18.1 C
Bhubaneswar
Tuesday, November 26, 2024
Homeଓଡିଶାଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ବନ୍ଦ ଖଣିଖୋଲିବାରେ ୧୦ ପଂଚାୟତ ବାସିଙ୍କ ମେଳି

ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ବନ୍ଦ ଖଣିଖୋଲିବାରେ ୧୦ ପଂଚାୟତ ବାସିଙ୍କ ମେଳି

ଯାଜପୁର: ଓଡିଶା ଖଣିନିଗମ କ୍ରୋମ ଜୋନ ଅଧିନସ୍ତ ବନ୍ଦ ଥିବା କଲରିଂ ଓ କାଠ ପାଳ କ୍ରୋମାଇଟ ଖଣି ଖୋଲିବା ପାଇଁ ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ଖଣି ସଂଲଙ୍ଗ ୧୦ଟି ପଂଚାୟତର ଲୋକ ମେଳି ବାନ୍ଧିଛନ୍ତି । ତୁରନ୍ତ ଦୁଇଟି ଖଣି ଖୋଲିବା ପାଇଁ ଦାବି କରିଛନ୍ତି । ଏ ସମ୍ପର୍କ ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଦାବି ପତ୍ର ପଦାନ କରିଛନ୍ତି । ଜଙ୍ଗଲ ପରିବେଶ ଆଇନ କୁ ଆଳ କରି ଢେଙ୍କାନାଳ ଜିଲ୍ଲାର କାଠ ପାଳ କ୍ରୋମାଇଟ ଖଣିକୁ ୨୦୦୧ମସିହା ନଭେମ୍ବର ପହିଲା ଠାରୁ ଓ ଯାଜପୁର ଜିଲ୍ଲାର  କଲରିଂ ଖଣି କୁ ୨୦୦୨ମସିହା ଅଗଷ୍ଟ ୨୪ତାରିଖ ଠାରୁ ବନ୍ଦ କରି ୧୧୦୦ଶ୍ରମିକ ଙ୍କୁ ଚଟେଇ କରିଛନ୍ତି । ସେମାନ  ପରିବାର ପ୍ରତିପୋଷଣ କରିବା ନାନା କଷ୍ଟ ରେ କାଳତିପାତନ କରୁଛନ୍ତି ।  ଅନେକ ପରିବାର ପୋଷିବା ପାଇଁ ମୂଳ ଲାଗୁଛନ୍ତି ସଦାବେଳେ କାମ ମିଳୁ ନାହିଁ।  ପୁଅ ଝିଅ ଙ୍କୁ ପାଠ ପଢାଇ ପାରୁ ନାହାଂତି । ପେଟକୁ ଗଣ୍ଡେ ଭଲ ରେ ଖାଇ ପାରୁ ନାଁହାତି । ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧିର ସୁକିନ୍ଦା ବ୍ଲକର ପୂର୍ଵ ତନ ବ୍ଲକ ଅଧକ୍ଷକ୍ଷ ଭଗବତୀ ମହନ୍ତ, କଙ୍କଡା ଝର ର ପଂଚାୟତ ସମିତି ର ଅଧକ୍ଷ ପ୍ରତିନିଧି ରମେଶ ଚନ୍ଦ୍ର ମିଶ୍ର, ଢେଙ୍କାନାଳ ଜିଲ୍ଲାର ପରିଷଦ ଜୋନ ର ୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ପ୍ରଧାନ ଖଣି ସଂଳଙ୍ଗ ପଂଚାୟତ ର ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନେ ଯୋଗ ଦେଇ ଖଣି ଖୋଲିବା ସଂପର୍କ ରେ ଆଲୋଚନା କରି ଥିଲେ । ଜୀବନ ଜୀବିକା ପାଇଁଖଣି ନ ଖୋଲି ରେ ଚଟେଇ ଶ୍ରମିକ ମାନେ ରାଜ ରାସ୍ତା ଓ଼ଲ୍ଲେଇବା କୁ ବାଦ୍ୟ ହେବେ । ଶ୍ରମିକ ମାନଙ୍କ ଆର୍ଥୀକ ସଂସ୍କାର ପାଇଁ ଏହି ଖଣି ଦୁଇଟି କୁ କାର‌୍ୟ୍ୟ କ୍ଷେମ କରିବା ପାଇଁ ଜନ ପ୍ରତି ନିଧି ଓ ଶ୍ରମିକ ନେତା ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking