18.1 C
Bhubaneswar
Tuesday, November 26, 2024
Homeଓଡିଶାହେତୁବାଦୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି

ହେତୁବାଦୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି

ପୁରୀ : ହେତୁବାଦୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛତିଶା ନିଯୋଗର ଚିଠି । ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ନହେଲେ ଆଗାମୀ ଦିନରେ ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ।

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀ ମାନେ ବିରିୟାନୀ ଖାଇଥିଲେ । ଯାହା କୋଟି କୋଟି ହିନ୍ଦୁଙ୍କ ଧର୍ମଭାବନା ଓ ବିଶ୍ୱାସକୁ କୁଠାରାଘାତ କରିଛି । ଏଥିସହ ହେତୁବାଦୀମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଭାତ ଏବଂ ଚିକେନ୍‌ ଭୋଗ ଲଗାଇବାକୁ କହି ସମସ୍ତ ସୀମା ଲଂଘିଥିଲେ । ଏଭଳି ମନ୍ତବ୍ୟ ପରେ ଅନେକ ସ୍ଥାନରେ ଅଶାନ୍ତି ସୃଷ୍ଟି ହୋଇଛି । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ଲୋକ ମଧ୍ୟ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking