30.1 C
Bhubaneswar
Sunday, September 29, 2024
Homeଅପରାଧଡେରାପ୍ରେମୀ ହତ୍ୟା ମାମଲା: ତିନି ଶୁଟର୍ ଗିରଫ

ଡେରାପ୍ରେମୀ ହତ୍ୟା ମାମଲା: ତିନି ଶୁଟର୍ ଗିରଫ

ଚଣ୍ଡୀଗଡ଼ : ପଞ୍ଜାବର ଫରିଦକୋଟ ଡେରାପ୍ରେମୀ ପ୍ରଦୀପ ସିଂହଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ତିନିଜଣ ଶୁଟର୍‌ଙ୍କୁ ଗିରଫ କରିଛି । ଏହି ଶୁଟର୍‌ମାନେ ପ୍ରଦୀପଙ୍କ ଉପରକୁ ୬୦ ଗୁଳି ଚଳାଇଥିଲେ । ପୁଲିସ ସୂତ୍ର ଅନୁସାରେ ଏହା ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ହାତ ରହିଛି । ଆଇଏସ୍‌ଆଇ ରିନ୍ଦା ଜରିଆରେ ଡେରାପ୍ରେମୀଙ୍କ ହତ୍ୟା କରାଯାଇଛି ।

ସେହିପରି ହତ୍ୟା ପାଇଁ ଗ୍ୟାଙ୍ଗ୍‌ଷ୍ଟର୍ ଗୋଲ୍ଡି ବରାର୍ ନିଜକୁ ଦାୟୀ କରିଛି । କିଛିଦିନ ପୂର୍ବେ ରିନ୍ଦା ଓ ଗୋଲ୍ଡି ବରାର୍ ହାତ ମିଳାଇଥିଲେ । ଦିଲ୍ଲୀ ପୁଲିସ୍ ଏନ୍‌କାଉଣ୍ଟର୍ ପରେ ସମସ୍ତ ବଦମାସକୁ ପତିଆଲାର ବଖ୍‌ଶୀବାଲା ଗାଁରୁ ଧରିଛି । ଏହା ମଧ୍ୟରୁ ଦୁଇଜଣ ଶୁଟର୍ ରୋହତକ ଏବଂ ଜଣେ ଭିବାନୀ ନିବାସୀ । ସୂତ୍ରରୁ ଅନୁସାରେ ଗିରଫ ଶୁଟର୍‌ଙ୍କ ମଧ୍ୟରୁ ଦୁଇଜଣ ନାବାଳକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking