33.1 C
Bhubaneswar
Saturday, October 5, 2024
Homeଖେଳନେଦରଲ୍ୟାଣ୍ଡସ୍‌ଠୁ ହାରି ବିଶ୍ୱକପରୁ ବାଦ୍ ପଡ଼ିଲା ଦକ୍ଷିଣ ଆଫ୍ରିକା, ସେମିଫାଇନାଲରେ ଭାରତ

ନେଦରଲ୍ୟାଣ୍ଡସ୍‌ଠୁ ହାରି ବିଶ୍ୱକପରୁ ବାଦ୍ ପଡ଼ିଲା ଦକ୍ଷିଣ ଆଫ୍ରିକା, ସେମିଫାଇନାଲରେ ଭାରତ

ନୂଆଦିଲ୍ଲୀ: ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ଅନ୍‌ଲକି ସାବ୍ୟସ୍ତ ହୋଇଛି ଶକ୍ତିଶାଳି ଦକ୍ଷିଣ ଆଫ୍ରିକା। ନେଦରଲ୍ୟାଣ୍ଡସ୍ ଗ୍ରୁପ୍‌-୧ର ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‌ରେ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଟି-୨୦ ବିଶ୍ୱକପ୍ ସୁପର-୧୨ର ଗୁରୁତ୍ୱପୁର୍ଣ୍ଣ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡସ୍ ଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଆଫ୍ରିକୀୟ ଦଳ। ଦକ୍ଷିଣ ଆଫ୍ରିକାର ଏହି ପରାଜୟ ପରେ ଭାରତୀୟ ଟିମ୍ ୬ ପଏଣ୍ଟ ସହିତ ସେମିଫାଇନାଲରେ ପ୍ରବେଶ କରିଛି । ତେବେ ଭାରତ ଆଜି ଏହାର ଶେଷ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ଖେଳିବ ।

ଦକ୍ଷିଣ ଆଫ୍ରିକା ଦଳ ଶକ୍ତିଶାଳୀ ଟିମ୍ ସହିତ ଟୁର୍ଣ୍ଣାମେଣ୍ଟକୁ ଆସିଥିଲେ ମଧ୍ୟ ବର୍ଷା କାରଣରୁ ବିଶ୍ୱକପ୍‌ରୁ ବାଦ୍ ପଡ଼ିଛି। ଜିମ୍ବାୱେ ବିପକ୍ଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ବର୍ଷା କାରଣରୁ ଏକ ସହଜ ବିଜୟରୁ ବଂଚିତ ହୋଇଥିଲା, ଯାହା ଦଳ ପାଇଁ ଏବେ ମାହାଙ୍ଗା ସାବ୍ୟସ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ଦଳ ଶକ୍ତିଶାଳୀ ଟିମ୍ ସହିତ ଟୁର୍ଣ୍ଣାମେଣ୍ଟକୁ ଆସିଥିଲେ ମଧ୍ୟ କେବେ ବର୍ଷା କାରଣରୁ ବିଶ୍ୱକପ୍‌ରୁ ବାଦ୍ ପଡ଼ିଛି। ମ୍ୟାଚ୍ କଥା କହିଲେ ନେଦରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୫ ରନ୍ ସଂଗ୍ରହ କରିପାରିଥିଲା।

ଗ୍ରୁପ-୨ରେ ଦକ୍ଷିଣ ଆଫ୍ରିକା ପାଞ୍ଚ ପଏଣ୍ଟ ପାଇ ୫ ଟି ମ୍ୟାଚରୁ ୨ ଟି ବିଜୟ ହାସଲ କରିଛି ଏବଂ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ନେଦରଲ୍ୟାଣ୍ଡ ବିପକ୍ଷରେ ହାରି ଦକ୍ଷିଣ ଆଫ୍ରିକା ଟୁର୍ନାମେଣ୍ଟରୁ ବାଦ ପଡିଛି। ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ ବିଶ୍ୱକପରେ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି। ତେବେ ଟି -୨୦ ବିଶ୍ୱକପରେ ଉଭୟ ଦଳର ଯାତ୍ରା ଏଠାରେ ଶେଷ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking