33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶମୋଦିଙ୍କ ପରେ ଏବେ ଭାରତର ଖୁବ୍‌ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‌, କହିଲେ ଏମିତି...

ମୋଦିଙ୍କ ପରେ ଏବେ ଭାରତର ଖୁବ୍‌ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‌, କହିଲେ ଏମିତି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିବା ପରେ ଏବେ ଭାରତବାସୀଙ୍କୁ ତାରିଫ୍‌ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ପୁଟିନ୍‌ କହିଛନ୍ତି, ଭାରତୀୟଙ୍କ ପ୍ରତିଭା ଓ ଦକ୍ଷତା ବଳରେ ଦେଶ ଆଗାମୀ ଦିନରେ ବହୁତ ସଫଳତା ଓ ଅଗ୍ରଗତି ହାସଲ କରିବ। ପୁଟିନ୍‌ ଏକ ସଭାରେ ଅଭିଭାଷଣ ଦେଇ କହିଛନ୍ତି, ଭାରତର ବହୁତ ଆଶା ଅଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ବିକାଶ କ୍ଷେତ୍ରରେ ଅଗ୍ରଗତି ଲାଭ କରିବ। ରୁଷର ଏକତା ଦିବସ ଅବସରରେ ପୁଟିନ୍‌ କହିଛନ୍ତି, ଭାରତରେ ବହୁ ପ୍ରଭାବଶାଳୀ ଏବଂ ଉତ୍ସାହିତ ଲୋକ ଅଛନ୍ତି।

ଏହି ସଭାରେ ରୁଷ ରାଷ୍ଟ୍ରପତି ଆଫ୍ରିକାର ଉପନିବେଶବାଦ, ଭାରତର ସମ୍ଭାବନା ଏବଂ ରୁଷର ଅନନ୍ୟ ସଭ୍ୟତା ଓ ସଂସ୍କୃତି ବିଷୟରେ କହିଥିଲେ। ପୁଟିନ କହିଛନ୍ତି, ପାଶ୍ଚାତ୍ୟ ସାମ୍ରାଜ୍ୟ ଆଫ୍ରିକାକୁ ଲୁଣ୍ଠନ କରୁଛି। ବିଡ଼ମ୍ବନାର ବିଷୟ ଯେ ପୂର୍ବ ଔପନିବେଶିକ ଶକ୍ତି ପ୍ରାପ୍ତ ସମୃଦ୍ଧିର ସ୍ତର ଆଫ୍ରିକାକୁ ଲୁଟିବା ଉପରେ ଆଧାରିତ। ଏହା ସତ ଯେ ୟୁରୋପର ଗବେଷକମାନେ ଏହାକୁ ଲୁଚାନ୍ତି ନାହାଁନ୍ତି।

ରୁଷ ଏକ ବହୁରାଷ୍ଟ୍ରୀୟ ପରିଚୟ ଥିବା ଦେଶ ଏବଂ ଏହାର ଏକ ଅନନ୍ୟ ସଭ୍ୟତା ଓ ସଂସ୍କୃତି ରହିଛି। ରୁଷ ୟୁରୋପୀୟ ସଂସ୍କୃତିର ଏକ ଅଂଶ ଏବଂ ଧର୍ମ ଦ୍ୱାରା ମାଳଦ୍ୱୀପ ସହ ସଂଯୁକ୍ତ। ରୁଷ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ଉଭା ହୋଇଛି ବୋଲି ପୁଟିନ୍‌ କହିଛନ୍ତି।

ସଂସ୍କୃତି ଏବଂ ଖ୍ରୀଷ୍ଟିଆନ ଆଧାରରେ ରୁଷର ୟୁରୋପ ସହ ସମ୍ପର୍କ ରହିଛି। ଏହାବ୍ୟତୀତ ସେ ଏସିଆର ପରିଚୟ ମଧ୍ୟ ବାଣ୍ଟିଛନ୍ତି। ଏହି ସଭାରେ ଭାରତକୁ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି ପୁଟିନ୍‌। ସେ କହିଛନ୍ତି, ଭାରତ ସହ ରୁଷର ଭଲ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଦେଶପ୍ରେମୀ ନେତା ବୋଲି କହିଛନ୍ତି ପୁଟିନ୍‌।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking