାନେ ଗୃହସ୍ଥାଶ୍ରମରେ ରହିଲେ ମଧ୍ୟ, ଘର ସେମାନଙ୍କର ବନ୍ଧନର କାରଣ ହୋଇଯାଏ ନାହିଁ । ସେମାନେ ପ୍ରତିଦିନ ମୋର ଲୀଳା କଥା ଶୁଣନ୍ତି ; ତେଣୁ ବ୍ରହ୍ମବାଦୀ ବକ୍ତାମାନଙ୍କ ଚର୍ଚ୍ଚାଦ୍ବାରା ମୁଁ ଜ୍ଞାନସ୍ବରୂପ ପରଂବ୍ରହ୍ମ ସେମାନଙ୍କ ହୃଦୟରେ ପ୍ରତିଦିନ ନିତ୍ୟ ନବୀନ ହୋଇ ପ୍ରକାଶିତ ହୁଏ ଏବଂ ମୋତେ ପାଇଯିବା ପରେ ଜୀବକୁ ଆଉ ମୋହ ଗ୍ରାସ କରିପାରେ ନାହିଁ, କି ଶୋକ ଓ ହର୍ଷ ବିବ୍ରତ କରିପାରେ ନାହିଁ ।”

🙏ଜୟ ଶ୍ରୀକୃଷ୍ଣ🙏
” ଜୀବନ ଦର୍ଶନ

🌹➡️”ଆକାଶରେ ଯେପରି କେବେ ସୂର୍ଯ୍ୟାଲୋକ ବିଚ୍ଛୁରିତ ହୋଇ ଯାଏ, ତ କେବେ ଅନ୍ଧାର ଘୋଟି ଯାଏ, କେତେ ବେଳେ ଧୂଆଁ ଘୋଟି ଯାଏ ତ କେତେବେଳେ କଳାବାଦଲ ଢାଙ୍କି ଯାଏ, କେତେ ବେଳେ ବିଜୁଳି ଚମକି ଉଠେ ତ କେତେବେଳେ ବର୍ଷା ହୁଏ, କେତେ ବେଳେ କୁଆ ପଥର ପଡେ ତ କେତେବେଳେ ଅନେକ ପ୍ରକାର ଶବ୍ଦ ହୁଏ, କିନ୍ତୁ ଏହା ସତ୍ତ୍ବେ ଆକାଶର କୌଣସି ପରିବର୍ତ୍ତନ ହୁଏ ନାହିଁ, ତାହା ଯଥାବତ୍ ଓ ନିର୍ବିକାର ରହେ, ଠିକ୍ ସେହିପରି ସର୍ବତ୍ର ପରିପୂର୍ଣ୍ଣ ସତ୍ତାରେ କେତେ ବେଳେ ମହାସର୍ଗ ଓ ମହାପ୍ରଳୟ ହୁଏ, କେତେ ବେଳେ ସର୍ଗ ଓ ପ୍ରଳୟ ହୁଏ, କେତେ ବେଳେ ଜନ୍ମ ଓ ମୃତ୍ଯୁ ହୁଏ, କେତେ ବେଳେ ଦୁର୍ଭିକ୍ଷ ପଡେ, କେତେ ବେଳେ ବନ୍ଯା ଆସେ, କେତେ ବେଳେ ଭୂକମ୍ପ ହୁଏ ତ ଆଉ କେତେବେଳେ ଘମାଘୋଟ ଲଢାଇ ହୁଏ, କିନ୍ତୁ ଏହା ସତ୍ତ୍ବେ ସତ୍ତାରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ଯେତେ ଓଲଟ ପାଲଟ ହୋଇଗଲେ ମଧ୍ୟ ସତ୍ତା ଯଥାବତ୍ ନିର୍ଲିପ୍ତ ଓ ନିର୍ବିକାର ରହେ, ଏହି ନିର୍ବିକାରତା ସ୍ବାଭାବିକ, ମାତ୍ର ବିକାର କୃତିମ ଓ ସ୍ବୀକୃତ, ବଦ୍ଧ ହେଉ ବା ମୁକ୍ତ ହେଉ, ପାପୀ ହେଉ ବା ପୂଣ୍ୟାତ୍ମା ହେଉ, ଏହି ନିର୍ବିକାର ସତ୍ତା ସମସ୍ତଙ୍କ ଠାରେ ସମାନ ରୂପେ ବିଦ୍ଯମାନ।”⬅️🌹

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking