ନୂଆଦିଲ୍ଲୀ: ରାଜସ୍ଥାନର ଟୋଙ୍କ ଜିଲ୍ଲାର ଟୋଡାରାୟାସିଂହର ଲାମ୍ବାହରସିଂହ ମୁଣ୍ଡିଆକଲା ଅଞ୍ଚଳରେ ଏକ ପ୍ରେମୀ ଯୁଗଳ ରିଲେସନସିପରେ ଥିଲେ । ଯୁବତୀଙ୍କ ଘରଲୋକେ ଏହାକୁ ବିରୋଧ କଲେ ଏବଂ ଏଥିପାଇଁ ପଞ୍ଚାୟତ ଡକାଗଲା । ନିଷ୍ପତ୍ତି ଶୁଣାଇବା ପରେ ପଞ୍ଚ ଚାଲିଗଲେ । ଏହା ପରେ ଯୁବକକୁ ଦଣ୍ଡ ଦିଆଗଲା । ଯୁବତୀଙ୍କ ପରିବାରଲୋକେ ଯୁବକର ଭଉଣୀ ସହିତ ବର୍ବରତାର ସୀମା ଟପିଗଲେ । ଡିଏସପି ମାଲପୁରା ସୁଶୀଲ ମାନ କୁହନ୍ତି କି ପ୍ରାୟ ୧୨ ଦିନ ପୂର୍ବରୁ ମାଲପୁରା ଥାନା ଅଞ୍ଚଳରେ ରିଣ୍ଡଲ୍ୟା ଅଧିବାସୀ ଯୁବତୀ ଏହି ଯୁବକଙ୍କ ସହିତ ଚାଲିଯାଇଥିଲେ । ଉଭୟ ପତି ପତ୍ନୀ ଭଳି ଲିଭ୍ ଇନରେ ରହୁଥିଲେ । ଦିପାବଳୀ ପରେ ଯୁବତୀଙ୍କ ପରିବାରଲୋକେ ତାଙ୍କୁ ନେଇଆସିଲେ । ସୋମବାର ଏହି ମାମଲା ଭୋପାଲାଭ ମନ୍ଦିର ବାହାରେ ମୋଗ୍ୟା ସମାଜ ପଞ୍ଚାୟତରେ ବସିଲା । ଏଥିରେ ଯୁବକକୁ ମଧ୍ୟ ଡକାଗଲା ।
ଯୁବକ ନିଜ ଭଉଣୀ ସହିତ ପହଞ୍ଚିଲେ । ପଞ୍ଚାୟତ ୫ ଦିନର ସମୟ ଦେଇ ୯୩ ହଜାର ଟଙ୍କା ଯୁବତୀଙ୍କ ପିତାଙ୍କୁ ଦେବା ପାଇଁ ନିଷ୍ପତ୍ତି ଶୁଣାଇଲେ । ଏହା ପରେ ସେ ଯୁବତୀଙ୍କୁ ନିଜ ସହିତ ନେଇ ପାରିବେ ବୋଲି ନିଷ୍ପତ୍ତି ଶୁଣାଇଲେ । ଏହା ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଯାଇଥିଲେ । ଯୁବକ ଏବଂ ତାଙ୍କ ଭଉଣମୀ ନିଜ ଗାଁକୁ ଯିବା ପାଇଁ ଚାଲି ଚାଲି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଉଥିଲେ । ସେହି ସମୟରେ ଯୁବତୀଙ୍କ ପରିବାର ଲୋକେ ଉଭୟଙ୍କୁ ଉଠାଇ ଜଙ୍ଗଲକୁ ନେଇଗଲେ ଏବଂ ରାତି ସାରା ସେଠାରେ ବାନ୍ଧି ରଖିଲେ । ତାଙ୍କୁ ସେଠାରେ ପରିସ୍ରା ପିଆଇବା ସହ ତାଙ୍କ ବେକରେ ଜୋତାମାଳ ପକାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ । ଖାଲି ସେତିକି ନୁହେଁ, ସେମାନେ ତାଙ୍କ ଦେହରେ ସିଗାରେଟ୍ ଚେଙ୍କ ମଧ୍ୟ ଦେଲେ । ତେବେ ଅଭିଯୋଗ ଆଧାରରେ ପ୍ରେମିକାଙ୍କ ପିତା, ମା, ୨ ଭାଇ, ଏବଂ ତାଙ୍କ ଭିଣୋଇଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ ।