ବରଗଡ଼: ବରଗଡ଼ ଧନୁଯାତ୍ରା କଂସ ଭୂମିକା ଲାଗି କରାକାର ଚୟନ ଶେଷ ହୋଇଛି । ହୃଷିକେଶ ଭୋଇ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି । କଳାକାର ଚୟନ କମିଟି ଅଧ୍ୟକ୍ଷ ତଥା ବରଗଡ଼ ଏଡିଏମ୍ ମିର୍ଦ୍ଧା ଟପ୍ପୋଙ୍କ ପକ୍ଷରୁ ଘୋଷଣା କରାଯାଇଛି । କଂସ ଚରିତ୍ରରେ ଅଭିନୟ ଲାଗି ୪୨ କଳାକାର ସାକ୍ଷାତକାର ଦେଇଥିଲେ । ପୂର୍ବରୁ ୯ବର୍ଷ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ।
ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଆଜି ଶେଷ ହେଉଛି, ଯାତ୍ରାର ମୁଖ୍ୟର ଆକର୍ଷଣ କଂସ ମହାରାଜ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହୋଇଥିଲା ।
କଂସ ଚରିତ୍ରରେ ଅଭିନୟ ପାଇଁ ଆବେଦନ କରିଥିବା ମୋଟ ୫୬ କଳାକାରଙ୍କ ମଧ୍ୟରୁ ଆଜି ଅଡିସନ୍ ପାଇଁ ଆସିଥିଲେ ୪୩ ଜଣ, ଯାହାଙ୍କ ମଧ୍ୟରେ ଥିଲେ ବହୁ ନବୀନଙ୍କ ସହ ପ୍ରବୀଣ କଳାକାର । ସକାଳୁ ଆରମ୍ଭ ହୋଇଥିବା ଅଡିସନ୍ ସନ୍ଧ୍ୟା ଯାଏଁ ଚାଲିଥିଲା । ୭ ଜଣିଆ ବିଚାରପତି ମଣ୍ଡଳୀ ଆଗରେ ଜଣକ ପରେ ଜଣେ ନିଜର ନିଖୁଣ ଅଭିନୟ ଚାତୁରୀ, ସଂଳାପ ପ୍ରୟୋଗ ଏବଂ ହସର ନମୁନା ପେସ୍ କରିଥିଲେ । ସେଥିପାଇଁ କଂସ ଓ ଅନ୍ୟାନ୍ୟ ଚରିତ୍ରରେ କଳାକାର ଚୟନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ କଳାକାରଙ୍କୁ ଆହ୍ୱାନ କରାଯାଇଥିଲା । ଧନୁଯାତ୍ରାରେ ଅଭିନୟ ଲାଗି ଶହ ଶହ ସଂଖ୍ୟାରେ କଳାକାର ଆଗ୍ରହ ପ୍ରକାଶ ସହ ଆବେଦନ କରିଥିଲେ ।