33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଭାରତର ୬୯ପ୍ରତିଶତ ଲୋକେ ଆର୍ଥିକ ସ୍ଥିତିରେ ଦୁର୍ବଳ

ଭାରତର ୬୯ପ୍ରତିଶତ ଲୋକେ ଆର୍ଥିକ ସ୍ଥିତିରେ ଦୁର୍ବଳ

ନୂଆଦିଲ୍ଲୀ : କରୋନା ମହାମାରୀ ଦେଶର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି । କହିବାକୁ ଗଲେ ଦେଶର ୬୯ପ୍ରତିଶତ ପରିବାରର ଆର୍ଥିକ ସ୍ଥିତି ସୁରକ୍ଷିତ ନାହିଁ । ମହାମାରୀ ପାଇଁ ଅନେକ ଲୋକେ ରୋଜଗାର ହରାଇଛନ୍ତି । ଏନେଇ ମନି ଫାଇନ୍ସିଆଲ ଇଣ୍ଡେକ୍ସରେ ଭାରତୀୟ ନାଗରିକଙ୍କ ରୋଜଗାର,ଖର୍ଚ୍ଚ ଓ ସଂଚୟ ପରିମାଣକୁ ସର୍ଭେ କରାଯାଇଥିଲା । ଏହି ସର୍ଭେ ଅନୁସାରେ ଭାରତର ୪.୨ପ୍ରତିଶତ ପରିବାରର ରୋଜଗାର ହେଉଛି ୨୩ହଜାର ଟଙ୍କା । ଚିନ୍ତାର କାରଣ ହେଉଛି ଯେ, ୪୬ପ୍ରତିଶତ ପରିବାରର ରୋଜଗାର ହେଉଛି ୧୫ହଜାରରୁ କମ ।

ତେବେ ମନି-୯ ସର୍ଭେ ଦେଶର ୨୦ରାଜ୍ୟକୁ ନେଇ କରିଥିଲା । ଏଥିରେ ଅନ୍ତର୍ଭୁକ୍ତ ଥିଲେ ୧,୧୫୪ ସହର , ୧୦୦ଜିଲ୍ଲା ଓ ଏଥିରେ ଯୋଡି ହୋଇଥିବା ଗ୍ରମୀଣ ୩୧,୫୧୦ ହଜାର ପରିବାର । ତେବେ ଏହି ସର୍ଭେଟି ୨୦୨୨ ମସିହାର ମେ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ କରାଯାଇଥିଲା । ତେବେ ସର୍ଭେ ପରେ ଜଣା ପଡିଛି ଯେ, ଭାରତରେ ୩ପ୍ରତିଶତ ପରିବାର ବିଳାସପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି । ସେଥିରୁ ୭୦ପ୍ରତିଶତ ଲୋକେ ଜୀବନ ବୀମା ତଥା ଅନ୍ୟାନ୍ୟ ସଂଚୟ କରୁଛନ୍ତି । ୩ପ୍ରତିଶତ ଲୋକେ ଟଙ୍କାକୁ ଷ୍ଟକରେ ଲଗାଉଛନ୍ତି । ଏହାସହ ୧୧ ପ୍ରତିଶତ ଲୋକେ ବ୍ୟାଙ୍କ ରୁ ଋଣ ନେଇଛନ୍ତି । ଏହି ଭଳିଭାବେ ଭାରତର ଆର୍ଥିକ ପରିସ୍ଥିତି ରହିଛି । ସେର୍ଭ ଅନୁସାରେ ଜଣାପଡିଛି ଯେ, ୬୯ ପ୍ରତିଶତ ପରିବାର ନିଜର ଆର୍ଥିକ ସ୍ଥିତିରେ ଅସ୍ଥିରତା ପରିଲକ୍ଷିତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking